News

ନବୀନଙ୍କ ଶପଥପରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Lt

ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନବୀନ ପଟ୍ଟନାୟକ । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟପାଳ ଗଣେଶୀ ଲାଲ୍‌  ମୁଖ୍ୟମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ନବୀନଙ୍କ ସହ ତାଙ୍କ ମନ୍ତ୍ରିମଣ୍ଡଳ ମଧ୍ୟ ଶପଥ ନେଇଛନ୍ତି । ଚଳିତ ଥର ୧୧ଜଣ ମନ୍ତ୍ରୀ କ୍ୟାବିନେଟ୍ ପାହ୍ୟା ଓ ୯ଜଣ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଟ୍ୱିଟ୍ ଜରି‌ଆରେ ନବୀନ ଓ ତାଙ୍କ ସହ ଶପଥ ନେଇଥିବା ନୂଆ ମନ୍ତ୍ରିମଣ୍ଡଳକୁ ମୋଦି ଶୁଭେଚ୍ଛା ଜଣାଇଛନ୍ତି।

ନବୀନ ପଟ୍ଟନାୟକ  ଶପଥ ଗ୍ରହଣ କରିବା ପରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଟ୍ବିଟ୍ କରି ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶୁଭେଚ୍ଛା ଜଣାଇବା ସହ ନବୀନ ଓ ତାଙ୍କ ମନ୍ତ୍ରିମଣ୍ଡଳ ଲୋକଙ୍କ ଆଶା ପୂରଣ କରିବେ ବୋଲି ମୋଦି କହିଛନ୍ତି । ଏହା ସହିତ ଓଡ଼ିଶାର ପ୍ରଗତି ପାଇଁ କେନ୍ଦ୍ର ସମ୍ପୂର୍ଣ୍ଣ ସହାୟତା ଯୋଗାଇ ଦେବ ବୋଲି ମଧ୍ୟ ମୋଦି ପ୍ରତିଶ୍ରୁତି ଦେଇଛନ୍ତି।
ପଢନ୍ତୁ: ରଥଯାତ୍ରା ପୂର୍ବରୁ ପୁରୀକୁ ସ୍ଵାଭାବିକ କରିପାରିବା ଏକ ବଡ ପ୍ରଶ୍ନ

Related posts

କାଶ୍ମୀରରେ ଏନ୍‌କାଉଣ୍ଟର: ୫ ଆତଙ୍କୀ ନିହତ

ENO Beuro

ବାହାଘରରେ ମୃତ୍ୟୁ ଉପହାର : ଉପହାର ପ୍ୟାକଟରେ ବୋମା ! ବିସ୍ଫୋରଣ ଘଟି ବର ,ଜେଜେମା’ ମୃତ

ENO Beuro

ପୁଣି ମୁଣ୍ଡ ନେଲା ବମିଖାଲ ଓଭରବ୍ରିଜ୍ : ଜଣେ ଶ୍ରମିକ ମୃତ , ଜଣେ ଗୁରୁତର

ENO Beuro

Leave a Comment