POLITICALS

ପ୍ରତି ମାସରେ ରିପୋର୍ଟ ଦେବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଲେ ନବୀନ

Nn

ପଞ୍ଚମ ଥର ବିଜେଡି ସରକାର  କ୍ଷମତାକୁ ଫେରିବା ପରେ ଏବେ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଯାହା କରୁଛ କର, ଦଳ ଭୋଟ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କର। ଏଥିରେ ଢିଲାପଣକୁ ବରଦାସ୍ତ କରାଯିବ ନାହି ଏପରି କିଛି ଶୁଣିବାକୁ ମିଳିଥିଲା ବିଜେଡ଼ି ସୁପ୍ରିମୋଙ୍କ ମୁହଁରୁ। ଏଣିକି ଚିରାଚରିତ ଢଙ୍ଗରେ ସମୀକ୍ଷା ନକରି ପ୍ରତି ମାସର ୭ତାରିଖ  ସୁଦ୍ଧା ବିଭାଗର କାର୍ଯ୍ୟକ୍ରମ ସମ୍ପର୍କରେ କି ଅଗ୍ରଗତି ଘଟିଛି ସେ ସମ୍ପର୍କରେ ମନ୍ତ୍ରୀମାନେ ମୁଖମନ୍ତ୍ରୀଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ।

 

ପ୍ରତି ମାସ ୭ ତାରିଖ ପୂର୍ବରୁ ମନ୍ତ୍ରୀମାନେ ନିଜ ବିଭାଗ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବେ। ଦଳୀୟ ଇସ୍ତାହାରର ପ୍ରସ୍ତାବଗୁଡିକୁ ସରକାରଙ୍କ ପ୍ରମୁଖ କାର୍ଯ୍ୟ ଭାବରେ କାର୍ଯ୍ୟକାରୀ କରିବା ଦିଗରେ ସେମାନେ ନିର୍ଦିଷ୍ଟ କି ପଦକ୍ଷେପ ନେଇଛନ୍ତି, ସେ ସଂପର୍କରେ ତାଙ୍କୁ ଜଣାଇବେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ୨୦ ଜଣ ମନ୍ତ୍ରୀଙ୍କୁ ଏମିତି ଟାସ୍କ ଦେଇଛନ୍ତି। ଆସନ୍ତା ଜୁଲାଇ ୭ ତାରିଖ ମଧ୍ୟରେ ମନ୍ତ୍ରୀମାନେ ସେମାନଙ୍କର ପ୍ରଥମ ମାସିକ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି।

ପଢନ୍ତୁ: ଆଜି ‘ଇଦ୍ ଉଲ୍ ଫିତର’: ଚଳଚଞ୍ଚଳ ପୁରା ସହର

Related posts

ଇସ୍ତଫା ଦେଲେ କୃଷ୍ଣଚନ୍ଦ୍ର ସଗରିଆ

ENO Beuro

ଏଲ୍‌.କେ ଆଡ଼ଭାନୀଙ୍କ ବିକଳ୍ପ ସାଜିବେ ଅମିତ ଶାହା: ଏଲ୍‌.କେ ଆଡ଼ଭାନୀଙ୍କ ରାଜନୈତିକ କ୍ୟାରିୟର ଶେଷ

Ratnamani Moharana

ବୈଜୟନ୍ତଙ୍କୁ ମିଳିଲା ବିଜେପି ଜାତୀୟ ଉପସଭାପତି ଓ ମୁଖ୍ୟପାତ୍ର ଦାୟିତ୍ଵ

ENO Beuro

Leave a Comment