News

ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଭୂଇଁରେ ପୋତି ହୋଇଗଲା କାର୍

By Krishna Kumar Manoj

June 25, 2018

ବର୍ଷା ପ୍ରବଳରୁ ଅତି ପ୍ରବଳ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି

ପ୍ରବଳ ବର୍ଷା ଯୋଗୁଁ ଓ୍ଵାଦାଲା ଇଷ୍ଟ୍‍ର ମୁମ୍ବାଇର ଓ୍ଵାଦାଲା ଇଷ୍ଟ୍‍ଠାରେ ତିଆରି ଚାଲିଥିବା ଏକ କୋଠା ନିକଟରେ ଭୂଇଁ ଧସି ଯିବାରୁ ଅନେକ ଗୁଡିଏ ବସବାସ କରୁଥିବା ଲୋକ ଫସିଯିବା ସହ ବହୁତ ଗୁଡିଏ କାର୍ ଫସିଯାଇଛି । କେହି ମୃତାହତ ହୋଇଥିବା ଖବର ଏ ପର୍ଯ୍ୟନ୍ତ ମିଳିନାହିଁ। ଉଦ୍ଧାର କାର୍ଯ୍ୟ ଜୋର୍ ସୋର୍ ରେ ଚାଲିଛି ।

ବର୍ଷା ପ୍ରବଳରୁ ଅତି ପ୍ରବଳ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ମୁମ୍ବାଇରେ ଅନେକ ସ୍ଥାନରେ ଯାନବାହନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି।

ପ୍ରାୟ ୨୬ଟି ବିମାନ ଉଡ଼ାଣରେ ବିଳମ୍ବ ଘଟିଛି।

ପଢନ୍ତୁ : ବଜ୍ରପାତରେ ଜଳିଗଲେ ୨ ମହିଳା ମତ୍ସ୍ୟଜୀବୀ