News

ମାତ୍ର ୪୦ ଟଙ୍କା ପାଇଁ ସାଙ୍ଗକୁ ହତ୍ୟା କଲା ସାଙ୍ଗ

murder

ମାତ୍ର ୪୦ ଟଙ୍କା ପାଇଁ ହତ୍ୟାକାଣ୍ଡ । ଗୋଟିଏ ଗାଁର ୩ଜଣ ସାଙ୍ଗ ମାତ୍ର ୪୦ ଟଙ୍କା ପାଇଁ ଆଉ ଜଣେ ସାଙ୍ଗକୁ ହତ୍ୟା କଲେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ବିଦ୍ୟାଧରନଗର ରାଜସ୍ୱ ଗ୍ରାମରେ।

ମିଳିଥିବା ସୂଚନାଅନୁଯାୟୀ,ତାସଖେଳରେ ଟଙ୍କା ବାଜି ଲାଗିଥିବା ବେଳେ ମାତ୍ର ୪୦ ଟଙ୍କା ନେଣଦେଣକୁ ନେଇ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଅଲକୁଦ ଗାଁର ସୁରେନ୍ଦ୍ର ପାତ୍ର ଓ ଅନ୍ୟ ଦୁଇ ଜଣ ସହଯୋଗୀ ମିଶି ଚାମାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ । ମୃତଦେହକୁ ନିକଟସ୍ଥ ଗୁଣ୍ଢିହୁଡ଼ି ଗ୍ରାମ୍ୟ ଜଙ୍ଗଲରେ ପୋତି ଦେଇଥିଲେ । ପୋଲିସ ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ରଙ୍କୁ ଜେରା ବେଳେ ହତ୍ୟାକାଣ୍ଡର ସୁରାକ ପାଇଥିଲା । ଏହାପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟି ଖୋଳି ମୃତଦେହ ଉଦ୍ଧାର କରାଯାଇଛି ।

murder

ପୁଲିସ ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ରକୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ଏହାପରେ ଘଟଣାର ରହସ୍ୟ ଜଣାପଡିଥିଲା । ଏହି ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତ ସିରକା ହେମ୍ବ୍ରମକୁ ପୋଲିସ ଗିରଫ କରିଛି । ଏହାସହ ନିଧିଆ ବର୍ତ୍ତମାନ ପର୍ଯ୍ୟନ୍ତ ଫେରାର ଅଛି।

ପଢନ୍ତୁ; କୋହଲି, ମୀରାବାଈ ପାଇଲେ ଖେଳ ରତ୍ନ ,ନୀରଜଙ୍କ ସମେତ ୨୦ ଖେଳାଳିଙ୍କୁ ଅର୍ଜୁନ

Related posts

ମତଦାନ ଦିବସକୁ ଛୁଟି ଘୋଷଣା କଲେ ରାଜ୍ୟ ସରକାର

Ratnamani Moharana

ସିବିଆଇର ପୂର୍ବ ଅନ୍ତରୀଣ ନିର୍ଦେଶକ ନାଗେଶ୍ଵର ରାଓଙ୍କୁ ସୁପ୍ରୀମକୋର୍ଟଙ୍କ କଡା ଭର୍ତ୍ସନା

ENO Beuro

ରାଫେଲ ପାଇଁ ବିବାଦ ଘେରରେ ଛତିଶଗଡର ଛୋଟ ଗାଁ

Ratnamani Moharana

Leave a Comment