POLITICALS

ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ବିଜେଡିରୁ ନିଲମ୍ବିତ

ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ବିଜେଡିରୁ ନିଲମ୍ବିତ ହୋଇଛନ୍ତି। ନିନ୍ଦନୀୟ ଆଚରଣ ଜନିତ ତଥ୍ୟ ଆଧାରରେ ତାଙ୍କୁ ନିଲମ୍ବନ କରାଯାଇଥିବା ନେଇ ବିଜେଡି କାର୍ଯ୍ୟାଳୟ ପକ୍ଷରୁ ପ୍ରେସ୍ ରିଲିଜ୍ ଜାରି କରାଯାଇଛି।

ଗତକାଲି କୋଲକାତା ପାର୍କ ଷ୍ଟ୍ରିଟର ଏବାଉଟ୍ ଫ୍ୟାମିଲି ସ୍ପାରେ ଚଢାଉ ବେଳେ ନବୀନଙ୍କୁ ଗିରଫ କରିଥିଲା ପୋଲିସ। ନବୀନ ନନ୍ଦଙ୍କ ସମେତ ୧୮ଜଣ ଗ୍ରାହକ ଓ ୯ଜଣ ଦେହଜୀବୀଙ୍କୁ ଗିରଫ କରିଥିଲା ପୋଲିସ । ଜାମିନରେ ମୁକୁଳିବା ପରେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖି ନବୀନ କହିଛନ୍ତି ଯେ, ଦୁର୍ବୃତ୍ତମାନେ ତାଙ୍କ ପର୍ସ ଛଡାଇ ନେଇ ସ୍ପା ଭିତରକୁ ପଶିଯାଇଥିଲେ । ତେଣୁ ପର୍ସ ଆଣିବା ପାଇଁ ସେ ଦୁର୍ବୃତ୍ତଙ୍କ ପଛରେ ସ୍ପା ଭିତକୁ ପ୍ରବେଶ କରିଥିଲେ। କିନ୍ତୁ ଭାଗ୍ୟର ବିଡମ୍ବନା ଏହି ସମୟରେ ପୋଲିସ ରେଡ୍ କରି ଗିରଫ କରିନେଇଥିଲା ବୋଲି ଗଣମାଧ୍ୟମକୁ କହିଛନ୍ତି ନବୀନ ନନ୍ଦ।

ଏହା ମୋ ବିରୋଧରେ ଏକ ଷଡଯନ୍ତ୍ର ବୋଲି ଗଣମାଧ୍ୟମ ଆଗରେ ମଧ୍ୟ ପ୍ରକାଶ କରିଛନ୍ତି ଏହି ପୂର୍ବତନ ବିଧାୟକ । ଓକିଲଙ୍କ ପରାମର୍ଶ ପରେ ଆଇନଗତ ପଦକ୍ଷେପ ନେବି ବୋଲି ସେ କହିଛନ୍ତି।

ପଢନ୍ତୁ; ରକ୍ତହୀନତା ଦୂର କରେ କସୁରୀ ମେଥି! ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

Related posts

ବିଜେପି ଛାଡ଼ିଲେ ପୂର୍ବତନ ଅର୍ଥମନ୍ତ୍ରୀ ଯଶଓ୍ଵନ୍ତ ସିହ୍ନା!

ENO Beuro

ଆଗକୁ ଗୁଜରାଟ ନିର୍ବାଚନ, ରାଲିଠୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ପର୍ଯ୍ୟନ୍ତ ବିଜେପିର ବ୍ୟାପକ ପ୍ରସ୍ତୁତି

ENO Beuro

କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ କେବଳ ରାଜନୀତିରେ ନୁହେଁ, ମାର୍ସାଲ ଆର୍ଟ ରେ ମଧ୍ୟ ରୁଚି ରଖନ୍ତି

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More