News

ଆଜି ନବୀନଙ୍କ ଶପଥ ଗ୍ରହଣ ଉତ୍ସବରେ ଭାଇଭଉଣୀ

N

ଓଡ଼ିଶା ଇତିହାସ ପୃଷ୍ଠାରେ ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିଯିବ ୨୦୧୯ ମେ ୨୯ ତାରିଖ । ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ନବୀନ ପଟ୍ଟନାୟକ । ଭୁବନେଶ୍ଵର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ନବୀନ ଶପଥ ଗ୍ରହଣ କରିଛନ୍ତି। ପୂର୍ବାହ୍ନ ପ୍ରାୟ ୧୦ଟା ୪୫ରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ପଦ ଏବଂ ଗୋପନୀୟତାର ସହ ଶପଥ ପାଠ କରାଇଥିଲେ। ନବୀନଙ୍କ ଏହି ଶପଥ ସମାରୋହ ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Gg

ପ୍ରଥମ ଥର ଲାଗି ରାଜଭବନ ବାହାରେ ଅର୍ଥାତ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ୨୦  ଜଣିଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିଛନ୍ତି। ତେବେ ନବୀନଙ୍କର ଏହି ସ୍ମରଣୀୟ ସମାରୋହରେ ଦେଖାଦେଇଥିଲେ ନବୀନଙ୍କ ପରିବାରର କିଛି ସଦସ୍ୟ। ଏହି ସମାରୋହରେ ନବୀନଙ୍କ ବଡଭାଇ ପ୍ରେମ ଓ ଭଉଣୀ ଗୀତା ପଟ୍ଟନାୟକ  ଉପସ୍ଥିତ ଥିଲେ।

ପଢନ୍ତୁ: ଜୁନ୍‌ ୨ ତାରିଖ ଯାଏଁ ୬ଟି ଜିଲ୍ଲାରେ ଘଡ଼ଘଡ଼ି ସହ ହାଲକା ବର୍ଷା

Related posts

Gorakhpur Child Deaths, In Charge Dr Kafeel Khan Arrested

ENO Beuro

ଦେବେନ୍ଦ୍ର ଫଡ଼ନାବିସଙ୍କୁ ମାଓବାଦୀଙ୍କ ଧମକ

ENO Beuro

କ୍ରିଡାର ବିକାଶ ପାଇଁ ଓଡିଶାକୁ ମିଳିଲା ସର୍ବୋତ୍ତମ ରାଜ୍ୟ ପୁରସ୍କାର 

ENO Beuro

Leave a Comment