News

ଆଜିଠାରୁ ଏକ ଟଙ୍କାରେ ମିଳିବ ସାନିଟାରୀ ନାପ୍‌କିନ୍‌

Napkin 750x430

ମହିଳାଙ୍କ ପାଇଁ ଖୁସି ଖବର! ମହିଳାଙ୍କ ସ୍ୱଚ୍ଛତାକୁ ବଡ଼ ସ୍ତରରେ ପ୍ରୋତ୍ସାହନ ଦେବାପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଣିକି ସେମାନଙ୍କୁ ୧ ଟଙ୍କାରେ ସାନିଟାରୀ ନାପ୍‌କିନ୍ ଯୋଗାଇ ଦେବେ କେନ୍ଦ୍ର ସରକାର। ପ୍ରତି ଜନ ଔଷଧି କେନ୍ଦ୍ରରୁ ମହିଳା, ଯୁବତୀ ଓ ଛାତ୍ରୀମାନେ ଏହାକୁ କିଣି ପାରିବେ। କେନ୍ଦ୍ର ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ମନସୁଖ୍ ମାଣ୍ଡଭିୟା ଏହି ସୂଚନା ଦେଇଛନ୍ତି।  ବର୍ତ୍ତମାନ ଏହାର ମୂଲ୍ୟ ଅଢ଼େଇ ଟଙ୍କା ରହିଛି। ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।

ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡବିୟା  କହିଛନ୍ତି, ବାୟୋଡିଗ୍ରେଡେବଲ୍‌ ସାନିଟାରି ନାପକିନ୍‌ ‘ସୁବିଧା’ ୨୭ ଅଗଷ୍ଟରୁ ଜନ ଔଷଧି କେନ୍ଦ୍ରରେ ସବ୍‌ସିଡି ଦରରେ ଉପଲବ୍ଧ ହେବ। ପ୍ୟାଡ୍‌ର ପ୍ୟାକେଟ ମୂଲ୍ୟ ଏବେ ୧୦ ଟଙ୍କା ରହିଛି। ମଙ୍ଗଳବାରଠାରୁ ଏହା ୪ ଟଙ୍କା ହୋଇଯିବ। ‘ସୁବିଧା ’ ନାମକ ଏହି ନାପକିନ୍‌ ଦେଶର ୫,୫୦୦ ଜନ ଔଷଧି କେନ୍ଦ୍ରରେ ଉପଲବ୍ଧ କରାଯିବ। ଗତ ୧ ବର୍ଷ ଭିତରେ ଜନ ଔଷଧି କେନ୍ଦ୍ରରୁ ପାଖାପାଖି ୨.୨ କୋଟି ସାନିଟାରି ନାପ୍‌କିନ ବିକ୍ରି ହୋଇଥିବା ମନ୍ତ୍ରୀ ମାଣ୍ଡବିୟା କହିଥିଲେ।

ପଢନ୍ତୁ: ଜଳପଥରୁ ଭାରତକୁ ଆତଙ୍କବାଦୀ ଆକ୍ରମଣ ଯୋଜନା

Related posts

ବିମାନ କର୍ମଚାରୀଙ୍କ ଅସଦାଚରଣ କରିବା କଥା ମନରୁ ନଲିଭୁଣୂ ଏବେ ପାଇଲଟଙ୍କ କାମରେ ଯାତ୍ରୀ ଅସନ୍ତୋଷ

ENO Beuro

ଓଡିଶାର ଚାନ୍ଦିପୁରରେ ଦେଶର ପ୍ରଥମ ଯୁଦ୍ଧାସ୍ତ୍ର ମ୍ୟୁଜିୟମ ଉଦଘାଟିତ ହେଲା

ENO Beuro

ଆଜି ଭାରତର ଦିବଂଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଶ୍ରାଦ୍ଧବାର୍ଷିକୀ

ENO Beuro