News

ଫନିର ୧୯ ଦିନ ପରେ ଆଜି ଖୋଲୁଛି ନନ୍ଦନକାନନ

Nan

ବାତ୍ୟା ଫନି  ଓଡିଶାର ମେରୁଦଣ୍ଡ ଦୋହଲାଇଦେଇଥିଲା ଏହାପରେ ଏବେ ଓଡିଶା ନିଜକୁ ପୁଣି ପ୍ରସ୍ତୁତ କରିବାରେ ଲାଗିଛି ନିଜର ନିତ୍ୟ ଜୀବନଚର୍ଜ୍ୟାକୁ ସଜାଡିବା ପାଇଁ। ତେବେ ଏହି ପ୍ରକ୍ରିୟାରେ ନିଜକୁ ସାମିଲ କରିଛି ଓଡିଶାର ଜାତୀୟ ଉଦ୍ୟାନ ନନ୍ଦନକାନନ । ୧୯ ଦିନ ପରେ ଆଜି ସକାଳ ୭ଟାରେ ଖୋଲିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ପ୍ରାୟ ୮ଟା ୩୦ମିନିଟ୍ ପରେ ପର୍ଯ୍ୟଟକ ମାନେ ଧୀରେ ଧୀରେ ନନ୍ଦନକାନନ ଟିକେଟ୍ କାଟି ଫାଟକ ଭିତରେ ପ୍ରବେଶ କରିଛନ୍ତି । ବିଶେଷ କରି ରାଜ୍ୟ ବାହାର ପର୍ଯ୍ୟଟକମାନଙ୍କୁ ଆଜି ଦେଖିବାକୁ ମିଳିଛି ।

‘ଫୋନି’ ତାଣ୍ଡବରେ ନନ୍ଦନକାନନରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଚିଡିଆଖାନାର ବହୁ ଖୁଆଡ଼ରେ ଗଛ ଉପୁଡ଼ି ପଡିଥିଲା। ନନ୍ଦନକାନନ ସହ ବଟାନିକାଲ୍‌ ଗାର୍ଡେନ କ୍ଷତିଗ୍ରସ୍ତ ହୋଇଥିଲା। ତେବେ ଚିଡିଆଖାନାକୁ ପୁଣି ଥରେ ସଜାଡ଼ିବାକୁ ଯୁଦ୍ଧକାଳୀନ ଭିତ୍ତିରେ ନନ୍ଦନକାନନ କର୍ତ୍ତୃପକ୍ଷ  କାମ ଆରମ୍ଭ କରିଥିଲେ । କ୍ରମାଗତ ଭାବେ ଏତେଦିନ ଧରି ବନ୍ଦ ରହିବା ନନ୍ଦନକାନନ ଇତିହାସ ପାଇଁ ପ୍ରଥମ ଘଟଣା ବୋଲି କୁହାଯାଉଛି।

ପଢନ୍ତୁ: ପ୍ରକାଶ ପାଇଲା ମାଟ୍ରିକ୍ ଫଳ: ବାଜି ମାରିନେଲେ ଝିଅ

Related posts

ଲଘୁଚାପ ପ୍ରଭାବ: ଆହୁରୀ ୨ଦିନ ପ୍ରବଳ ବର୍ଷିବ

Ratnamani Moharana

ଧୂଆଁ ବାହାରିବାରୁ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

ENO Beuro

ମଦ ପିଇ ବର ବେଦିରୁ ଉଠିଗଲେ: ଥାନାରେ ହେଲା ବରଣମାଳା, ଆଜି କୋର୍ଟରେ ରେଜିଷ୍ଟ୍ରି ମ୍ୟାରେଜ

ENO Beuro

1 comment

Leave a Comment