News

ବହୁ ଲୋକପ୍ରିୟ ଭଜନର ସ୍ଵରସ୍ରଷ୍ଟା: ସଙ୍ଗୀତ ନିର୍ଦେଶକ ସଞ୍ଜୟଙ୍କ ପରଲୋକ

ପଞ୍ଚମ ଦୁଆର ଖୋଲିଦେ କାଳିଆଓ ନିଶ୍ଵ କରହେ ଗୀତାର ଶ୍ରଷ୍ଠା ଆରପାରିରେ…

ଲୋକପ୍ରିୟ ଭଜନ ସଙ୍ଗୀତ ନିର୍ଦେଶକ ସଞ୍ଜୟ କୁମାର ସାହୁ ଆଉ ନାହାନ୍ତି। ମଙ୍ଗଳବାର ଅପରାହ୍ନରେ ୨ଟାରେ କଟକ ବଡ ଡାକ୍ତରଖାନାରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ   ସମୟରେ ତାଙ୍କୁ ୫୬ ବର୍ଷ ହୋଇଥିଲା। ଶ୍ରୀ ସାହୁ ଗତ ୨୦ ଦିନ ହେବ କିଡ଼ନି ଜନିତ ସମସ୍ୟା, ଜଣ୍ଡିସ ଓ ପରିଶ୍ରାରେ ରକ୍ତ ପଡିବା ଭଳି ଜଟିଳ ରୋଗରେ ପୀଡିତ ଥିଲେ। ଗତକାଲି ରାତି ପ୍ରାୟ ୩ଟା ବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇଯାଇଥିଲା। ତାପରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଅବନତି ଘଟିଥିଲା ଓ ସେ ଦିନ ୨ ଟାରେ ଶେଷ ନିଶ୍ଵାସ  ତ୍ୟାଗ କରିଥିଲେ।

ଶ୍ରୀ ସାହୁ ପାଖାପାଖି ପ୍ରାୟ ୭୦୦ ଅଧିକ ଭଜନ  ଏବୋଂ ଆଧୁନିକ  ଆଲବମ ଗୀତରେ ସଙ୍ଗୀତ ନିର୍ଦେଶନା ଦେଇ ବେସ ପରିଚିତି ହାସଲ କରିପାରିଥିଲେ। ୧୯୯୨ରେ ସଙ୍ଗୀତ ଯାତ୍ରା ଆରମ୍ଭ କରିଥିଲେ। ୧୯୯୫ରେ ବାଉଁଶ ପତର ସରୁ, ଗୀତ ତାଙ୍କୁ ସଫଳତା ଆଗକୁ ଟାଣି ଆଣିଥିଲା। ଏହାପରେ ପଞ୍ଚମ ଦୁଆର ଖୋଲିଦେ କାଳିଆ, କହ୍ନେଇ ଖାଇଛି ମାଟି, ତୁଲସୀ ତୁଲସୀ ବସେ, ଧନ୍ୟ ତୋର ବାଙ୍କ ଚାହାଣି, ସୁନା ଥଳିଆ ଓ ନିଶ୍ଵକରାହେ ଭଳି ଗୀତରେ ସ୍ଵର ସଂଯୋଜନା କରି ନିଜ ଦକ୍ଷତାର ପରିଚୟ ଦେଇଥିଲା। ଦିନ ଥିଲା ସଞ୍ଜୟ ଏବୋଂ ବରିଷ୍ଠ ଗୀତିକାର ଅଲେଖ ବିଶ୍ବାଳଙ୍କ ଜୋଡି ହଟଚମଟ ସୃଷ୍ଟି କରି ଶତାଧିକ ଭଜନ ଦେଇ ଶ୍ରୋତାଙ୍କୁ କିମିଆ କରିଥିଲେ।
ପଢନ୍ତୁ: ଏବେଠୁ ଅସହ୍ୟ କଲାଣି ଗରମ: ୨୨ରୁ ପୁଣି ବଢିବ ତାତି

Related posts

ମହଙ୍ଗା ହେଲା ସୁନା ଦର

ENO Beuro

ଆଜି ଶପଥ ନେଲେ ଜଷ୍ଟିସ ପ୍ରମଥ ପଟ୍ଟନାୟକ

ENO Beuro

ଘାଇକୁ ଖସିଲା ବସ୍,୧୫ ମୃତ

ENO Beuro

Leave a Comment