SPORTS

ଆଇପିଏଲ୍‌ ୧୧ : ମୁମ୍ବାଇର ସେମି ଆଶା ଉଜ୍ଜୀବିତ

By ENO Beuro

May 05, 2018

ପଞ୍ଚମକୁ ଉଠିଲା ମୁମ୍ବାଇ ଇଣ୍ଡିଆନ୍ସ

ଆଇପିଏଲ୍‌ର ୩୪ତମ ମ୍ୟାଚ୍‌ରେ କିଙ୍ଗସ୍‌ ଏକାଦଶ ପଞ୍ଜାବକୁ ୬ ୱିକେଟ୍‌ରେ ପରାସ୍ତ କରି ବିଜୟୀ ହୋଇଛି ମୁମ୍ବଇ ଇଣ୍ଡିଆନ୍‌ସ । ମୁମ୍ବଇର ଏହି ବିଜୟରେ କ୍ରୁନାଲ ପାଣ୍ଡ୍ୟାଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ।  ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଗୋଟିଏ ଓଭର ବାକିଥାଇ ୬ ଉଇକେଟରେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ପରାସ୍ତ କରି ତା’ର ପ୍ଲେ ଅଫ୍‌ ଆଶା ଉଜ୍ଜୀବିତ ରଖିଛି ।

ଶୁକ୍ରବାର ଟସ୍‌ ଜିତି ମୁମ୍ବାଇ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୧୭୪ ରନ ସଂଗ୍ରହ କରିଥିଲା । ଜବାବରେ ଏହି କର ବା ମର ମ୍ୟାଚରେ ମୁମ୍ବାଇ ୧୯ ଓଭରରେ ୪ ଉଇକେଟ ହରାଇ ୧୭୬ ରନ କରି ବିଜୟୀ ହୋଇଛି । ଉପଯୋଗୀ ୫୭ ରନର ଅର୍ଦ୍ଧଶତକୀୟ ପାଳି ଖେଳି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ମୁମ୍ବାଇ ଯୁବ ଓପନର ସୂର୍ଯ୍ୟକୁମାର ଯାଦବ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି । ଏହି ବିଜୟ ସହ ମୁମ୍ବାଇ ପଏଣ୍ଟ ତାଲିକାରେ ଅଷ୍ଟମରୁ ପଞ୍ଚମ ସ୍ଥାନକୁ ଉଠିଛି । ୯ଟି ମ୍ୟାଚ ଖେଳି ମୁମ୍ବାଇ ୩ ବିଜୟ ସହ ୬ ପଏଣ୍ଟ ପାଇଛି ।

୧୭୫ ରନ ବିଜୟଲକ୍ଷ୍ୟର ପିଛା କରି ମୁମ୍ବାଇ ଆରମ୍ଭରୁ ଦ୍ରୁତଗତିରେ ରନ୍‌ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲା ।  ୨୦ ଓଭରରେ ୧୭୪ ରନ୍‌ ଟାର୍ଗେଟ ନେଇ ୧୯ ଓଭରରେ ୧୭୬ ରନ୍‌ ସଂଗ୍ରହ କରିଥିଲା । ସୂର୍ୟ୍ୟକୁମାର ଯାଦବ ୫୭ ରନ୍‌, ଇଭିନ ଲୁଇସ ୧୦ ରନ୍‌, ଈଷାନ କିଷାନ ୨୫ ରନ୍‌, ହାର୍ଦ୍ଦିକ ପାଣ୍ଡ୍ୟା ୨୩ ରନ୍‌, ରୋହିତ ଶର୍ମା ଅପରାଜିତ ୨୪ ରନ୍‌ ଓ କୃଣାଳ ପାଣ୍ଡ୍ୟା ୩୧ ରନ୍‌ ସଂଗ୍ରହ କରିଥିଲେ ।

ପଢନ୍ତୁ ;

ସୁସ୍ଥ ଶରୀର ଏବଂ ଓଜନ ନିୟନ୍ତ୍ରଣରେ ରଖିବା ପାଇଁ କେଉଁ ସବୁ ଫଳ ଖାଇବା ଉଚିତ୍ ଜାଣନ୍ତୁ ?