POLITICALS

ବିଜେଡିରେ ମିଶିଲେ ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ

nalini

ଯାହା ଅନୁମାନ କରାଯାଉଥିଲା ,ସେଇଆ ହେଲା। ଗତକାଲି ବିଜେଡିରେ ଯୋଗ ଦେଲେ ନଳିନୀକାନ୍ତ ପ୍ରଧାନ। ଫେବୃଆରୀ ୨୮ ତାରିଖରେ ପୂର୍ତ୍ତ ବିଭାଗ ସଚିବ ପଦରୁ ଇସ୍ତଫା ଦେଇଥିଲେ। ଅନ୍ୟପକ୍ଷରେ ଶ୍ରୀ ପ୍ରଧାନଙ୍କ ସମେତ ପୂର୍ବତନ ଏସସିଏସଟି ନିଦେ୍ର୍ଧଶକ ରମେଶ ଚନ୍ଦ୍ର ସାଏ ବି ବିଜେଡିରେ ମିଶିଛନ୍ତି । ତେବେ ନଳିନୀକାନ୍ତ ଆଗାମୀ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରୁ ବିଜେଡିରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ବିଜେଡି ତାଙ୍କୁ ଆଗାମୀ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଵ ବୋଲି ପୂର୍ବରୁ ଚର୍ଚ୍ଚା ହୋଇଆସୁଥିଲା। ଗତକାଲି ସେ ବିଜେଡିରେ ଯୋଗ ଦେବା ପରେ ଏହି ଚର୍ଚ୍ଚା ଆହୁରି ଜୋର ଧରିଛି।

ସୂଚନାଯୋଗ୍ୟ, ନଳିନୀକାନ୍ତ ପ୍ରଧାନଙ୍କ କାର୍ଯ୍ୟକାଳ ୨୦୧୮ ମାର୍ଚ୍ଚ ମାସରେ ଶେଷ ହୋଇଯାଇଥିଲା। ସେ ସରକାରୀ ଚାକିରିରୁ ଅବସର ନେଇଥିଲେ ମଧ୍ୟ ସେତେବେଳେ ରାଜ୍ୟ ସରକାର ୨୦୧୯ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରିଥିଲେ। ମାତ୍ର ଏହି କାର୍ଯ୍ୟକାଳ ଶେଷ ହେବାର ମାସକ ପୂର୍ବରୁ ସେ ଏହି ପଦରୁ ଇସ୍ତଫା ଦେଇଥିଲେ। ତାଙ୍କର କାର୍ଯ୍ୟକାଳ ବୃଦ୍ଧିକୁ ଚ୍ୟାଲେଞ୍ଜ କରି ହୋଇଥିବା ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି।

ପଢନ୍ତୁ;ବୈଜୟନ୍ତଙ୍କୁ ମିଳିଲା ବିଜେପି ଜାତୀୟ ଉପସଭାପତି ଓ ମୁଖ୍ୟପାତ୍ର ଦାୟିତ୍ଵ

Related posts

ଭାରତୀୟ ଜନତା ପାର୍ଟିର ପ୍ରଥମ ପ୍ରାର୍ଥୀ ତାଲିକାରେ ନାହିଁ ଆଡଭାନି ଓ ଯୋଶୀଙ୍କ ନାଁ

Ratnamani Moharana

ବିଜେଡିରେ ଯୋଗଦେଲେ ଅମର ପଟ୍ଟନାୟକ

ENO Beuro

କେନ୍ଦ୍ରାପଡାରେ ଜୋରଦାର ପ୍ରଚାର ସହ ରୋଡ ସୋ କଲେ ବୈଜୟନ୍ତ ପଣ୍ଡା

Ratnamani Moharana

Leave a Comment