VASTU

ଘର ଆଖପାଖରେ ଏହି ସବୁ ଗଛ ରହିଲେ ହୋଇଥାଏ ଅନିଷ୍ଟ: ଜାଣନ୍ତୁ କି କି ଗଛ

ପରିବେଶ ସୁନ୍ଦର ଓ ଆକର୍ଷଣୀୟ ରଖିବା ପାଇଁ ଲୋକମାନେ ଘରର ଆଖପାଖରେ ଗଛ  ଲଗାନ୍ତି। ଖାଲିସ୍ଥାନରେ ବିଭିନ୍ନ ପ୍ରକାରର ଗଛ ଲଗାନ୍ତି। କିନ୍ତୁ ଆପଣ ଜାଣନ୍ତି କି ଆପମମାନେ ଲଗାଉଥିବା ଗଛ ମଧ୍ୟରୁ କିଛି ଗଛ ଆପଣଙ୍କ ଘର ଉପରେ ନକରାତ୍ମକ ପ୍ରଭାବ  ପକାଇଥାଏ। ଫଳରେ ବିନା କାରଣରେ ଘରେ ବାଦ ବିବାଦ, କଳି ଝଗଡ଼ା ଲାଗି ରହେ ଓ ଅଶାନ୍ତି ସୃଷ୍ଟି ହୁଏ। ବିଶେଷ କରି ଘରେ କଣ୍ଟାଯୁକ୍ତ , କ୍ଷୀର ବାହାରୁଥିବା ଓ ବିଷାକ୍ତ  ଗଛ ରଖିବା ଉଚିତ ନୁହେଁ।

ଡେଡ୍‌ ପ୍ଲାଣ୍ଟ୍‌: କେତେକ ବ୍ୟକ୍ତି ଘର ପାଖରେ ଗଛ ତ ଲଗେଇଥାନ୍ତି ମାତ୍ର ସେହି ଗଛର ଉପଯୁକ୍ତ ଯତ୍ନ ନେଇ ପାରନ୍ତି ନାହି। ଯାହା ଫଳରେ ଗଛଟି ମରିଯାଏ। ତେବେ ଘରେ ଡେଡ୍‌ ପ୍ଲାଣ୍ଟ୍‌ ବା ମୃତ ଗଛ ରଖିଲେ, ନକାରାତ୍ମକ ଶକ୍ତିଙ୍କ ପାଇଁ ପ୍ରବେଶ କରିବା ସହଜ ହୋଇଥାଏ। ଏହାବ୍ୟତୀତ ମୃତ ଗଛ ଅମ୍ଳଜାନ ଛାଡ଼ିବା ବଦଳରେ କାର୍ବନ୍‌ ଡାଇଅକ୍‌ସାଇଡ୍ ଛାଡ଼ିଥାନ୍ତି। ଏହାର ପ୍ରତିକୂଳ ପ୍ରଭାବ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡ଼ିଥାଏ।

deceased bonsai tree

ତେନ୍ତୁଳି ଓ ମେହେନ୍ଦୀ: କୁହାଯାଏ, ତେନ୍ତୁଳି ଓ ମେହେନ୍ଦୀ ଗଛରେ ନକାରାତ୍ମକ ଶକ୍ତି ବାସ କରିଥା’ନ୍ତି। ତେଣୁ ଘରେ ଏହି ଦୁଇ ଗଛ ଲଗାଇବା ଅଶୁଭ ଫଳ ଦେଇଥାଏ। ଏହାଦ୍ୱାରା ଘରେ ଅଯଥାରେ ଝଗଡା ମଧ୍ୟ ଲାଗିରହେ।

କ୍ୟାକ୍‌ଟସ୍: ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ବା ବଗିଚାରେ କଣ୍ଟାଯୁକ୍ତ ଗଛ ଲଗାଇବା ଉଚିତ ନୁହେଁ। ଯେଉଁ ଗଛରୁ କ୍ଷୀର ବାହାରେ, ସେସବୁ ଗଛକୁ ମଧ୍ୟ ଘର ବା ବଗିଚାରେ ଲଗାଇବାକୁ ବାରଣ କରାଯାଇଛି। ଏପରିସବୁ ଗଛ ଘର ଭିତରକୁ ନକାରାତ୍ମକ ଶକ୍ତି ପ୍ରବେଶରେ ସହାୟକ ହୋଇଥାଏ। ଘରର ସଦସ୍ୟଙ୍କ ଦେହ ମଧ୍ୟ ଅସୁସ୍ଥ ରହିଥାଏ।

ବୋନ୍‌ସାଇ ଗଛ: ବାସ୍ତୁଶାସ୍ତ୍ର ଅନୁଯାୟୀ, ବୋନ୍‌ସାଇ ଗଛ ଘରେ ଲଗାଇବା ଦ୍ୱାରା, ପରିବାର ସଦସ୍ୟଙ୍କ ଭାଗ୍ୟୋଦୟରେ ବାଧା ଉପୁଜିଥାଏ। ଘରେ ସବୁବେଳେ ଅଭାବ ମଧ୍ୟ ଲାଗି ରହିଥାଏ।

ପଢନ୍ତୁ: ସକାଳୁ ଉଠିବା ପରେ କରନ୍ତୁ ଏହି କାମ: ଘରେ ସୁଖଶାନ୍ତିର ଅଭାବ ରହିବା ନାହିଁ

Related posts

ପ୍ରଚୁର ଟଙ୍କା ରୋଜଗାର ପରେ ବି ଘରେ ଅଶାନ୍ତି ଲାଗିରହୁଛି? ଜାଣନ୍ତୁ ଏହାର କାରଣ

ENO Beuro

ମନ୍ଦିର ପରିସରରେ କ’ଣ ପାଇଁ ପରିକ୍ରମା କରାଯାଏ ଜାଣନ୍ତୁ ?

ENO Beuro

ଘର ପୋଛିବା ବେଳେ ବାସ୍ତୁ ଅନୁଯାଇ କରନ୍ତୁ ଏହି କାମ ଘରେ ସୁଖ ସମୃଦ୍ଧି ଲାଗି ରହିବ

Ratnamani Moharana

2 comments

Leave a Comment