SPORTS

ସୁନା ଆଣି ମୋଦିଙ୍କୁ ସାକ୍ଷାତ କଲେ ସୁନା ଝିଅ ପି. ଭି. ସିନ୍ଧୁ

Pv Sindhu

ବିଶ୍ବ ବ୍ୟାଡ୍‌ମିଣ୍ଟନରେ ନୂଆ ସାମ୍ରାଜ୍ଞୀ ଭାବେ ଉଭା ହୋଇଥିବା ଭାରତୀୟ ଲଳନା ପିଭି ସିନ୍ଧୁ  ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ସିନ୍ଧୁ ଏହି ପ୍ରତିଯୋଗିତା ଖେଳିବା ପାଇଁ ସ୍ବିଜରଲାଣ୍ଡ୍‌ରେ ଥିଲା ବେଳେ ସେ ରବିବାର ସ୍ବର୍ଣ୍ଣ ପଦକ ଜିତିଥିଲେ। ଆଉ ସେହି ସମୟରେ ପ୍ରଧାନମନ୍ତ୍ରୀ ମଧ୍ୟ ବିଦେଶ ଗସ୍ତରେ ଥିଲେ।  ଫେରିବାପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ।

Capture

ସେଠାରେ ମୋଦୀ ତାଙ୍କୁ ଦେଖାକରି ଭାରତର ଗୌରବ ବୋଲି କହିଥିଲେ। ଏହା ପରେ ମୋଦୀ ନିଜର ଟ୍ବିଟର ଆକାଉଣ୍ଟରେ ବ୍ୟାଡମିଣ୍ଟନ ଷ୍ଟାର ଖେଳାଳିଙ୍କ ସହିତ କିଛି ସ୍ମରଣୀୟ ମୂହୁର୍ତ୍ତର ଫଟୋ ସେୟାର କରିବା ସହିତ ଲେଖିଛନ୍ତି, ସିନ୍ଧୁ ଜଣେ ଚାମ୍ପିଆନ୍ ଯିଏ ସ୍ୱର୍ଣ୍ଣ ପଦକ ଏବଂ ଅନେକ ଯଶ-କୀର୍ତ୍ତି ସହ ସ୍ୱଦେଶ ଫେରିଛନ୍ତି। ସିନ୍ଧୁଙ୍କ ସହ ସାକ୍ଷାତ କରି ବହୁତ ଖୁସି ଲାଗିଲା। ତାଙ୍କୁ ମୋର ଶୁଭେଚ୍ଛା ଏବଂ ଭବିଷ୍ୟତ ଟୁର୍ଣ୍ଣାମେଣ୍ଟ  ପାଇଁ ଶୁଭକାମନା ଜଣାଉଛି।

ସୂଚନାମୁତାବକ, ସ୍ୱିଜରଲ୍ୟାଣ୍ଡରେ ରବିବାରରେ ବିଶ୍ୱ ଚମ୍ପିୟାନ୍‌ଶିପ୍‌ ର ଗୋଲ୍ଡ ମେଡାଲ୍‌ ଜୀତିବା ପରେ ସିନ୍ଧୁ ଆଜି ଭାରତ ଫେରିଥିଲେ । ସିନ୍ଧୁ ଙ୍କୁ ଇନ୍ଦିରା ଗାନ୍ଧୀ ଏୟାରପୋର୍ଟରେ ବହୁ ଆଡମ୍ବରପୂର୍ଣ୍ଣ ସହକାରେ ସ୍ୱାଗତ କରାଯାଇଥିଲା ।

ପଢନ୍ତୁ: ଇତିହାସ ରଚିବାକୁ ଆଉ ୧୧ ଦିନ, ଚନ୍ଦ୍ରର ତୃତୀୟ କକ୍ଷରେ ପହଞ୍ଚିଲା ଚନ୍ଦ୍ରାୟାନ-2

Related posts

ଷ୍ଟିଫେନ୍‌ କନଷ୍ଟାଣ୍ଟାଇନଙ୍କ ଇସ୍ତଫା

ENO Beuro

ଚତୁର୍ଥ ଦିନିକିଆ: ଅଷ୍ଟ୍ରେଲିଆ ୪ ୱିକେଟରେ ବିଜୟୀ

ENO Beuro

ପଞ୍ଚମ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟ: ପରାଜୟ ସହ ସିରିଜ ହାରିଲା ଟିମ୍ ଇଣ୍ଡିଆ

Ratnamani Moharana

1 comment

Leave a Comment