News

ମହଙ୍ଗା ପଡିଲା ପରକ୍ରିୟା ପ୍ରୀତି : ପ୍ରେମୀ ଯୁଗଳଙ୍କୁ ପିଟିଲେ , ଲଣ୍ଡା କରି ବୁଲାଇଲେ

ଆପତ୍ତିଜନକ ଅବସ୍ଥାରେ ଧରାପଡ଼ିବା ପରେ ଯୁବକ ଓ ବିବାହିତା ମହିଳାଙ୍କୁ ନିସ୍ତୁକ ମାଡ଼

ପରକ୍ରିୟା ପ୍ରୀତି ମହଙ୍ଗା ପଡିଛି । ବିଭାହୀତ ହୋଇ ମଧ୍ୟ ରାତି ଅଧିଆ ପ୍ରେମ କରିବାକୁ ଯାଇ ଗ୍ରାମବାସୀଙ୍କ ହାବୁଡରେ ପଡିଛନ୍ତି ପ୍ରେମୀ ଯୁଗଳ । ତାପରେ ନିସ୍ତୁକ ମାଡ ଓ ପରେ ଲଣ୍ଡା କରାଯାଇ ଗାଁ ବୁଲାଇଛନ୍ତି । ଏଭଳି ଅଭାବନିୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ବୁଆଲିବେଡା ଗାଁରେ । ପୁଲିସ ଗ୍ରାମ ବାସୀଙ୍କ କବଳରୁ ପ୍ରେମିଯୁଗଳଙ୍କୁ ଉଧାର କରିଛି ।

ପୁଲିସ ସୂତ୍ରରୁ ପ୍ରକାଶ ଯେ , ଅଙ୍ଗନବାଡ଼ି କର୍ମୀଙ୍କ ଘରକୁ ବରାବର ଜଣେ ଯୁବକ ଯିବାଆସିବା କରୁଥିଲେ। ଏହାକୁ ନେଇ ଗାଁ ଲୋକେ ଆପତ୍ତି ଉଠାଇ ଥିଲେ। ଦୁଇ ଜଣଙ୍କ ଭିତରେ ଅନୈତିକ ସଂପର୍କ ଥିବା ଗାଁ ଲୋକେ ସନ୍ଦେହ କରୁଥିଲେ । ଗ୍ରାମବାସୀଙ୍କ ଅନୁଯାୟୀ, ଗତ ରାତିରେ ଉକ୍ତ ଯୁବକ ଜଣକ ମହିଳାଙ୍କ ଘରକୁ ଆସିଥିଲେ । ପୂର୍ବରୁ ଛକି ରହିଥିବା ଗ୍ରାମବାସୀମାନେ ଉଭୟଙ୍କୁ ଅସଞ୍ଜତ ଅବସ୍ଥାରେ ଥିବା ସମୟରେ ଧରିଥିଲେ ।

ଏମିତିକି ଦୁଇଜଣଙ୍କ ଚୁଟି କାଟି ଦଉଡ଼ିରେ ବାନ୍ଧି ଗାଁ ସାରା ବୁଲାଇବା ଲାଗି ନିଷ୍ପତ୍ତି ହୋଇଥିଲା । ଫଳରେ ଘଟଣା ସଂପର୍କରେ ପୁଲିସକୁ ନ ଜଣାଇ ଲେକେ ସେ ଦୁଇଜଣଙ୍କ ଚୁଟି କାଟି ଦଉଡ଼ିରେ ବାନ୍ଧି ବୁଲାଇ ଥିଲେ । ଏହି ସମୟରେ ଗାଁରେ ଖାପ ପଞ୍ଚାଯତର ବାତାବରଣ ସୃଷ୍ଟି ହୋଇଥିବା ପୁଲିସ କହିଛି । ଘଟଣା ସ୍ତଳରୁ ପୁଲିସ ବିଭାହୀତ ପ୍ରେମିଯୁଗଳଙ୍କୁ ଉଧାର କରି ଥାନାରେ ରାଖୀ ତଦନ୍ତ ଚଳାଇଛି ।

ଘଟଣାରେ ଉତ୍ତ୍ୟକ୍ତ ଗ୍ରାମବାସୀ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏ ନେଇ ଶ୍ରୀ ପଟ୍ଟନାୟକ ଓ କର୍ମୀ ଜଣକ ଥାନାରେ ଏତେଲା ଦେଇଛନ୍ତି । ଏତେଲାକୁ ଭିତି କରି କର୍ମୀଙ୍କ ସ୍ଵାମୀ ପ୍ରଫୁଲ କଚିମଙ୍କ ସହ ଅନ୍ୟ ଦୁଇ ଜଣ ଗ୍ରାମବାସୀଙ୍କୁ ପୁଲିସ ଗିରଫ କରିଛି ।

ପଢନ୍ତୁ ;

କଡ଼ାକଡ଼ି ହେବ ଟ୍ରାଫିକ୍‌ ନିୟମ : ବାଇକ ଚାଳକଙ୍କ ପାଇଁ ହେଲମେଟ୍ ବାଧ୍ୟତାମୂଳକ

Related posts

ବିନା ସୁଧରେ ମହାରାଷ୍ଟ୍ରକୁ ୫୦୦ କୋଟି ଋଣ ଦେଲା ଶିରିଡ଼ି ଟ୍ରଷ୍ଟ

ENO Beuro

ଲଣ୍ଡନରେ ଅଛନ୍ତି ପିଏନବି ଠକେଇର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦି

ENO Beuro

ଚର୍ଚ୍ଚାରେ କର୍ଣ୍ଣାଟକର ଭାବି ମୁଖ୍ୟମନ୍ତ୍ରୀ : ଯେଉଁ ବର୍ଷ କଲେ ପ୍ରଥମ ବିବାହ ସେହି ବର୍ଷ ଜନ୍ମ ହୋଇଥିଲେ ଦ୍ୱିତୀୟ ପତ୍ନୀ

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More