EnewsOdia.Com

ଜୀବସତ୍ତା ସନ୍ଧାନ ଦେଇପାରେ ମଙ୍ଗଳ ଗ୍ରହରେ ଥିବା ରହସ୍ୟମୟ ଗହ୍ଵର

ମଙ୍ଗଳ ଗ୍ରହରେ ଥିବା ଏକ ଅସ୍ୱାଭାବିକ ପ୍ରକାରର ଗହ୍ଵରର ଫଟୋ ନିକଟରେ ରିଲିଜ୍‌ କରିଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥାନ ‘ନାସା’। ୨୦୧୧ ମସିହାରେ ଏହି ବିଚିତ୍ର ଗହ୍ଵର ଆବିଷ୍କାର କରାଯାଇଥିଲା। ମଙ୍ଗଳ ଗ୍ରହର ପାଭୋନିସ୍‌ ମନ୍‌ସ୍‌ ଆଗ୍ନେୟଗିରିର ଧୂଳିଧୂସରିତ ଢାଲୁ ଏହି ଫଟୋରେ ଦେଖାଯାଉଛି। ସମ୍ପ୍ରତି ମଙ୍ଗଳ ଗ୍ରହ ପ୍ରଦକ୍ଷିଣ କରୁଥିବା ରୋବଟିକ୍‌ ରିକନେସାନ୍‌ସ୍‌ ଅବିର୍ଟର୍‌ରେ ଲାଗିଥିବା ‘ହାଇରାଇଜ୍‌’ ଉପକରଣରେ ଏହି ଫଟୋଟି ଉତ୍ତୋଳନ କରାଯାଇଛି। ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ଯେ ମଙ୍ଗଳ ଗ୍ରହରେ ଥିବା ଏହି ପ୍ରକାର ଗହ୍ଵର ଜୀବନ ଧାରଣ ପାଇଁ ଅପେକ୍ଷାକୃତ ଉତ୍ତମ ସ୍ଥାନ ହୋଇଥାଇ ପାରେ। କାରଣ ଏହି ଗହ୍ଵର ଅଭ୍ୟନ୍ତରରେ ଗୁମ୍ଫା ସବୁ ରହିଛି। ଏହା ସେଠାକାର ଜୀବସତ୍ତାକୁ ମଙ୍ଗଳପୃଷ୍ଠର ପ୍ରତିକୂଳ ପରିବେଶରୁ ସୁରକ୍ଷା ଦେଉଥିବ।

ତେଣୁ ଭବିଷ୍ୟତରେ ମଙ୍ଗଳ ଗ୍ରହକୁ ପଠାଇବାକୁ ଯୋଜନା କରୁଥିବା ମହାକାଶଯାନ, ରୋବୋଟ୍‌, ଏବଂ ମାନବମାଙ୍କର ମୁଖ୍ୟ ଲକ୍ଷ୍ୟ ହେଉଛି ଏହି ଗହ୍ଵରରେ ପହଞ୍ଚିବା।  ମଙ୍ଗଳ ଗ୍ରହ ଭୂତଳର ୨୦ ମିଟର ଗଭୀରରେ ଥିବା ଗହ୍ଵର ମଧ୍ୟକୁ ଏହି ୩୫ ମିଟର୍‌ ଚଉଡ଼ା ବିଚିତ୍ର ଗହ୍ଵରଗୁଡ଼ିକ ସଂଯୋଗ ପଥ ବୋଲି ଅନୁମାନ କରାଯାଉଛି।

ପଢନ୍ତୁ: ଡ୍ରୋନ୍‌ ଦ୍ବାରା ଆରମ୍ଭ ହେଲା ସୂର୍ଯ୍ୟମନ୍ଦିରର ଲେଜର୍‌ ସ୍କାନିଂ

 

 

ସମ୍ବନ୍ଧିତ ଖବର

ବଜ୍ରକାପ୍ତାରୁ ବ୍ୟାପୁଛି କରୋନା ଭାଇରସ୍‌ !

Ratnamani Maharana

ଭୟଙ୍କର ରୂପ ନେଉଛି ବାତ୍ୟା ‘ମହା’, ଜାରି ହେଲା ରେଡ ଆଲର୍ଟ

Ratnamani Maharana

ବଗଦାଦୀ ପରେ ଆଇଏସଆଇଏସର କମାଣ୍ଡ ସମ୍ଭାଳିଲା ଅବଦୁଲ୍ଲା କାର୍ଦଶ

Ratnamani Maharana

୮୪ ହଜାର କୋଟିରୁ ଅଧିକ ଟଙ୍କା ନଷ୍ଟ କରିଦେବ ଚୀନ୍

Ratnamani Maharana

୭୦ ବର୍ଷ ହେବ ନଖାଇ ନପିଇ ବଞ୍ଚିଛନ୍ତି ଏହି ବ୍ୟକ୍ତି

Ratnamani Maharana

ମହାପ୍ରଭୁ ଶ୍ରୀଲଙ୍ଗରାଜଙ୍କୁ ୧୦୮ ପଦ୍ମଫୁଲ ଦେଇ ପୂଜାର୍ଚ୍ଚନା କଲେ ଅମିତ ଶାହା

Ratnamani Maharana