News

ସଡ଼କ ଦୁର୍ଘଟଣାରେ ଜୀବନ ହାରିଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଟି ରାମାରାଓଙ୍କ ପୁଅ

harikrishna

ସଡ଼କ  ଦୁର୍ଘଟଣାରେ ଆହତ ହୋଇଥିବା ତେଲୁଗୁ ଅଭିନେତା ଏବଂ ତେଲୁଗୁ ଦେଶମ୍‌ ପାର୍ଟିର ନେତା ନନ୍ଦମୁରି ହରିକୃଷ୍ଣଙ୍କର ବୁଧବାର ସକାଳେ ଦେହାନ୍ତ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା।

ନନ୍ଦମୁରୀ ଜଣେ ଅଭିନେତା ସହ ଟିଡିପିର ନେତା ମଧ୍ୟ ଥିଲେ। ନନ୍ଦମୁରୀ ନେଲ୍ଲୋର୍‌ରୁ ହାଇଦ୍ରାବାଦ୍‌ ଫେରୁଥିବା ବେଳେ ତେଲେଙ୍ଗାନାର ନାଲଗୋଣ୍ଡା ଜିଲାରେ ତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

harikrishna

ସୂଚନାଯୋଗ୍ୟ,ନନ୍ଦମୁରୀ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦମୁରୀ ତାରକା ରାମା ରାଓଙ୍କ ଚତୁର୍ଥ ସନ୍ତାନ ଥିଲେ। ସେ ତେଲୁଗୁ ସିନେମା ଜଗତରେ ଜଣେ ଶିଶୁ କଳାକାର ଭାବେ କାମ ଆରମ୍ଭ କରିଥିଲେ। ନନ୍ଦମୁରୀ ଦୁଇଟି ବିବାହ କରିଥିଲେ। ତେବେ ତାଙ୍କର ଦ୍ୱିତୀୟ ସ୍ତ୍ରୀଙ୍କ ପୁଅ ହେଉଛନ୍ତି ଲୋକପ୍ରିୟ ଅଭିନେତା ତଥା ସୁପରଷ୍ଟାର ଜୁନିୟର ଏନ୍‌ଟିଆର୍‌

ପଢନ୍ତୁ;କଟକ: ଲିଙ୍କ ରୋଡରେ ପେଟ୍ରୋଲ ପମ୍ପରେ ନିଆଁ

Related posts

୪ ଜୈଶ-ଏ-ଅହମ୍ମଦ ଆତଙ୍କବାଦୀଙ୍କୁ ଗୁଳି କଲେ ଯବାନ : ଜମ୍ମୁ ଓ କଶ୍ମୀର

ENO Beuro

ରାଷ୍ଟ୍ରୀୟ ଶିକ୍ଷକ ଦିବସ ଅବସରରେ ପୁରସ୍କାର ବିଜେତାଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ

ENO Beuro

ଖୁବ୍‌ ଶୀଘ୍ର ଲସ୍କର ଇ ତୋଇବା ସୟିଦ ହାଫିଜ୍‌ କୁ ଆତଙ୍କବାଦୀ ବୋଲି ଘୋଷଣା କରିପାରେ

ENO Beuro

Leave a Comment