27 C
Bhubaneswar
May 5, 2021
EnewsOdia.Com
ନ୍ୟୁଜ୍

ମହାବଳୀପୁରମରେ ଦୁଇ ମହାବଳୀ, ମୋଦି ଓ ଜିନପିଙ୍ଗ

ମହାବଳୀପୁରମ୍‌ରେ ମହାବଳୀ । ବିଶ୍ବର ଦୁଇ ମହାଶକ୍ତିର ରାଷ୍ଟ୍ରମୁଖ୍ୟଙ୍କର ହୋଇଛି ଭେଟଘାଟ । ଅନପୌଚାରିକ ସାକ୍ଷାତ କିନ୍ତୁ ପରସ୍ପରର ନିକଟତର ହେବାକୁ ପ୍ରତିଶ୍ରୁତି ବଦ୍ଧତା । ମନ୍ଦିର ମାଳିନୀ ସହ ମହାବଳୀ ପୁରମରେ ଏକାଠି ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରମୁଖ୍ୟ  ସି ଚିନପିଙ୍ଗ ।ଆଉ ଉଭୟଙ୍କୁ ସ୍ବାଗତ କରିବା ଲାଗି ଚେନ୍ନାଇରୁ ମହାବଳୀପୂରମ ଯାଏଁ ଥିଲା ଖଚାଖଚ ଭିଡ଼।  ପ୍ରଧାନମନ୍ତ୍ରୀ ମୋଦି ଚୀନ ରାଷ୍ଟ୍ରପତିଙ୍କୁ ସ୍ୱତନ୍ତ୍ର ଦକ୍ଷିଣୀ ଲୁକରେ ନଜର ଆସିଛନ୍ତି । ପ୍ରଧାନମନ୍ତ୍ରୀ ଏହି ସମୟରେ ତାମିଲନାଡୁର ପାରମ୍ପରିକ ପୋଷାକ ଲୁଙ୍ଗି ଓ ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛନ୍ତି ।

ଆଜି ଉଭୟ ଏଭଳି ଭାବେ ଏକାଠି ୬ ଘଣ୍ଟା ବିତାଇବାର ଅଛି। ଆସନ୍ତାକାଲି ଅର୍ଥାତ ଶନିବାର ଉଭୟଙ୍କ ମଧ୍ୟରେ ଏକ ଅନୌପଚାରିକ ବୈଠକ ଆୟୋଜିତ ହେବାର ଅଛି। ଫିଶରମ୍ୟାନ୍ସ୍ କେଭ୍ ରିସୋର୍ଟଠାରେ ଏହି ୪୦ ମିନିଟ୍ର ବୈଠକ ଆୟୋଜିତ ହେବ। ଆଲୋଚନା ପରେ ମୋଦି ଜିନ୍ପିଙ୍ଗଙ୍କୁ ମଧ୍ୟାହ୍ଣ ଭୋଜନରେ ଅପ୍ୟାୟିତ କରିବେ। ଏଥିରେ ମଧ୍ୟ ପାରମ୍ପରିକ ଝଲକ୍ ରହିବ ବୋଲି ଜଣାପଡ଼ିଛି।

ପଢନ୍ତୁ: ଟ୍ରାଫିକ ନିୟମକୁ ନମାନି ରାସ୍ତାରେ ଷ୍ଟଣ୍ଟ

Related posts

ଚାଷୀଙ୍କ ଫସଲ ଉଜାଡି ଦେଲା ବୁଲବୁଲ

Ratnamani Maharana

ମାର୍ଚ୍ଚ ୩ରୁ +୨ ପରୀକ୍ଷା ଆରମ୍ଭ

Ratnamani Maharana

ଜିଓ ୟୁଜର୍ସଙ୍କ ପାଇଁ ଜବରଦସ୍ତ ପ୍ଳାନ ଆଣିଛି ରିଲାଏନ୍ସ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More