EnewsOdia.Com

ନାମ ଫୂଜାଫୁଲ, ପ୍ରେମ ପ୍ରସାଦ

ମହାପ୍ରଭୁ ସାରା ସଂସାରରେ ବ୍ୟାପୀ ରହିଛନ୍ତି। ଚରାଚର ସୃଷ୍ଟିର ସ୍ରଷ୍ଟା ହେଉଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ। ଆମ ଭିତରେ ପ୍ରଭୁ, ବାହାରେ ମଧ୍ୟ ପ୍ରଭୁ। ମହାପ୍ରଭୁଙ୍କ  କୃପାରୁ ହିଁ ଏ ସଂସାର ସୃଷ୍ଟି। ଆମ ଉପରେ ପ୍ରଭୁ କୃପା କରିବା ପରେ ହିଁ ଆମେ ମଣିଷ ଭାବେ ଜନ୍ମ ନେଇଛେ। ମୃତ୍ୟୁ ପରେ ମଧ୍ୟ ତାଙ୍କରି ଦେହରେ ଲୀନ ହୋଇଯାଉଛେ। ପୁଣି ଧର୍ମ ଓ କର୍ମ ଅନୁସାରେ ନୂଆ ରୂପ ନେଉଛେ । ଭଗବାନଙ୍କ କୃପାରୁ ଆମେ ବ୍ୟର୍ଥରେ ଯିବାକୁ ଦେବା ନାହିଁ। ଆମେ ଏହାକୁ ସଦବ୍ୟବହାର କରି ସଂସାରରେ ସୁକର୍ମ କରି ସବୁକିଛି ପ୍ରଭୁଙ୍କୁ ହିଁ ସମର୍ପଣ କରିଦେବା । ଏଥିରେହିଁ ମାନବ ଜୀବନର ସାର୍ଥକତା। ପ୍ରଭୁ ହେଉଛନ୍ତି ଏଇ ଅଖିଳ ବ୍ରହ୍ମାଣ୍ଡର ନାଥ। ସେ ହେଉଛନ୍ତି କରୁଣା ସାଗର। ତାଙ୍କର କରୁଣାରୁ ହିଁ ଆମ ଭଳି ଅନାଥ ମନେ କରୁଥିବା ଜୀବମାନେ ତାରଣ ହୋଇଥାନ୍ତି। ଧର୍ମ ହେଉଛି ମଣିଷ ବଞ୍ଚିବାର ମାର୍ଗ। ଧର୍ମର ସରଂକ୍ଷଣ ଓ ବିସ୍ତାରଣ ପାଇଁ ହିଁ ମହାପ୍ରଭୁ  ଅବତାର ନେଇଥାନ୍ତି। ବୈକୁଣ୍ଠ ସେଇଠି ଯେଉଁଠି ମୋ ପ୍ରଭୁ ଥାନ୍ତି। ଶ୍ରୀକ୍ଷେତ୍ର ବୈକୁଣ୍ଠ ପାଲଟି ଯାଇଛି । କାରଣ ସେଠାରେହିଁ ସୁରେଶ୍ଵରଙ୍କର ବାସ। ଏହି ଅନୁଭବ କୋଟି କୋଟି ଜନତାଙ୍କୁ ହୋଇ ଆସିଛି ବହୁ ବର୍ଷ ଧରି। ପ୍ରଭୁଙ୍କ ମହିମାଙ୍କୁ ପ୍ରଭୁଙ୍କ କରୁଣାକୁ ଓ ପ୍ରଭୁଙ୍କ ପ୍ରେମକୁ ଅନୁଭବ କରନ୍ତୁ। ଆପଣଙ୍କ ହୃଦୟରେ ବିରାଜମାନ କରିଛନ୍ତି। କିନ୍ତୁ ସମସ୍ତେ ତାହା ଅନୁଭବ କରିପାରନ୍ତି ନାହିଁ।

