25 C
Bhubaneswar
October 25, 2020
EnewsOdia.Com
ଦେଶ ବିଦେଶ ନ୍ୟୁଜ୍

ମୁସଲମାନ ସମ୍ପ୍ରଦାୟର ବିବାହ କାର୍ଡରେ ଭଗବାନ ଗଣେଶ ଓ ରାଧାକୃଷ୍ଣଙ୍କ ଫଟୋ

ଯେଉଁ ସମୟରେ ରାଜଧାନୀ ଦିଲ୍ଲୀର ଏକ ଜିଲ୍ଲାରେ ହିନ୍ଦୁ ମୁସ୍‌ଲିମ୍‌ ଦଙ୍ଗା ଚାଲିଛି । ଆଉ ସାରା ଦେଶରେ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି । ଠିକ୍‌ ସେତିକି ବେଳେ ହିନ୍ଦୁ ମୁସ୍‌ଲିମ୍‌ ମଧ୍ୟରେ ଥିବା ଆତ୍ମୀୟତାର ଏକ ଉଦାହରଣ ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶର ମେରଠରେ ସାମ୍ପ୍ରଦାୟିକତାର ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି । ମେରଠରେ ଏକ ବିବାହ କାର୍ଡକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିବାହ କାର୍ଯ୍ୟଟି ମୁସ୍‌ଲମାନ୍‌ ସମ୍ପ୍ରଦାୟର ହୋଇଥିବା ବେଳେ, ସେଥିରେ ହିନ୍ଦୁଙ୍କ ଭଗବାନ ଗଣେଶ ଓ ରାଧାକୃଷ୍ଣଙ୍କ ଫଟୋ ରହିଛି । ଏହାକୁ ନେଇ ପୁରା ମେରଠରେ ଚର୍ଚ୍ଚା ଜୋର ଧରିଛି । ଦୁଇ ଜଣ ମୁସ୍‌ଲିମ୍‌ଙ୍କ ମଧ୍ୟରେ ବିବାହ ହେଉଥିବା ବେଳେ, ବିବାହ କାର୍ଡରେ ଗଣେଶଙ୍କ ଫଟୋ ଲାଗାଇବା ତାଙ୍କୁ ଚର୍ଚ୍ଚାକୁ ଆଣିଛି ।  କାର୍ଡରେ ଇସ୍‌ଲାମିକ୍‌ ଧର୍ମର ପ୍ରତିକ ଚନ୍ଦ୍ର ଓ ତାରା ଚିହ୍ନ ରହିଥିଲେ ମଧ୍ୟ ଗଣେଶ ଓ ରାଧାକ୍ରିଷ୍ଣଙ୍କ ଫଟୋ ମଧ୍ୟ ରହିଛି ।

ତେବେ ଏହି ମୁସ୍‌ଲିମ୍‌ ପରିବାରକୁ ଲୋକେ ଅନେକ ପ୍ରଶଂସା କରିଛନ୍ତି । ମେରଠରୁ 40 କିଲୋମିଟର ଦୂର ହସ୍ତିନାପୁରର ସୈଦପୁର ଫିରୋଜପୁର ଗାଁର ମହମ୍ମଦ ସରାଫତଙ୍କ ଝିଅର ବିବାହ କାର୍ଯ୍ୟକ୍ରମ ରହିଛି । ସେତାଙ୍କ ଝିଅର ବିବାହ କାର୍ଡରେ ଚନ୍ଦ୍ର ତାରା ସହ ଭଗବାନ ଗଣେଶ ଓ ରାଧାକୃଷ୍ଣଙ୍କ ଫଟୋ ମଧ୍ୟ ଲଗାଇଛନ୍ତି । କାର୍ଡରେ ଭଗବାନ ଗଣେଶଙ୍କ ଫଟୋର ଠିକ୍‌ ତଳେ ଭାବି ଦମ୍ପତିଙ୍କ ନାଁ ଲେଖାଯାଇଛି । ଯେଉଁମାନଙ୍କୁ ଏହି ନିମନ୍ତ୍ରଣକାର୍ଡ ମିଳିଛି ସେମାନେ ଏଥିରେ ଅତ୍ୟନ୍ତ ଖୁସି ଅନୁଭବ କରିବା ସହ ତୁରନ୍ତ କାର୍ଡର ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ପଢନ୍ତୁ: ଏପ୍ରିଲ ୫ରୁ ୩୬ତମ ଭୁବନେଶ୍ୱର ପୁସ୍ତକ ମେଳା

Related posts

ପାକିସ୍ତାନ ଯୁଦ୍ଧ ସଂଗ୍ରାହଳୟରେ ଭାରତୀୟ ବାୟୁସେନାର ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ଷ୍ଟାଚ୍ୟୁ

Ratnamani Maharana

ଆଜିଠୁ ଆରମ୍ଭ ଜେଇଇ ମେନ୍‌ ପରୀକ୍ଷା

Ratnamani Maharana

ପ୍ରସ୍ତୁତ ହେଲା କରୋନାର ନିରାକରଣ ! ଆଗାମୀ ମାସରୁ ମଣିଷଙ୍କ ଉପରେ ହେବ ପରୀକ୍ଷଣ

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More