SPORTS

ଆଇପିଏଲ ୧୨: ମୁମ୍ବାଇ ଇଣ୍ଡିଆନ୍ସ ୩୭ ରନରେ ବିଜୟୀ

Hardik_Pandya

ଚଳିତ ଆଇପିଏଲର ୧୫ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ ମୁହାଁମୁହିଁ ହୋଇଥିଲେ । ଚେନ୍ନାଇ ସୁପରକିଙ୍ଗ୍ସକୁ ୩୭ ରନରେ ହରାଇ ପ୍ରଥମ ଦଳ ଭାବେ ଆଇପିଏଲରେ ୧୦୦ମ୍ୟାଚ୍‌ ଜିତିବାର ସୌଭାଗ୍ୟ ଅର୍ଜନ କରିଛି ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌। ଚଳିତ ଆଇପିଏଲ ସିଜିନରେ ଏହା ମୁମ୍ବାଇର ଦ୍ୱିତୀୟ ବିଜୟ ହୋଇଥିବାବେଳେ ଚେନ୍ନାଇକୁ ପ୍ରଥମ ପରାଜୟ ଭୋଗିବାକୁ ପଡିଛି।

୧୭୧ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଚେନ୍ନାଇ ପ୍ରଥମ ଦୁଇ ଓଭରରେ ଅମ୍ବାତି ରାୟୁଡୁ (୦) ଓ ସେନ୍ ୱାଟସନ୍ (୫)ଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ରାୟୁଡୁ ଖାତା ଖୋଲିବା ପୂର୍ବରୁ ଜାସନ ବେହେରନଡ୍ରଫଙ୍କ ଶିକାର ହୋଇଥିଲେ। ମାତ୍ର ୪ ବଲ୍ ପରେ ଲସିଥ ମାଲିଙ୍ଗାଙ୍କ ଷ୍ଟମ୍ପ ବାହାରେ ଥିବା ବଲ୍‌କୁ କିରଣ ପୋଲାର୍ଡଙ୍କ ହାତକୁ ଦେଇ ୱାଟସନ୍ ପ୍ୟାଭିଲିୟନ ଫେରିବାକୁ ବାଧ୍ୟ ହୋଇଥିଲେ।

ପ୍ରଥମ ଇନିଂସ୍‌ର ଶେଷ ପର୍ଯ୍ୟାୟରେ କିରନ୍‌ ପୋଲର୍ଡ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜବରଦସ୍ତ ବ୍ୟାଟିଂ ଦେଖିବାକୁ ମିଳିଥିଲା। ପାଣ୍ଡ୍ୟାଙ୍କ ହେଲିକପ୍ଟର ସଟ୍‌ ବଳରେ ମୁମ୍ବାଇ ୧୭୦ ରନ୍‌ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ।

ପଢନ୍ତୁ;୫୫ ଫର୍ଦ୍ଦ ବିଶିଷ୍ଟ ଇସ୍ତାହାରରେ କଂଗ୍ରେସର ୫୫ ବର୍ଷର ବିଫଳତା: ଯୋଗୀ ଆଦିତ୍ୟନାଥ

Related posts

ହକି ବିଶ୍ଵକପ : ଭାରତ-ବେଲଜିୟମ ମ୍ୟାଚ ଡ୍ର

ENO Beuro

କ୍ରିକେଟ ଖେଳାଳୀ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ, ମୁମ୍ୱାଇ ଅଣ୍ଡର-୧୯ ଦଳ ପାଇଁ ଖେଳିବେ

ENO Beuro

ଶହୀଦ୍ ଏଏସଆଇ ଅବଦୁଲ୍ ରଶିଦ୍ ଙ୍କ ଝିଅ ଜୋହରାଙ୍କ ସମସ୍ତ ପଢା ଖର୍ଚ୍ଚ ବହନ କରିବେ ଭାରତୀୟ କ୍ରିକେଟର ଗୈାତମ ଗମ୍ଭୀର

ENO Beuro

Leave a Comment