News

ରାଜଧାନୀରେ ମର୍ଡର,ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କଲା ପୁଲିସ୍‌

murder

ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଥାନା ଅନ୍ତର୍ଗତ ଆଇଆରସି ଭିଲେଜ୍‌ ହାଇସ୍କୁଲ ଖେଳପଡ଼ିଆରେ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ମିଳିଛି। ଅତି ବୀଭତ୍ସ ଭାବେ ଯୁବକଙ୍କୁ ହତ୍ୟା କରାଯାଇଛି।ଯୁବକଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଛି। ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ୍‌ ସନ୍ଦେହ କରୁଛି।

murder

ମୃତ ଯୁବକଙ୍କ ବୟସ ପ୍ରାୟ ୪୦ରୁ ୪୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ଯୁବକଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି। ଯେଉଁ ସ୍ଥାନରେ ଯୁବକଙ୍କ ମୃତଦେହ ପଡ଼ିଛି, ସେଠାକାର ମାଟି ରକ୍ତରେ ଭିଜି ଯାଇଥିବାରୁ ତାଙ୍କୁ ସେହି ସ୍ଥାନରେ ବେକ, ମୁହଁ ଓ ମୁଣ୍ଡକୁ କୌଣସି ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି।

ଯୁବକଙ୍କର କୌଣସି ପରିଚୟ ମିଳି ନ ଥିବା ବେଳେ ତାଙ୍କ ମୃତଦେହ ନିକଟରେ ଏକ ମୋବାଇଲ ଫୋନ ଭଙ୍ଗାରୁଜା ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଛି।

ପଢନ୍ତୁ;ପାକିସ୍ତାନ ସେନାଧ୍ୟକ୍ଷଙ୍କୁ ଆଲିଙ୍ଗନ ମାମଲା: ସିଧୁଙ୍କ ମୁଣ୍ଡ ପାଇଁ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କଲା ରାଷ୍ଟ୍ରୀୟ ବଜରଙ୍ଗ ଦଳ

Related posts

୨୪ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା

ENO Beuro

ବନ୍ଦ ହୋଇପାରେ ବିଏସ୍ଏନ୍ଏଲ୍

ENO Beuro

ଲଦାଖରେ ଭାରତ-ଚୀନ ସେନା ମୁହାଁମୁହିଁ

Ratnamani Moharana

1 comment

Leave a Comment