Loading...

ଅଯୋଧ୍ୟା ଧନୀପୁର ମସଜିଦର ଶିଳାନ୍ୟାସ କରିବେ ମୋଦୀ

ଅଯୋଧ୍ୟା ଧନୀପୁର ମସଜିଦର ଶିଳାନ୍ୟାସ କରିବେ ମୋଦୀ

ଅଯୋଧ୍ୟାରେ ରାମମନ୍ଦିରର ଭୂମି ପୂଜନ ଯେପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଥିଲେ, ଠିକ୍ ସେପରି ଧନୀପୁର ମସଜିଦର ଶିଳାନ୍ୟାସ କରନ୍ତୁ ବୋଲି ଅଯୋଧ୍ୟାର ମୁସଲିମ ସମାଜ ଦାବି କରିଛି ।

ଅଯୋଧ୍ୟାରେ ରାମମନ୍ଦିରର ଭୂମି ପୂଜନ ଯେପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଥିଲେ, ଠିକ୍ ସେପରି ଧନୀପୁର ମସଜିଦର ଶିଳାନ୍ୟାସ କରନ୍ତୁ ବୋଲି ଅଯୋଧ୍ୟାର ମୁସଲିମ ସମାଜ ଦାବି କରିଛି । ମୁସଲମାନ ସମ୍ପ୍ରଦାୟର ଯୁକ୍ତି କରିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଯେପରି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରାଯାଉଛି, ସେହି ସୁପ୍ରିମକୋର୍ଟ ଏହି ମସଜିଦ ନିର୍ମାଣ ପାଇଁ ୫ ଏକର ଜମି ଦେଇଛନ୍ତି। 

ସୂଚନାନୁସାରେ, ୨୨ ଜାନୁଆରୀ ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ଜନ୍ମଭୂମି ମନ୍ଦିରରେ ପ୍ରତିମୂର୍ତ୍ତି ସ୍ଥାପନ କରିବେ, ଯାହାକୁ ନେଇ ମୁସଲମାନ ସମ୍ପ୍ରଦାୟ ମଧ୍ୟ ଖୁସି ଅଛନ୍ତି । ମୁସଲମାନ ବୁଦ୍ଧିଜୀବୀମାନେ କହିଛନ୍ତି ଯେ ସେ ଯେପରି ଭାରତ ଓ ଅଯୋଧ୍ୟାର ବିକାଶ କରୁଛନ୍ତି, ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମୁସଲମାନମାନଙ୍କୁ ଧନୀପୁରରେ ଦିଆଯାଇଥିବା ଜମିରେ ମଧ୍ୟ ମସଜିଦ୍ ପ୍ରତିଷ୍ଠା ହେବ ଓ ମୋଦୀ ଏହାର ଶିଳାନ୍ୟାସ କରନ୍ତୁ । ମୁସଲମାନ ସମାଜର ଲୋକମାନେ କହନ୍ତି ଯେ ଏହାକୁ ପ୍ରଧାନମନ୍ତ୍ରୀ ମଧ୍ୟ ଉଦଘାଟନ କରିବା ଉଚିତ୍ । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.