News

ଟୁଇଟର୍‌ ଭିଡିଓ ମାଧ୍ୟମରେ ସ୍ୱାମୀଙ୍କ କବଳରୁ ରକ୍ଷା କରିବାକୁ ମହିଳାଙ୍କ ଆକୁଳ ନିବେଦନ

 ଭିଡିଓରେ ମହିଳାଙ୍କ ଆକୁଳ ନିବେଦନ

ମୁମ୍ବାଇର ଖର୍‌ ଅଞ୍ଚଳରେ ବସବାସ କରୁଥିବା ସେ ମହିଳା କହୁଛନ୍ତି ଯେ ସ୍ୱାମୀ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଛନ୍ତି। ଟୁଇଟର୍‌ ଯୋଗେ ପୁଲିସକୁ ସହାୟତା ମାଗିଛନ୍ତି ଏହି ମହିଳା । ଜଣେ ମହିଳା କାନ୍ଦି କାନ୍ଦି ସହାୟତା ପାଇଁ ଲୋକଙ୍କୁ ନିବେଦନ କରୁଥିବା ଦୃଶ୍ୟ ସମ୍ବଳିତ ଏକ ଭିଡିଓ ଚଳଚ୍ଚିତ୍ର ନିର୍ମାତା ଅଶୋକ ପଣ୍ଡିତ ପୋଷ୍ଟ୍‌ କରିଛନ୍ତି।

ମହିଳାଜଣକ ଅଭିଯୋଗ କରିଛନ୍ତି, ସ୍ୱାମୀ ତାଙ୍କୁ କେତେ ବର୍ଷ ହେବ ନିର୍ଯାତନା ଦେଇ ଆସୁଛନ୍ତି। କିନ୍ତୁ, ପିଲାମାନଙ୍କ ମୁହଁକୁ ଚାହିଁ ସେ ପଡ଼ି ରହିଛନ୍ତି। ସ୍ୱାମୀଙ୍କର ପରକୀୟ ସମ୍ପର୍କ ଅଛି ଏବଂ ସେ ଜୁଆ ଖେଳରେ ମାତୁଛନ୍ତି।

ଖର୍‌ ପୁଲିସରେ ସେ ମହିଳା ଅଭିଯୋଗ ପଞ୍ଜିକରଣ କରିଥିବା କଥା  ମହିଳା ଜଣକ କହିଛନ୍ତି । କିନ୍ତୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ। ଭିଡିଓର ଶେଷଆଡ଼କୁ ସ୍ୱାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସେ ମହିଳା।

ଦୟାପୂର୍ବକ ମତେ ସାହାଯ୍ୟ କରନ୍ତୁ। ଏ ଲୋକ ମତେ ମାନସିକ ନିର୍ଯାତନା ଦେଇ ଦେଇ ମୋ ଜୀବନ ନେଇଯିବ। ଯଦି ମୁଁ ନ୍ୟାୟ ନ ପାଏ କାଲି ଖର୍‌ ରାସ୍ତାରେ ଜୀବନ ହାରିଦେବି। ଦୟାକରି ମତେ ନ୍ୟାୟ ଦିଅନ୍ତୁ।

ପୁଲିସ ଅଧିକାରୀ କହୁଛନ୍ତି ଏହା ଗୋଟାଏ ଗୃହବିବାଦ। ସେ ଦମ୍ପତିଙ୍କର ତିନୋଟି ପିଲା ଅଛନ୍ତି। ସେମାନେ ଖର୍‌ସ୍ଥିତ ଏକ ଡୁପ୍ଲେସ୍‌ ଆପାର୍ଟମେଣ୍ଟ୍‌ରେ ରହନ୍ତି। ସ୍ୱାମୀ ଓ ଦୁଇ ପିଲା ୧୧ ତାଲାରେ ରହୁଥିବାବେଳେ, ଝିଅ ସହ ମହିଳା ୧୨ ମହଲାରେ ରହନ୍ତି। ମହିଳାଜଣକ ସ୍ୱାମୀଙ୍କ ବିରୋଧରେ ଘରଭଙ୍ଗା ଏବଂ ଅପରାଧିକ ଉଦ୍ଦେଶ୍ୟ ମାମଲାରେ ଦୁଇଟି ମାମଲା ଦାଏର୍‌ କରିଛନ୍ତି। ମାମଲା ବିଷୟରେ ସଠିକ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ପଢନ୍ତୁ ;

ବିଗବସ ନାଁରେ ଆରୋପ ,ହାରିବା ପରେ ହୀନାଙ୍କୁ ଲାଗିଛି ଝଟକା

Related posts

ଜେକେଏଲଏଫ ଉପରେ କଟକଣା ଲଗାଇଲେ କେନ୍ଦ୍ର ସରକାର

ENO Beuro

ଗୋଆରେ ନିର୍ବନ୍ଧ କଲେ ଆକାଶ ଅମ୍ବାନି! ଜାଣନ୍ତୁ କଣ କରନ୍ତି ଶ୍ଲୋକା ମେହେତା!

ENO Beuro

ପାଇଲଟ ଅଭିନନ୍ଦନଙ୍କ ବାପା କହିଲେ ମୋ ପୁଅ ହିଁ ପ୍ରକୃତ ବୀର

Ratnamani Moharana

Leave a Comment