LIFESTYLE

ଆପଣ ଜାଣନ୍ତି କି ? ଅଧିକ ମାତ୍ରାର ନାଜାଲ୍ ଡ୍ରପର ପ୍ରୟୋଗ ଶରୀର ପାଇଁ କ୍ଷତିକାରକ ହୋଇପାରେ ! ଜାଣନ୍ତୁ

By Krishna Kumar Manoj

February 25, 2018

ନାଜାଲ୍ ଡ୍ରପ ଶରୀର ପାଇଁ ହାନିକାରକ

ସାଧାରଣତଃ ଅଧିକାଂଶ ସମୟରେ ପାଗର ପରିବର୍ତନକୁ ନେଇ ଲୋକମାନେ ଥଣ୍ଡା ଏବଂ ସର୍ଧିରେ ପଡିଥାନ୍ତି। ଥଣ୍ଡା ହେବାଦ୍ଵାରା ନାକ ମଧ୍ୟ ବନ୍ଦ ହୋଇଯାଇଥାଏ।ଏହାକୁ ନେଇ ଆମେ ଚିନ୍ତିତ ହୋଇଥାଉ । ଅଧିକ ମାତ୍ରାରେ ନାଜାଲ ସ୍ପ୍ରେ କରିଥାଉ ନାକରେ । ତେବେ ମନେ ରଖନ୍ତୁ , ଅଧିକ ମାତ୍ରାରେ ନାଜାଲ ସ୍ପ୍ରେର ପ୍ରୟୋଗ କରିବା ଘାତକ ସାବ୍ୟସ୍ତ ହୋଇଥାଏ।

ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନାଜାଲ୍‌ ସ୍ପ୍ରେର ପ୍ରୟୋଗ କରିବା ଉଚିତ୍‌ । କିନ୍ତୁ ତା’ଠାରୁ ଅଧିକ ଡୋଜ୍‌ ନିଅନ୍ତି, ତେବେ ଏହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ହେବ।

ଯଦି ଆପଣ ଥଣ୍ଡା ଯୋଗୁଁ ଅସ୍ତବ୍ୟସ୍ତ ହୋଇ ନାଜାଲ୍‌ ସ୍ପ୍ରେର ପ୍ରୟୋଗ କରୁଥାନ୍ତି, ତେବେ ତାହା ସ୍ଥାୟୀ ସମାଧାନ ନୁହେଁ । ଏହା ଫଳରେ ଆପଣ ସାଇନସ ଭଳି ଗମ୍ଭୀର ରୋଗର ଆଶଙ୍କା ବୃଦ୍ଧି ପାଇଥାଏ।

ବିଶେଷ କରି ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ, ଥାଇରଏଡ୍‌ ବା ମୂତ୍ରଜନିତ କୌଣସି ରୋଗ ଥାଏ, ତେବେ ନାଜାଲ୍‌ ସ୍ପ୍ରେର ବ୍ୟବହାର ନ କରିବା ଭଲ । କାରଣ ଏହି ସ୍ପ୍ରେ ରକ୍ତଚାପ ବୃଦ୍ଧି କରିଥାଏ। ଫଳରେ ଦେହ ଭଲ ହେବା ବଦଳରେ ନର୍ଭସନେସ୍‌ ବୃଦ୍ଧି ପାଇଥାଏ ଓ ନିଦଜନିତ ସମସ୍ୟା ବି ଦେଖା ଦେଇଥାଏ।

ପଢନ୍ତୁ;

ଗୋଲାପୀ ଓଠ ଚହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଟିପ୍ସ