News

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲା ସିଓଲ ଶାନ୍ତି ପୁରସ୍କାର

modi

୧୪ତମ ସିଓଲ ଶାନ୍ତି ପୁରସ୍କାର ଗ୍ରହଣ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଦକ୍ଷିଣ କୋରିଆ ଗସ୍ତରେ ଯାଇଛନ୍ତି। ସେଠାରେ ସେ ସିଓଲ ଶାନ୍ତି ପୁରସ୍କାର ଗ୍ରହଣ କରିଛନ୍ତି । ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ବାସଭବନରେ ଆୟୋଜିତ ଉତ୍ସବରେ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ ଜାଏ-ଇନଙ୍କ ସହ ଶୀଖର ବୈଠକ ସମେତ ପ୍ରଧାନମନ୍ତ୍ରୀ ମୋଦି କୋରିଆ ନେତୃବୃନ୍ଦ, ଶିଲ୍ପପତି ଏବଂ ଭାରତୀୟ ସମ୍ପ୍ରଦାୟ ଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ଏହି ପୁରସ୍କାର ଗ୍ରହଣ ଉସର୍ବରେ ମୋଦି କହିଛନ୍ତି ଯେ,ମୋର ବିଶ୍ୱାସ, ଏ ପୁରସ୍କାର ମୋର ବ୍ୟକ୍ତିଗତ ପୁରସ୍କାର ନୁହେଁ, ସମଗ୍ର ଭାତରର ଲୋକମାନଙ୍କର। ଗତ ୫ ବର୍ଷରେ ଭାରତ ଯେଉଁ ସଫଳତା ହାସଲ କରିଛି ତାହା ଭାରତୀୟମାନଙ୍କର ଆକାଙ୍କ୍ଷା, ପ୍ରେରଣା ଏବଂ ଉଦ୍ୟମ ଯୋଗୁଁ। ସେମାନଙ୍କ ପକ୍ଷରୁ ମୁଁ ଏ ପୁରସ୍କାର ଗ୍ରହଣ କରି କୃତଜ୍ଞତା ଜ୍ଞାପନ କରୁଛି।

ସେ ଆହୁରି ମଧ୍ୟ କହିଛନ୍ତି ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକ ପାଳନ ବର୍ଷରେ ମୋତେ ଏହି ପୁରସ୍କାର ପ୍ରଦାନ କରାଯାଉଥିବାରୁ ମୁଁ ଗୌରବାନ୍ଵିତ ମନେ କରୁଛି।

ପଢନ୍ତୁ; ୨୪ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା

Related posts

ମହଙ୍ଗା ପଡିଲା ପରକ୍ରିୟା ପ୍ରୀତି : ପ୍ରେମୀ ଯୁଗଳଙ୍କୁ ପିଟିଲେ , ଲଣ୍ଡା କରି ବୁଲାଇଲେ

ENO Beuro

ବସ ଭଡା ଏଣିକି ମହଙ୍ଗା ପଡିବ, ଖାଲି ଚଢ଼ିକି ଓହ୍ଲାଇଲେ ବି ୧୩ଟଙ୍କା

ENO Beuro

ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଭାରତୀୟ ବାୟୁ ସେନା ମାର୍ଶାଲ ଅର୍ଜନ ସିଂହ ଙ୍କ ଶେଷକୃତ୍ୟ ସମ୍ପନ୍ନ

ENO Beuro

Leave a Comment