Entertainment

‘ନଚବଲିଏ-୯’ର ରିୟଲ ଲାଇଫ୍ କପଲ୍‌ ନୁହଁନ୍ତି ଶାନ୍ତନୁ ଓ ନିତ୍ୟାମୀ

70411236

ଟେଲିଦୁନିଆରେ ଏବେ ସେଲେବ୍ରିଟି ଡ୍ୟାନ୍ସ ରିୟାଲିଟି ଶୋ’ ‘ନଚବଲିଏ-୯’କୁ ନେଇ ଚର୍ଚ୍ଚା। ଏହି ଶୋ’ର ଲୋକପ୍ରିୟତା ବେଶ୍ ଅଧିକ ବଢ଼ିଗଲାଣି। ଏଥର ‘ନଚ ବଲିଏ’ରେ ଡ୍ୟାନ୍ସ ଅପେକ୍ଷା ଅଧିକ ଡ୍ରାମା ଦେଖିବାକୁ ମିଳୁଛି। ଏଥର ଶୋ’ରେ କିଛି ମ୍ୟାରେଡ୍, ଅନ୍‌ମ୍ୟାରେଡ୍ ଓ ଏକ୍ସ କପଲ୍ ଆସିଛନ୍ତି। ଏବେ ଏକ କପଲକୁ ନେଇ ଏମିତି ଖବର ଆସୁଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ସୂଚନା ଅନୁଯାୟୀ ଶୋ’ର ଯୋଡ଼ି, ଶାନ୍ତନୁ ମାହେଶ୍ୱରୀ ଓ ନିତ୍ୟାମୀ ସିର୍‌କେ ବାସ୍ତବରେ କପଲ୍‌ ନୁହଁନ୍ତି।

ଖବର ଅନୁଯାୟୀ ଏହି ଶୋ’ରେ ଭାଗନେବା ପାଇଁ ଏହି ଯୋଡ଼ି ସମସ୍ତଙ୍କୁ ମିଛ କିହିଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ଖବର ମୁତାବକ ବାସ୍ତବ ଜୀବନରେ ଶାନ୍ତନୁ ଓ ନିତ୍ୟାମୀ ପରସ୍ପରକୁ ଭଲପାଆନ୍ତି ନାହିଁ।  କେବଳ ‘ନଚ୍‌ବଲିଏ-୯’ରେ ଭାଗ ନେବା ପାଇଁ ଏମାନେ ଏକ ମିଛ ସମ୍ପର୍କ ତିଆରି କରିଛନ୍ତି। ଶୋ’ର ନିୟମ ଅନୁଯାୟୀ ଏଥିରେ କେବଳ ସ୍ୱାମୀସ୍ତ୍ରୀ, ଲଭର୍ସ ଓ ଏକ୍ସ କପଲ୍‌ ହିଁ  ଭାଗ ନେଇପାରିବେ।

Cute Couple Alert Nach Baliye 9 Couple Shantanu Maheshwari And Nityami Shirke 920x518
Nach Baliye 9 Couple Shantanu Maheshwari And Nityami Shirke

ଅବଶ୍ୟ ଏହି ମାମଲାରେ ଦୁହେଁ କ’ଣ କହୁଛନ୍ତି ତାହା ଆଗକୁ ଜଣାପଡ଼ିବ। ହେଲେ ଏହି ଖବର ଶାନ୍ତନୁ ଓ ନିତ୍ୟାମୀଙ୍କ ଫ୍ୟାନ୍‌ମାନଙ୍କୁ ନିରାଶ କରିଛି। ସମସ୍ତଙ୍କ ମନରେ ବାସ୍ ଗୋଟିଏ ପ୍ରଶ୍ନ ଯେ ଏହି କପଲ ଏତେ ବଡ଼ ମିଛ କ’ଣ ପାଇଁ କହିଲେ?

ପଢନ୍ତୁ: ଓଡ଼ିଆ ଚଳଚ୍ଚିତ୍ର କୋକଲିକୁ ଅନ୍ତର୍ଜାତୀୟ ପୁରସ୍କାର

Related posts

‘ବ୍ରାଇଡସ୍ ଟୁଡେ ମ୍ୟାଗାଜିନ’ ରେ ଭାଇରାଲ ହେଲା ଇସାବେଲ-କ୍ୟାଟ୍ରିନାଙ୍କ ବ୍ରାଇଡାଲ ଲୁକ

ENO Beuro

ଗଲି ବୟ ଫିଲ୍ମରେ ରଣବୀର ସିଂଙ୍କ ନୂଆ ଲୁକ

ENO Beuro

ବ୍ୟୟବହୁଳ ସିନେମା ‘ରାମାୟଣ’ ଆରମ୍ଭ ହେବ, ଏହାର ବଜେଟ୍‌ ୫୦୦ କୋଟି

ENO Beuro

Leave a Comment