News

ବର୍ଷିଆନ ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥଙ୍କ ପରଲୋକ

ବର୍ଷିଆନ ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥଙ୍କ ରବିବାର ରାତି ୯ଟା ୧୫ ରେ ପରଲୋକ ହୋଇଛି। ଅକାଳ  ବିୟୋଗ ଘଟିଛି।  ୬୮ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମାର୍ଚ୍ଚ ୮ ତାରିଖରେ ହଠାତ୍‌ ବାଥରୁମ୍‌ରେ ପଡିଯିବାରୁ ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା କାରଣରୁ ସେ କଟକ ଏସ୍‌ସିବିରେ ଚିକିତ୍ସାଧିନ ଥିଲେ। ମୃତ୍ୟୁ ବେଳକୁ ତାଙ୍କର ଏକ ମାତ୍ର କନ୍ୟା ଶଯ୍ୟା ନିକଟରେ ଉପସ୍ଥିତ ଥିଲେ।

 

ବାସୁଦେବ ରଥଙ୍କ ମୃତ୍ୟୁରେ ସଂଗୀତ ଜଗତରେ ଏକ ଅପୁରଣୀୟ କ୍ଷତି ଘଟିଛି |ସ୍ବର୍ଗତ ରଥ ସଂଗୀତ ଜଗତରେ କାବେରୀ, ପ୍ରାୟଶ୍ଚିତ, ଅଭିମାନ,ଆରତୀ,ଚାନ୍ଦ ନା ତୁମେ ତାରା ଭଳି ଚଳଚିତ୍ର ରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି | ତା’ ଛାଡା ଓଡିଆ ସଂଗୀତ ଜଗତର ଘରେ ଘରେ ପରିଚିତ ଓଡିଆ ଗୀତ ‘ଝୁମକା ଟି କେ ତୁ ତ ହଲେଇ ଦେ’ ଓ ‘ମା ତୁମେ ଜଗତର ସାହା ଭରଷା’ର ଗୀତରେ ମଧ୍ୟ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ସ୍ବର୍ଗତ ବାସୁଦେବ ରଥ | ସ୍ବର୍ଗତ ରଥଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନ ସାହେବଜାଦା ବଜାରରେ ବହୁ ବରିଷ୍ଠ ଲୋକଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି |

ପଢନ୍ତୁ: ଆଜି ବ୍ରହ୍ମପୁରରେ ଆଗୁଆ ଭୋଟ ଦେଲେ ପୋଲିସ କର୍ମଚାରୀ

Related posts

ଶ୍ରୀ ମଦନ ଲାଲ ଖୁରାନାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ENO Beuro

ଆଶାକର୍ମୀଙ୍କ ସହାୟତା ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ENO Beuro

ପାଗଳ ବେଶରେ ବିଦ୍ୟାଳୟ ପରିଦର୍ଶନରେ ଆସିଲେ ବିଇଓ, ଛଦ୍ମବେଶରେ ଆସି ହଟହଟା ହେଲେ

Ratnamani Moharana

Leave a Comment