SPORTS

ହକି ବିଶ୍ୱକପ୍‌ର ପ୍ରଚାର ପାଇଁ ଆଜି ‘କେବିସି’ରେ ନଜର ଆସିବେ ନବୀନ

naveen

ଓଡ଼ିଶାରେ ହେବାକୁ ଥିବା ହକି ବିଶ୍ୱକପ୍ ରେ ଭାରତ ପୁଣିଥରେ ଚମ୍ପିଆନ୍‍ ହୋଇ ଇତିହାସ ରଚିବ।’ ଏପରି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବଲିଉଡର ବିଗ୍‍ ବି’ ଅମିତାଭ ବଚ୍ଚନ। ହକି ବିଶ୍ୱକପ୍‌ର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ଏଥିରେ ଆଉ ଗୋଟିଏ ପାଦ ଆଗକୁ ବଢ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ହକି ବିଶ୍ୱକପ୍‌ର ପ୍ରଚାର ଆଜି ପାଇଁ ନବୀନ ସୋନି ଟିଭିରେ ପ୍ରସାରିତ ‘କୌନ ବନେଗା କରୋଡପତି’ (କେବିସି) ସୋ’ରେ ନଜର ଆସିବେ।

କେବିସି କର୍ମବୀର ଏପିସୋଡରେ ବିଗ୍‌ ବିଙ୍କ ସହ ହଟ୍‌ ସିଟ୍‌ରେ ନଜର ଆସିବେ ଅଧିନାୟକ ପି. ଆର୍‌. ଶ୍ରୀଜେଶ, ମନପ୍ରୀତ ସିଂହଙ୍କ ସମେତ ଆଉ କିଛି ଖେଳାଳି । ଆସନ୍ତା ନଭେମ୍ବର ୨୮ ତାରିଖରୁ ଆରମ୍ଭ ହେବ ହକି ବିଶ୍ୱକପ୍‌

naveen

ହକି ବିଶ୍ୱକପ୍‍ର ଶୁଭାରମ୍ଭ ମୁହୂର୍ତ୍ତରେ ଲୋକପ୍ରିୟ ସ୍ୱର ସଂଯୋଜକ, କଣ୍ଠଶିଳ୍ପୀ ଏଆର୍‍ ରହମନ୍‍ ଓ ବିଶିଷ୍ଟ ଗୀତିକାର ଗୁଲଜାରଙ୍କ ‘ଜୟ ହିନ୍ଦ ହିନ୍ଦ, ଜୟ ଇଣ୍ଡିଆ’ର ମୂର୍ଚ୍ଛନାରେ ଦେଶବାସୀ ଅଭିଭୂତ ହେବେ। ସେହିପରି ବଲିଉଡ ତାରକା ତଥା ସବୁରି ପ୍ରିୟ କିଙ୍ଗ୍‍ ଖାନ୍‍ (ଶାହରୁଖ) ଉଦ୍‍ଘାଟନୀ ଉତ୍ସବର ଆକର୍ଷଣ ସାଜିବେ। ଉତ୍ସବ ପୂର୍ବରୁ ଶାହରୁଖ ହକିପ୍ରେମୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ‘ମୋ ସହିତ ପୁରୁଷ ବିଶ୍ୱ କପ୍‍ ହକି ଉଦ୍‍ଘାଟନୀ ଉତ୍ସବରେ ସାମିଲ ହୁଅନ୍ତୁ।’

ପ୍ରଥମଥର ପାଇଁ ଓଡ଼ିଶାରେ ଏଭଳି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିବାରୁ ରାଜ୍ୟ ସରକାର ଏହାର ପ୍ରସ୍ତୁତି ଉପରେ ବିଶେଷ ନଜର ଦେଉଛନ୍ତି।

ପଢନ୍ତୁ;ଶ୍ରୀଦେବୀଙ୍କ ଚରିତ୍ରରେ ନଜର ଆସିବେ ଅଭିନେତ୍ରୀ ରାକୁଲ ପ୍ରୀତ

Related posts

ଆଇପିଏଲ ନିଲାମ: ଉନାଦକତ,ବରୁଣ ସବୁଠୁ ଦାମୀ

ENO Beuro

ଭାରତ-ଶ୍ରୀଲଙ୍କା ମୁକାବିଲା ଆଜି , ଫାଇନାଲରେ ପ୍ରବେଶ ପାଇଁ ଆଜିର ମ୍ୟାଚ ଭାରତ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ

ENO Beuro

ଭାରତୀୟ ଦଳର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀଙ୍କ ନୂଆ ରେକର୍ଡ

ENO Beuro

Leave a Comment