News

ରାଜଧାନୀରେ ଲୋମଟଙ୍କୁରା ହତ୍ୟାକାଣ୍ଡ:ପ୍ରେମିକାଙ୍କୁ ହତ୍ୟା,ଚନ୍ଦକାରୁ ମିଳିଲା ଗଣ୍ଡି, ଖଣ୍ଡଗିରିରୁ ମୁଣ୍ଡ

love

ପ୍ରେମର କରୁଣ ପରିଣତି। ଆଜି ଏକ ପ୍ରେମ ଜନିତ ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ। ପ୍ରେମିକାକୁ ହତ୍ୟା କରିବା ପରେ ମୁଣ୍ଡ ଗଣ୍ଡିକୁ ଅଲଗା କରି ପରିତ୍ୟକ୍ତ ସ୍ଥାନରେ ଫିଙ୍ଗି ଦେଇଛି ଅଭିଯୁକ୍ତ ପ୍ରେମିକ। ତଣ୍ଟି ଚିପି ହତ୍ୟା କରିବା ପରେ ଗଣ୍ଡିରୁ ମୁଣ୍ଡକୁ କାଟି ଅଲଗା କରି ଜଙ୍ଗଲରେ ଫିଙ୍ଗି ଦେଇଛି। ଚନ୍ଦକା-ମଳିପଡା ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ପରେ ସତ ପଦାକୁ ଆସିଛି। ମୃତ ଯୁବତୀ ପୁରୀ ସତ୍ୟବାଦୀ ଅଞ୍ଚଳର ହୋଇଥିବାବେଳେ ହତ୍ୟାକାରୀ ପ୍ରେମିକ ଡେଲାଙ୍ଗ ଅଞ୍ଚଳର। ଅଭିଯୁକ୍ତକୁ ଗିରଫ କରି ଖୋଳତାଡ଼ ଜାରି ରଖିଛି କମିଶନରେଟ୍ ପୋଲିସ୍।

love

ସୂଚନାଯୋଗ୍ୟ,ବିବାହ ପାଇଁ ଜିଦ୍ ଧରିବାରୁ ଏଭଳି ଜଘନ୍ୟ କାଣ୍ଡ କରି ବସିଥିଲେ ଧୋକାବାଜ ପ୍ରେମିକ। ଭୁବନେଶ୍ୱର ଉପକଣ୍ଠ ମଳିପଡ଼ା ଜଙ୍ଗଲରୁ ବୀଭତ୍ସ ଢଙ୍ଗରେ ହତ୍ୟା କରାଯାଇଥିବା ଯୁବତୀଙ୍କ ମୃତଦେହ ମିଳିବା ପରେ ଗତ ୧୩ ତାରିଖରେ ପୁରୀ ସତ୍ୟବାଦୀ ଅଞ୍ଚଳରୁ ଯୁବତୀ ନିଖୋଜ ଘଟଣାର ପର୍ଦ୍ଦାଫାସ ହୋଇଛି। ସତ୍ୟବାଦୀ ପୁଲିସ୍‌ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ ଯୁଧିଷ୍ଠିର ସାହୁ

ଚନ୍ଦକା ଓ ସତ୍ୟବାଦୀ ପୋଲିସ ମିଳିତ ଭାବରେ ଘଟଣାର ତଦନ୍ତ କରୁଛି। ହତ୍ୟାକାଣ୍ଡ ପଛରେ କେବଳ ଯୁଦ୍ଧିଷ୍ଟିର ନା ଆଉ କେହି ଜଡ଼ିତ, ସମ୍ପୂର୍ଣ୍ଣ ତଦନ୍ତ ପରେ ଘଟଣାର ସତ୍ୟତା ଜଣାପଡ଼ିବ ବୋଲି ପୋଲିସ କହିଛି।

ପଢନ୍ତୁ; ଫିଟିକିରି, ଘରୁ ବାସ୍ତୁ ଦୋଷ ଦୂର କରିବାରେ କେମିତି ସହାୟ ହୁଏ ଆସନ୍ତୁ ଜାଣିବା

Related posts

ନୱାଜ ସରିଫଙ୍କୁ ୧୦ ବର୍ଷ ଜେଲ୍‌

ENO Beuro

ଆମେରିକାନ୍‌ ଟଏଲେଟ୍‌ରେ ହିନ୍ଦୁ ଦେବଦେବୀଙ୍କ ଫଟୋର ବ୍ୟବହାର

Ratnamani Moharana

କେନ୍ଦ୍ର ସରକାର ଦେଲେ ଅନୁମତି ,ଏବେ ୭୦ କିଲୋମିଟର ବେଗରେ ଚଳାଇ ପାରିବେ ଗାଡ଼ି

ENO Beuro

Leave a Comment