News

ଫନି ପୀଡିତଙ୍କ ପାଇଁ ନବୀନଙ୍କ ସ୍ଵତନ୍ତ୍ର ପ୍ୟାକେଜ

Untitled 1

ଫନି  ପାଇଁ ପୁରୀ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ସମ୍ଭବ ନୁହେଁ। ତେବେ ବିପନ୍ନଙ୍କୁ ରାଜ୍ୟସରକାର ସବୁ ପ୍ରକାର ସହାୟତା କରିବାକୁ ବଦ୍ଧପରିକର। ନବୀନଙ୍କ ଏହି ପ୍ରୟାସ ପାଇଁ ଆରମ୍ଭ ହୋଇଛି ନୂଆ ପ୍ୟାକେଜ। ସବୁ ପରିବାରକୁ ମିଳିବ ୫୦ କେଜି ଲେଖାଏଁ ଚାଉଳ। ବିଜୁଳି ନାସିବା ଯାଏ ପ୍ରତି ପରିବାରକୁ ୨.୫ ଲିଟର କିରାସିନି ଓ ମାଗଣାରେ ସନିଟାରୀ ନାପକିନଓ ଓ ମହମବତୀ।

 

 

ଏହି ଯୋଜନାରେ ନବୀନ ପ୍ରତି ପରିବାର ଅର୍ଥାତ ରାସନ କାର୍ଡ ଅନ୍ତର୍ଭୁକ୍ତ ନଥିବା ପରିବାରକୁ ମଧ୍ୟ ୫୦ କେଜି ଚାଉଳ, ବିଜୁଳି ନାସିବା ଯାଏ ପ୍ରତି ପରିବାରକୁ ୧୦ ଦିନ ବ୍ୟବଧାନରେ ୨.୫ ଲିଟର କିରୋସିନୀ,୧୦ ଲକ୍ଷ ମହମବତୀ ଓ ଆସନ୍ତା ଦୁଇ ମାସ ଯାଏ ମାଗଣା ସାନିଟାରୀ ନାପକିନ ବଣ୍ଟନ କରାଯିବ। ଘର ଭଙ୍ଗା ସହାୟତା ଓ ରିଲିଫ କୋଡ ଅନୁସାରେ ଅନ୍ୟ ସହାୟତା ବଣ୍ଟନ ଆସନ୍ତା ସପ୍ତାହକ ମଧ୍ୟରେ ବଣ୍ଟନ କରାଯିବ। ନବୀନ କହିଛନ୍ତି, ଫନି ବାତ୍ୟାରେ ହୋଇଥିବା ଅପୂରଣୀୟ କ୍ଷତି ନିମନ୍ତେ ମୁ ଅତ୍ୟନ୍ତ ମର୍ମାହତ। ପୁରୀକୁ ଏକ ବିଶ୍ଵ ଐତିହ୍ୟ ସହର କରି ଗଢି ତୋଳିବାକୁ ମୁଁ ପ୍ରୟାସ କରିବି।
ପଢନ୍ତୁ: ଫନି ପରେ ବ୍ୟାଙ୍କ ଓ ବୀମା ସେବା ସ୍ୱାଭାବିକ ପାଇଁ ସମୀକ୍ଷା ବୈଠକ

Related posts

୬ ମାସରୁ କମ୍‌ ଚାକିରି ଥିବା ଆଇପିଏସ୍‌ ଅଫିସର ହୋଇପାରିବେନି ଡିଜିପି:ସୁପ୍ରିମକୋର୍ଟଙ୍କ ରାୟ

ENO Beuro

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି ୨୧ତମ ଶ୍ରାଦ୍ଦବାର୍ଷିକୀ

ENO Beuro

୩ ବ୍ୟାଙ୍କ ମିଶ୍ରଣକୁ କ୍ୟାବିନେଟର ମଞ୍ଜୁରୀ

ENO Beuro

Leave a Comment