Loading...

ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ କିଭ୍‌ ଆକାଶରେ ଦେଖାଦେଲା ରହସ୍ୟମୟ ଆଲୋକ

ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ କିଭ୍‌ ଆକାଶରେ ଦେଖାଦେଲା ରହସ୍ୟମୟ ଆଲୋକ

ଆମେରିକାର ସ୍ପେସ ଏଜେନ୍ସି (ନାସା) ପୂର୍ବରୁ ଘୋଷଣା କରିସାରିଥିଲା, ୬୬୦ପାଉଣ୍ଡ (୩୦୦ କିଲୋଗ୍ରାମ) ଓଜନର ଏକ ପୁରୁଣା ଉପଗ୍ରହ ବୁଧବାର ପୁଣିଥରେ ପୃଥିବୀକୁ ଫେରି ଆସିବ।

ରୁଷିଆ-ୟୁକ୍ରେନ ଯୁଦ୍ଧ ହେବାର ଏକ ବର୍ଷରୁ ଅଧିକ ସମୟ ବିତିଗଲାଣି। କିଭର ଲୋକମାନେ ସର୍ବଦା ଆକ୍ରମଣର ଭୟରେ ରହୁଛନ୍ତି। ଏଭଳି ପରିସ୍ଥିତିରେ ବୁଧବାର କିଭ୍‌ ଆକାଶରେ ଏକ ରହସ୍ୟମୟ ଆଲୋକ ଦେଖାଯାଇଥିଲା। ଏହାପରେ ସହରରେ ସୁରକ୍ଷା ସାଇରନ୍‌ ବାଜି ଉଠିଥିଲା। ତେବେ ଏହି ଆଲୋକ ଏକ ଉପଗ୍ରହ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା କାରଣରୁ ଦେଖାଯାଇଥିବା ଜଣାପଡ଼ିଛି।

କିଭ୍‌ର ସାମରିକ ପ୍ରଶାସନର ମୁଖ୍ୟ ସେର୍ଗି ପୋପକ କହିଛନ୍ତି, ଅନୁସନ୍ଧାନ ପରେ ନାସା ମହାକାଶ ଉପଗ୍ରହ ପୃଥିବୀକୁ ଖସିଯିବା କାରଣରୁ ଆକାଶରେ ଆଲୋକ ଦେଖା ଯାଇଥିବା ଜଣାପଡିଛି।

ଉଲ୍ଲେଖନୀୟ କଥା ହେଉଛି, ଆମେରିକାର ସ୍ପେସ ଏଜେନ୍ସି (ନାସା) ପୂର୍ବରୁ ଘୋଷଣା କରିସାରିଥିଲା, ୬୬୦ପାଉଣ୍ଡ (୩୦୦ କିଲୋଗ୍ରାମ) ଓଜନର ଏକ ପୁରୁଣା ଉପଗ୍ରହ ବୁଧବାର ପୁଣିଥରେ ପୃଥିବୀକୁ ଫେରି ଆସିବ।

ନାସା କହିଥିଲା ରେଭେନ ରାମାଟି ଉଚ୍ଚ ଶକ୍ତି ସୌର ସ୍ପେକ୍ଟ୍ରସ୍କୋପିକ ଇମେଜର୍‌ ମହାକାଶଯାନ ଯାହା ସୌର ପ୍ରଜ୍ୱଳନକୁ ଦେଖିବା ପାଇଁ ବ୍ୟବହୃତ ହେଉଥିଲା। ତାହା ୨୦୦୨ରେ ପୃଥିବୀର ନିମ୍ନ କକ୍ଷପଥରେ ସ୍ଥାପିତ ହୋଇଥିଲା ଏବଂ ୨୦୧୮ ରେ ଅକାମୀ ହେବାରୁ ସେବାମୁକ୍ତ ହୋଇଥିଲା।

ପୋପକ କହିଛନ୍ତି, ରାତି ପ୍ରାୟ ୧୦ ଟା ସମୟରେ କିଭ ଉପରେ ଆକାଶରେ ଏକ ଉଜ୍ଜ୍ୱଳ ଆଲୋକ ଦେଖାଯାଇଥିଲା। ଏହା ପରେ ସୁରକ୍ଷା ଆଲର୍ଟ ପାଇଁ ସାଇରନ ବାଜି ଉଠିଥିଲା। ନାସା ସୋମବାର କହିଥିଲା ବାୟୁମଣ୍ଡଳରେ ପ୍ରବେଶ କରିବା ମାତ୍ରେ ଜଳିଯିବ ବୋଲି ଆଶା କରାଯାଉଛି। ଯଦିଓ କିଛି ଅବଶେଷ ରହିବାର ଆଶା କରାଯାଏ। ତେବେ ଏହା ଦ୍ୱାରା ପୃଥିବୀରେ କାହାରି କିଛି କ୍ଷତି ହେବ ନାହିଁ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.