EnewsOdia.Com

ଘରେ ସୋରିଷ ତେଲ ଅଛି ତ? ଏହି ୫ ସମସ୍ୟାକୁ ଚୁଟ୍‌କିରେ ସମାଧାନ କରନ୍ତୁ

ଏମିତି କିଛି ରୋଗ ଅଛି ଯାହାର ନିରାକରଣ ପାଇଁ ସୋରିଷ ତେଲ ଅବ୍ୟର୍ଥ ଔଷଧ ଭାବେ କାର୍ଯ୍ୟ କରେ। ଅଚାନକ ଏପରି ଅନେକ ସମସ୍ୟା ହୁଏ, ମାତ୍ର ଉପଶମ ପାଇଁ ପାଖରେ ଔଷଧ ନଥାଏ। ସେହି କ୍ଷେତ୍ରରେ ଆପଣ ସୋରିଷ ତେଲକୁ ଭରସା କରିପାରିବେ। ତେବେ, ଚାଲନ୍ତୁ କେଉଁ କେଉଁ କ୍ଷେତ୍ରରେ ଆମେ ସୋରିଷ ତେଲର ଉପଯୋଗ କରିପାରିବା।

୧)  ଟିକେ ଥଣ୍ଡା କିମ୍ବା କାଶ ହେଲେ ଘରେ ମାଆ, ଜେଜେମାଆ ମାନେ ସୋରିଷ ତେଲକୁ ଫୁଟାଇ ଗୋଡ଼ରେ ମାଲିସ୍‌ କରିଥାନ୍ତି। ବାସ୍ତବ କଥାଟି ହେଉଛି ଥଣ୍ଡା କାଟିବା ପାଇଁ ଏହାଠାରୁ ଭଲ ଉପାୟ ଆଉ କିଛି ହୋଇନପାରେ।

୨) ଗାଧୋଇବା ପୂର୍ବରୁ ନାଭିରେ ତେଲ୍‌ ଲଗାଇ ଗାଧାନ୍ତୁ। ଫଳରେ ବିଭିନ୍ନ ପ୍ରକାରର ପେଟ ସମସ୍ୟା ଦୂର ହୋଇଥାଏ।

୩) ମୁହଁକୁ ହାଲୁକା ଉଷୁମ ପାଣିରେ ଧୋଇ ଦେବା ପରେ ଅଳ୍ପ ଟିକେ ସୋରିଷ ତେଲ୍‌ ହାତରେ ନେଇ ମୁହଁ ସାରା ମାଲିସ୍‌ କରନ୍ତୁ ତ୍ୱଚାର ଔଜଲ୍ୟତା ବୃଦ୍ଧି ପାଇବ।

୪) କେଶର ରଙ୍ଗ ଗାଢ଼ କଳା ଚାହୁଁଥିଲେ ସପ୍ତାହକୁ ୨ ଥର ସୋରିଷ ତେଲ୍‌ ଲଗାଇ ଅଧଘଣ୍ଟା ପରେ କେଶ ସଫା କରନ୍ତୁ। ଦେଖିବେ କିଛି ମାସ ଏପରି କରିବା ଦ୍ୱାରା କେଶର ରଙ୍ଗ ଅପେକ୍ଷାକୃତ କଳା ହୋଇଯିବ।

୫) ଯଦି ଦୂର ସ୍ଥାନରୁ ଯାତ୍ରା ସାରି ଫେରିଛନ୍ତି ଦେହ ପୀଡ଼ା କମାଇବା ପାଇଁ ସୋରିଷ ତେଲ ଲଗାଇ ମାଲିସ୍‌ କରିଲେ ଉପଶମ ମିଳିଥାଏ।

ପଢନ୍ତୁ: ଫିଡସ୍ ଭଳି ରୋଗକୁ ୧୫ ଦିନରେ ସମୂଳେ ନାଶ କରିବା ଭଳି ସାହସ ରଖେ ଏହି ଆୟୁର୍ବେଦିକ ବିଧି

ସମ୍ବନ୍ଧିତ ଖବର

ଏହି ୩ଟି ରୋଗ ପାଇଁ ରାମବାଣ ଅଟେ ଜାମୁକୋଳି, ଜାଣନ୍ତୁ କ’ଣ

Ratnamani Maharana

ଫୁଡ୍ ପଏଜନିଂ ହୋଇଥିଲେ କରନ୍ତୁ ଘରୋଇ ଉପାୟରେ ଚିକିତ୍ସା; ଜାଣନ୍ତୁ କିପରି

Ratnamani Maharana

ହାତରେ ଯଜ୍ଞସୂତା ବାନ୍ଧିବା ସ୍ବାସ୍ଥ୍ୟ ପାଇଁ ହିତକର

Ratnamani Maharana

ଘରର ମୁଖିଆ ଗୁରୁବାର ଦିନ ଏହି ତିନୋଟି କାମ କରିବା ଉଚିତ ନୁହେଁ, ଜାଣନ୍ତୁ କଣ

Ratnamani Maharana

ଅନେକ ରୋଗର ମହୋଷଧୀ ଏହି ଗଛର ପତ୍ର

Ratnamani Maharana

ଋତୁସ୍ରାବ ସମୟରେ କରନ୍ତୁ ଏହି ଆରାମ ଦାୟକ ବ୍ୟାୟାମ

Ratnamani Maharana