News

ପ୍ରବଳ ବର୍ଷାରେ ଜଳବନ୍ଦୀ ମାୟାନଗରୀ : ସ୍କୁଲ୍‌, କଲେଜ ଛୁଟି ଘୋଷଣା କଲେ ମହରାଷ୍ଟ୍ର ସରକାର

Mumbai 750x430

ପ୍ରବଳ ବର୍ଷାରେ ଉବୁଟୁବୁ ମାୟାନଗରୀ ମୁମ୍ବାଇ । ଅନେକ ସ୍ଥାନରେ ଜଳବନ୍ଦୀ ହୋଇ ରହିଛନ୍ତି ଲୋକେ। ଯୁଆଡେ ଚାହିଁବ ପାଣି ଆଉ ପାଣି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଜି ସବୁ ସ୍କୁଲ ଓ ଜୁନିୟର କଲେଜ ସବୁ ବନ୍ଦ ରଖାଯାଇଛି। ଦାଦର, ମାଟୁଙ୍ଗା, ସାୟନ, ହିନ୍ଦମାତା, ଅନ୍ଧେରୀ ସମେତ ଅନେକ ଉପମହାନଗରୀୟ ଅଞ୍ଚଳରେ ଆଣ୍ଠୁଏରୁ ଅଧିକ ଉଚ୍ଚରେ ପାଣି ଭରି ରହିଛି। ରାସ୍ତାରେ ପାଣି ଜମି ରହିଥିବାରୁ ଯାନବାହାନ ଚଳାଚଳରେ ବାଧା ଉପୁଜିଛି। ଅନେକ ସ୍ଥାନରେ ରେଳ ଧାରଣା ଉପରେ ପାଣି ଜମିରହିଛି। ୨୦ଟି ବିମାନ ଉଡାଣ ବାତିଲ୍‌ କରିଦିଆଯାଇଛି। ରାସ୍ତା ଉପରେ ପାଣି ଜମିରହିଥିବାରୁ ଜନଜୀବନ ଏକପ୍ରକାର ଠପ୍‌ ହୋଇଯାଇଛି।

ଆଗକୁ ମଧ୍ୟ ଭାରି ବର୍ଷାର ଚେତାବନୀ ଦେଇଛି ପାଣିପାଗ ବିଭାଗ । ପାଣିପାଗ ବିଭାଗର ପୂର୍ବାନୁମାନକୁ ନଜରରେ ରଖି  ମୁମ୍ବାଇରେ ଆଲର୍ଟ  ଜାରି କରାଯାଇଛି ।ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳ ଗୁଡ଼ିକରେ ଥିବା ସମସ୍ତ ସ୍କୁଲ ଓ ଜୁନିଅର୍‌ କଲେଜକୁ ଆଜି ଛୁଟି ଘୋଷଣା କରାଯାଇଛି। ଗତକାଲି ମଧ୍ୟ ଛୁଟି ଘୋଷଣା କରାଯାଇଥିଲା।

ପଢନ୍ତୁ: ମୋଦିଙ୍କ ଋଷ ଗସ୍ତର ଆଜି ଦ୍ୱିତୀୟ ଦିନ

Related posts

ଭାରତର ମିସାଇଲ ପରୀକ୍ଷଣ ପରେ ପାକିସ୍ତାନ ଏବେ ଭୟରେ

Ratnamani Moharana

ମୁମ୍ବାଇ:ଅନ୍ଧେରୀରେ ଫୁଟ ଓଭର ବ୍ରିଜ ସ୍ଳାବ ଖସି, ରେଳ ଚଳାଚଳ ବାଧାପ୍ରାପ୍ତ

ENO Beuro

ଗଣଦୁଷ୍କର୍ମର ଶିକାର ହେଲେ ନେପାଳୀ ମହିଳା

ENO Beuro