News

ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ! ଆସନ୍ତୁ ଜାଣିବା କଣ ଏହି ନାମର ଅର୍ଥ

Untitled 1

ପୁରୀ ରଥଯାତ୍ରାର ରଥ ତିନିଟି । ‘ନନ୍ଦିଘୋଷ’, ‘ତାଳଧ୍ୱଜ’ ଓ ‘ଦେବଦଳନ’ । ‘ନନ୍ଦିଘୋଷ’ ଶ୍ରୀଜଗନ୍ନାଥଙ୍କ ରଥ, ‘ତାଳଧ୍ୱଜ’ ଶ୍ରୀବଳଭଦ୍ରଙ୍କ ରଥ ଏବଂ ‘ଦେବଦଳନ’ ଦେବୀ ସୁଭଦ୍ରାଙ୍କ ରଥ । ଦେବୀଙ୍କ ରଥରେ ଶ୍ରୀସୁଦର୍ଶନ ବିରାଜମାନ କରନ୍ତି । କିନ୍ତୁ ଏହି ସବୁ ରଥ ଗୋଟିଏ ଗୋଟିଏ ହେଲେ ହେଁ ସେମାନଙ୍କର ଅନେକ ନାମ ରହିଛି । ସେହି ନାମ ଯେତିକି ତାତ୍ପର୍ଯ୍ୟପୂର୍ଣ୍ଣ, ସେତିକି କୌତୂହଳଜନକ ।

ଅତିବଡ଼ୀ ଜଗନ୍ନାଥ ଦାସଙ୍କ ନବାକ୍ଷରୀ ଓଡ଼ିଆ ଭାଗବତରେ ‘ନନ୍ଦିଘୋଷ’ର ନାଆଁ ଅଛି । ତାହାର ଚକର ସଂଖ୍ୟା ୧୬ ଓ ଅନ୍ୟନାମ ‘ଗରୁଡ଼ଧ୍ୱଜ’ ବୋଲି କୁହାଯାଇଛି । ମହର୍ଷି ବେଦବ୍ୟାସଙ୍କ ସଂସ୍କୃତ ‘ଶ୍ରୀମଦ୍ଭାଗବତ’ରେ ‘ନନ୍ଦିଘୋଷ’ର ନାମ ନଥିଲେ ମଧ୍ୟ, ଓଡ଼ିଆ ଭାଗବତକାର ଜଗନ୍ନାଥ ଦାସ ‘ନନ୍ଦିଘୋଷ କଥା’ ଲେଖିଛନ୍ତି ।

‘ନନ୍ଦିଘୋଷ’ରେ ଅଛି ଦୁଇଟି ଶବ୍ଦ- ‘ନନ୍ଦି’ ଓ ‘ଘୋଷ’ । ‘ନନ୍ଦି’ର ଅର୍ଥ ଆନନ୍ଦଦାୟୀ ଓ ‘ଘୋଷ’ର ଅର୍ଥ ଧ୍ୱନି । ଏଣୁ ‘ନନ୍ଦିଘୋଷ’ର ଅର୍ଥ ବ୍ରହ୍ମାନନ୍ଦ ପ୍ରଦାନ କରୁଥିବା ଧ୍ୱନି । ‘ଘୋଷ’ର ଅନ୍ୟ ଅର୍ଥ ମଧ୍ୟ ମଙ୍ଗଳଧ୍ୱନି । ଏଣୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଅନ୍ୟନାମ ‘ଘୋଷଯାତ୍ରା’ । ଏହା ସମସ୍ତଙ୍କର ମଙ୍ଗଳ ନିମନ୍ତେ ଉଦ୍ଦିଷ୍ଟ ।

ପଢନ୍ତୁ: ରାତିପାହିଲେ ବଡଦାଣ୍ଡକୁ ଆସିବେ ମହାବାହୁ, ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି

Related posts

ଜଗାର ସ୍ୱାସ୍ଥ୍ୟବସ୍ଥାରେ ଅଧିକ ପରିବର୍ତ୍ତନ, ଡାକ୍ତରଙ୍କ କଥା ବୁଝୁଛି ଓ ଗୋଡ ହାତ ହଲାଉଛି

ENO Beuro

୭ ରାଜ୍ୟ ପାଇଁ ନୂତନ ରାଜ୍ୟପାଳ ନିଯୁକ୍ତ କଲେ ରାଷ୍ଟ୍ରପତି! ଜାଣନ୍ତୁ କେଉଁ ରାଜ୍ୟରେ କିଏ?

ENO Beuro

ଆଜିଠୁ ଆରମ୍ଭ ଯୁକ୍ତ ୩ ନାମଲେଖା ପ୍ରକ୍ରିୟା

Ratnamani Moharana

Leave a Comment