• Home
  • News
  • ରାଜଧାନୀରେ ଚାଞ୍ଚଲ୍ୟ : ତଂଟିକାଟି ଯୁବକଙ୍କୁ ହତ୍ୟା ସନ୍ଦେହ
News

ରାଜଧାନୀରେ ଚାଞ୍ଚଲ୍ୟ : ତଂଟିକାଟି ଯୁବକଙ୍କୁ ହତ୍ୟା ସନ୍ଦେହ

ରାଜଧାନୀ ଭୁବନେଶ୍ୱରରେ  ବିଭତ୍ସ ହତ୍ୟାକାଣ୍ଡ

ରାଜଧାନୀ ଭୁବନେଶ୍ୱରରେ ଏକ ବିଭତ୍ସ ହତ୍ୟାକାଣ୍ଡ ଲୋକଙ୍କୁ ଆତଙ୍କିତ କରି ଦେଇଛି। ଏହି ହତ୍ୟାକାଣ୍ଡ ୟୁନିଟ-୪ ଅଂଚଳରେ ଘଟିଛି। ଘରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଦେହ ଉଦ୍ଧାର କରାଯାଇଛି।ଖାରବେଳ ଥାନା ପୋଲିସ ଏହି ଘଟଣା ନେଇ ତନାଘନା ଆରମ୍ଭ କରିଛି । ମୃତ ବ୍ୟକ୍ତି ଜଣକ ହେଲେ ଗୋପୀ ମହାରଣା ଓ ସେ କାଠ ମିସ୍ତ୍ରୀ ଭାବରେ କାମ କରନ୍ତି ।ସେ ଚାନ୍ଦବାଲି ଅଂଚଳର ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ , ଆଜି ସକାଳେ ଗୋପୀ ଦୁଇ ଜଣଙ୍କୁ ଫୋନ୍‌ କରି ଡାକି ଥିଲେ । ଏହା ପରେ ଦୁଇ ଜଣ ତାଙ୍କୁ ମୃତ ଅବସ୍ଥାରେ ଦେଖିଥିଲେ । ତାଙ୍କ ବେକରେ କଟା ଦାଗ ରହିଥିବାବେଳେ ଗଳାକାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ତେବେ ଆଜି ସକାଳେ କିଛି ଲୋକ ତାଙ୍କ ଦେଖିଥିବା ମଧ୍ୟ ପ୍ରକାଶ କରିଛନ୍ତି ।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଖାରବେଳ ନଗର ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ମୃତ ଦେହକୁ ଜବତ କରିଛି । ଗୋପୀଙ୍କୁ ଦେଖା କରିବାକୁ ଆସିଥିବା ଦୁଇ ଜଣ ସନ୍ଦିଗ୍ଧଙ୍କୁ ମଧ୍ୟ ପୋଲିସ ଜେରା ଆରମ୍ଭ କରିଛି । କିଏ ଓ କାହିଁକି ତାଙ୍କୁ ହତ୍ୟା କରିଛି ସେ ନେଇ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଛାନ୍‌ଭିନ୍‌ ଆରମ୍ଭ କରିଛି।

ରାଜଧାନୀରେ ଚାଞ୍ଚଲ୍ୟ : ତଂଟିକାଟି ଯୁବକଙ୍କୁ ହତ୍ୟା ସନ୍ଦେହ murder

ପଢନ୍ତୁ;

ପିଲାମାନଙ୍କୁ ମୋଦିଙ୍କ ସନ୍ଦେଶ : “ଆତ୍ମ ବିଶ୍ଵାସ ହିଁ ସଫଳତାର ମନ୍ତ୍ର”

Related posts

ମହାରାଷ୍ଟ୍ରର କୋହ୍ଲାପୁରସ୍ଥିତ ଶିବାଜୀ ପୋଲ ଉପରେ ବସ୍‌ ଦୁର୍ଘଟଣା ! ୧୩ ଜଣଙ୍କ ମୃତ , ୩ ଗୁରୁତର

Krishna Kumar Manoj

ପଙ୍ଖାରେ ଝୁଲିଲେ ପ୍ରେମିଯୁଗଳ : କୋଲକାତାରୁ ଆସି ରାଜଧାନୀରେ ଆତ୍ମହତ୍ୟା !

ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା:୨୬୬ କୋଟିର ୨୯ଟି କୃଷି ପ୍ରକଳ୍ପକୁ ମଞ୍ଜୁରି

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More