CULTURES

ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ପ୍ରତୀକ୍ଷାର ଅନ୍ତ ଘଟିଲା। ନବଯୌବନ ରୂପରେ ଭକ୍ତଙ୍କୁ ଦର୍ଶନ ଦେବା ଲାଗି ପ୍ରସ୍ତୁତ ଏବେ ଚତୁର୍ଦ୍ଧା ବିଗ୍ରହ। ଶ୍ରୀମନ୍ଦିରରେ ଭକ୍ତ ଓ ଭଗବାନଙ୍କ ମହାମିଳନ ହେବ। ୧୪ଦିନ ପରେ ଦାରୁବ୍ରହ୍ମଙ୍କୁ ଦର୍ଶନ କରି ଦୁଃଖସୁଖ ଜଣାଇବେ ଶ୍ରଦ୍ଧାଳୁ। ଶୁକ୍ରବାର ଭୋରରୁ ଦଇତାପତିମାନେ ଚକା ଅପସାରଣ କରିବେ। ଜଗମୋହନରୁ ଦଶାବତାର ଠାକୁରଙ୍କ ବାହୁଡା ବିଜେ ପରେ ଅଣସର ତାଟି ଫିଟିବ। ଏହାପରେ ଦାରୁଦିଅଁଙ୍କ ମହାର୍ଘ ନବଯୌବନ ଦର୍ଶନ ମିଳିବ। ଜଗମୋହନ ମରାମତି ପାଇଁ ୨୦୧୬ ମସିହାରୁ ଭିତରକାଠରୁ ଠାକୁରଙ୍କ ନବଯୌବନ ଦର୍ଶନରୁ ବଞ୍ଚତ୍ତ ହେଉଥିବା ଭକ୍ତ ଏଥର ଏହି ସୁଯୋଗ ପାଇବେ।

ଅପରପକ୍ଷରେ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି ତିନିରଥ ନିର୍ମାଣ। ଶୁକ୍ରବାର ମହାପ୍ରଭୁଙ୍କ ଆଜ୍ଞାମାଳ ମିଳିବା ପରେ ରଥଖଳାରୁ ସିଂହଦ୍ୱାର ଅଭିମୁଖେ ଗଡିବ ତିନିରଥ। ଶନିବାର ଘୋଷଯାତ୍ରା। ଦାରୁଦିଅଁ ରଥରେ ବିଜେ ହୋଇ ଯିବେ ଜନ୍ମବେଦି।

ପଢନ୍ତୁ; ଆମେରିକାର ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ ହୋଇପାରନ୍ତି ଆସନ୍ତା ବର୍ଷ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି

Related posts

ଆଜି ବଡଓଷା,ଧବଳେଶ୍ୱର ପୀଠ ଚଳଚଞ୍ଚଳ

ENO Beuro

ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା ! ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ବ୍ରତ ପାଳିବେ ବିବାହିତା ନାରୀ

ENO Beuro

ଆଜି ହେଉଛି ପବିତ୍ର ଧନ୍‌ତେରସ,ସୁନା ଦୋକାନରେ ଲାଗିଛି ଗ୍ରାହକମାନଙ୍କ ଭିଡ଼

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More