ମହାପ୍ରଭୁ ଜଗନ୍ନାଥଙ୍କ ନାମ ହେଉଛି ପ୍ରଭୁଙ୍କ ପାଇଁ ଫୂଜାଫୁଲ। ନାମ ନେଲେ ହିଁ ପ୍ରଭୁ ଫୂଜାଫୁଲ ପାଇଥାନ୍ତି। ଏପଟେ ଆମକୁ ପରମାନନ୍ଦ ମିଳିଥାଏ।  ମହାପ୍ରଭୁଙ୍କ ପ୍ରେମ ହିଁ ଆମ ପାଇଁ ମହାପ୍ରସାଦ। କାରଣ  ମା ଲକ୍ଷ୍ମୀଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥାଏ ବୋଲି ତାହାର ନାମ ମହାପ୍ରସାଦ। ତେଣୁ ମହାପ୍ରଭୁଙ୍କୁ ପ୍ରେମ କରୁଥିବା ଭକ୍ତ ଉପରେ  ସବୁଠାରୁ ଅଧିକ ଖୁସି ହୋଇଥାନ୍ତି  ମହାଲକ୍ଷ୍ମୀ। ଆମେ ପ୍ରଭୁଙ୍କ ନାମ ନେବାସହ ତାଙ୍କୁ ପ୍ରେମ କରିବା ଉଚିତ। ଏହା ପ୍ରତ୍ୟକ ମନୁଷ୍ୟର କର୍ତ୍ତବ୍ୟ। କାରଣ ପ୍ରଭୁଙ୍କ ବିନା ଆମର ସତା ଅବା କେଉଁଠି। ତାଙ୍କର ମହିମାର ଶେଷ ନାହି। ସଂସାରରେ କିଏବା ଅଛି ଯିଏ ପ୍ରଭୁଙ୍କ ରୂପରେ ବିମୋହିତ ହୋଇନାହିଁ । ସାରା ବିଶ୍ଵର ପ୍ରେମ ଧାମ ହିଁ ଶ୍ରୀକ୍ଷେତ୍ର। ତାଙ୍କରି ପ୍ରେମରସରେ ହିଁ ଆମ ଜୀବନ ସମ୍ଭବ ହୋଇପାରିଛି। ତାଙ୍କରି କୃପାରୁ ହିଁ ଆମେ ସଂସାରରେ ନିଜ ସଂସାର କରୁଛେ। ତାଙ୍କୁ ପ୍ରେମ କରି ହିଁ ଆମେ ସବୁ ଦୁଃଖ ଭୁଲିଯାଉଛେ। ଶ୍ରଦ୍ଧାଳୁ ତାଙ୍କରି ଚରଣରେ ହିଁ ମଠା  ତେକେ। ପ୍ରଭୁଙ୍କୁ ଭଜନ କରେ ଓ ପ୍ରେମଭାବରେ ତାଙ୍କରି ସହିତ ଲୀନ ହୋଇଯାଏ। ଆସନ୍ତୁ ସମସ୍ତେ ସେହି ଜଗତର ନାଥ ଜଗନ୍ନାଥଙ୍କ ନାମ ସ୍ମରଣ ଓ ମନନ କରିବା।

ପଢନ୍ତୁ: ବାର୍ଷିକ କ୍ରୀଡାରେ ଅଭିନବ ଢଙ୍ଗରେ ହେଲମେଟ ସଚେତନତା

ସମ୍ବନ୍ଧିତ ଖବର

ଦିଲ୍ଲୀ ନିର୍ବାଚନରେ ପୁଣି ବାଜି ମାରିନେଲା ଆପ୍‌

Ratnamani Maharana

ଭୁବନେଶ୍ୱରରେ ବନ୍ଦ ହେବକି ଶତାଧିକ କଲ୍ୟାଣ ମଣ୍ଡପ!

Ratnamani Maharana

ମହଲତ ପରେ ବି ସୁଧୁରିଲେନି, ଟ୍ୱିନସିଟିରେ କଟିଲା ୬ ଲକ୍ଷରୁ ଅଧିକ ଫାଇନ୍

Ratnamani Maharana

ହୋଲିରେ ଭିଜିବ ଓଡିଶା !

Ratnamani Maharana

ମୋ ବସ ଯାତ୍ରୀଙ୍କ ପାଇଁ ଖୁସି ଖବର

Ratnamani Maharana

ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ପାଲଟିଛି ଓରିଓ ସେକ୍‌, କିଟ୍‌କାଟ୍‌ ସେକ୍‌

Ratnamani Maharana