ନୂଆ ବର୍ଷରେ ନିରାଶ ହେବେ ପର୍ଯ୍ୟଟକ। ଆଜିଠୁ ୫ ଦିନ ନନ୍ଦନକାନନ ବନ୍ଦ। ନୂଆବର୍ଷରେ ଭିଡ଼କୁ ଦୃଷ୍ଟିରେ ରଖି ନନ୍ଦନକାନନରେ କଟକଣା ଜାରି କରାଯାଇଛି। ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ପ୍ରାଣୀ ଉଦ୍ୟାନ ବନ୍ଦ ରଖାଯିବ। ବର୍ତ୍ତମାନ ପର୍ଯ୍ୟଟନ ଋତୁରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ରାଜ୍ୟର ବିଭିନ୍ନ ସ୍ଥାନରୁ ବୁଲିବାକୁ ଆସିଥାନ୍ତି। ତେବେ ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି।
ସୂଚନା ଥାଉକି, ଗତକାଲି ନନ୍ଦନକାନନର ୬୨ ତମ ପ୍ରତିଷ୍ଠା ଦିବସ କୋଭିଡ କୋଭିଡ୍ କଟକଣା ଯୋଗୁଁ ନିରାଡମ୍ବର ଭାବେ ପାଳିତ ହୋଇଛି । ଏହି ଅବସରରେ ନନ୍ଦନକାନନକୁ ବିଶ୍ୱସ୍ତରୀୟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରତିଷ୍ଠା ଦିବସରେ ବାଘୁଣୀ ମେଘାର ୩ଟି ଛୁଆ ସୋହିନୀ, ଅଭୟ ଓ ବିବେକ ଓ ବାଘୁଣୀ ବିଜୟାର ତିନି ଛୁଆ ରକି,ବଂଶୀ ଓ ରାକେଶଙ୍କ ନାମକରଣ କରାଯାଇଥିଲା। ଏମାନଙ୍କୁ ଦେଖି ପର୍ଯ୍ୟଟକ ବେଶ ଖୁସି ପ୍ରକାଶ କରିଥିଲେ। ପ୍ରାଣୀ ଉଦ୍ୟାନରେ ୨୫ ହଜାରରୁ ଅଧିକ ଜୀବଜନ୍ତୁ ରହିଛନ୍ତି।