News

ପ୍ରଶସ୍ତ ହେବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ, ମୟୁର ସଫାରି ହେବ ଆକର୍ଷଣର କେନ୍ଦ୍ର

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆଗାମୀ ଦିନରେ ଆହୁରି ବିସ୍ତାର କରିବ । ବର୍ତମାନ ଏହାର ଅଞ୍ଚଳ ଓ ଜୀବଜନ୍ତୁଙ୍କ ସଂଖ୍ୟା ଯାହା ଅଛି, ଆଗାମୀ ଦିନରେ ଏହା ତିନିଗୁଣା କରିବାକୁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଯୋଜନା କରାଯାଉଛି । ନନ୍ଦନକାନନର ଆୟତନ ବର୍ତମାନ ୪୦୦ ହେକ୍ଟର ଜମି ଥିବା ବେଳେ ଏଥିରେ ଆହୁରି ୭୦୦ ହେକ୍ଟର ମିଶିବ । ପ୍ରାୟ ୧୧୦୦ ହେକ୍ଟର ଜମିରେ ବିସ୍ତୁତ ପ୍ରାଣୀ ଉଦ୍ୟାନ ପାଇଁ ଅଧିକ ସୁବିଧା ସୁଯୋଗ କେମିତି ଭାବରେ ପ୍ରସ୍ତୁତି କରାଯିବ, ସେଥିପାଇଁ ଯୋଜନା କରାଯାଉଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ସୂଚନା ଦେଇଛନ୍ତି ।

ଧଳା ବାଘ ପାଇଁ ଯେମିତି ସଫାରି ବ୍ୟବସ୍ଥା ଅଛି, ଠିକ ସେହିଭଳି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଭାଲୁ, ହାତୀ ଓ ମୟୁର ସଫାରି ମଧ୍ୟ ହେବ । ଧଳା ବାଘ ସହିତ ସବୁ ପ୍ରଜାତିର ବାଘ ମଧ୍ୟ ରହିବେ । ବିସ୍ତୁତ ପ୍ରକଳ୍ପ ପାଇଁ ଚନ୍ଦକା-ଡମପଡ଼ା ଜଙ୍ଗଲରୁ ୭୦୦ ହେକ୍ଟର ଜମି ଅଧିଗ୍ରହଣ କରାଯିବ ଏବୋଂ  ଜମିକିଣା କାର୍ଯ୍ୟ ପରେ ପାଚେରି ଦିଆଯିବ ।

ପର୍ଯ୍ୟଟକମାନଙ୍କ ପାଇଁ ମୟୁର ସଫାରି ଆକର୍ଷଣର କେନ୍ଦ୍ର ପାଲଟିବ । କାରଣ ସେମାନଙ୍କୁ ଖୁଆଡ଼ରେ ନ ରଖି ଜଙ୍ଗଲରେ ଯେପରି ରହୁଛନ୍ତି ସେହିପରି ଖୋଲାରେ ରଖାଯିବ। ଜଙ୍ଗଲରେ ପ୍ରାୟ ଏକ ହଜାରରୁ ଅଧିକ ମୟୁର ଥିବା ବେଳେ, ଏହି ସଂଖ୍ୟା ଆହୁରି ବଢ଼ା ଯିବା ପାଇଁ ଉଦ୍ୟମ କରାଯିବ । ସେହିଭଳି ଘଡ଼ିଆଳ ଓ ମଗର ପ୍ରଜାତିର କୁମ୍ଭୀରକୁ ମଧ୍ୟ ବିସ୍ତୀର୍ଣ୍ଣ ଅଞ୍ଚଳରେ ରଖାଯିବ । ହ୍ରଦ ଏଥିପାଇଁ ନୂତନ ହ୍ରଦ ନିର୍ମାଣ କରିବା ସହ କୁମ୍ଭୀର ପ୍ରଜନନକୁ ଅଧିକ ଗୁରୁତ୍ୱ ଦିଆଯିବ ।

ବାଘ, ଭାଲୁ, ସିଂହ ସଫାରିକୁ ପର୍ଯ୍ୟଟକଙ୍କୁ ଛୋଟ ଗାଡ଼ିରେ ଛଡ଼ାଯିବ । ଦେଶର ଅନ୍ୟ ସଫାରିଗୁଡ଼ିକରେ ଥିବା ବ୍ୟବସ୍ଥା ନନ୍ଦନକାନନରେ ମିଳିବ । ପର୍ଯ୍ୟଟକଙ୍କ ପାଇଁ ରାତ୍ରିଯାପନ ବ୍ୟବସ୍ଥା ପାଇଁ ମଧ୍ୟ ଯୋଜନା କରାଯାଉଛି ।

ପ୍ରଶସ୍ତ ହେବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ, ମୟୁର ସଫାରି ହେବ ଆକର୍ଷଣର କେନ୍ଦ୍ର  ପ୍ରଶସ୍ତ ହେବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ, ମୟୁର ସଫାରି ହେବ ଆକର୍ଷଣର କେନ୍ଦ୍ର

ପଢନ୍ତୁ,  ଅଲଗା ହେଲା ଜଗା-ବଳିଆଙ୍କ ଯୋଡାମୁଣ୍ଡ,  ଏବେ ଆସିୟୁରେ ୭୨ ଘଂଟା ଅବଜରଭେସନରେ ରହିବେ

Related posts

ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ “ଶ୍ରେଷ୍ଠ ପ୍ରଶାସକ” ସମ୍ମାନରେ ସମ୍ମାନିତ କରାଯିବ

Krishna Kumar Manoj

ପ୍ରସିଦ୍ଧ ଚଉଷଠି ଯୋଗିନୀ ପୀଠରେ ସାଂସ୍କୃତିକ ମହୋତ୍ସବ ପାଇଁ ଧାର୍ଯ୍ୟ ହେଲା ସମୟ

Krishna Kumar Manoj

ଆଫଗାନୀସ୍ତାନ:କାବୁଲରେ ଆତ୍ମଘାତୀ ବିସ୍ଫୋରଣ ୨୬ ମୃତ,୧୮ ଗୁରୁତର

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More