POLITICALS

ସୁଷମାଙ୍କ ବିୟୋଗ ଶୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Untitled 1

ପୂର୍ବତନ ବିଦେଶ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କ ଆକସ୍ମିକ ମୃତ୍ୟୁ ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ସ୍ତବ୍ଧ କରିଛି। ବୁଧବାର ପୂର୍ବାହ୍ନରେ ନୂଆଦିଲ୍ଲୀର ଜନ୍ତର ମନ୍ତରସ୍ଥିତ ବାସଭବନରେ ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲାଗି ବହୁ ବରିଷ୍ଠ ନେତା ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଶ୍ରଦ୍ଧାଞ୍ଜଳି ଜଣାଇବା ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ତେ​‌ବେ ଏହି ସମୟରେ ମୋଦୀ ଭାବବିହ୍ବଳ ହୋଇପଡ଼ିବା ସହିତ କାନ୍ଦି ପକାଇଥିଲେ। ମୋଦୀଙ୍କ ଆଖି ଲୁହ ଛଳଛଳ ହୋଇପଡ଼ିଥିଲା।

Modi Pays Tribute To Susham 650x430
Modi Pays Tribute To Susham

 

ସୁଷମାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ସିରିଜ୍ ଟ୍ୱିଟ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବିୟୋଗରେ ଶୋକ ପ୍ରକାଶ କରି ସିରିଜ୍ ଟ୍ୱିଟ୍ କରିଛନ୍ତି। ସେ ଲେଖିଛନ୍ତି, ସୁଷମା ସ୍ୱରାଜ ବହୁତ ଭଲ ମନ୍ତ୍ରୀ ଏବଂ ଜଣେ ଭଲ ସାଂସଦ ଥିଲେ। ତା’ ସହିତ ସେ ଜଣେ ସୁବକ୍ତା ଥିଲେ। ଦଳ ଗତ ନିର୍ବିଶେଷରେ ତାଙ୍କୁ ସମସ୍ତେ ସମ୍ମାନ କରୁଥିଲେ। ବିଜେପିର ବିଚାରଧାରାକୁ ସେ ଆଗକୁ ବଢ଼ାଇଥିଲେ।

Capture

ସୁଷମାଙ୍କ ବିୟୋଗ ବ୍ୟକ୍ତିଗତ ଭାବରେ ତାଙ୍କ ପାଇଁ ଏକ କ୍ଷତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ସହିତ ସେ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।  ସେ କହିଛନ୍ତି, ସୁଷମା ଯାହା ବି ଦେଶ ପାଇଁ କରିଛନ୍ତି, ତାହା ସବୁଦିନ ପାଇଁ ମନେ ରହିବ।

Capture

ବୈଦେଶିକ ମନ୍ତ୍ରୀ ଭାବରେ ସୁଷମା ସ୍ୱରାଜଙ୍କ ଅନ୍ତିମ ୫ ବର୍ଷ କାର୍ଯ୍ୟକାଳକୁ ସେ ଭୁଲି ପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ତାଙ୍କ ଶରୀର ଅସୁସ୍ଥ ରହୁଥିଲେ ମଧ୍ୟ ସେ ତାଙ୍କ ମନ୍ତ୍ରଣାଳୟର ସମସ୍ତ ପ୍ରସଙ୍ଗରେ ଅବଗତ ରହୁଥିଲେ, ଯାହାକି କର୍ମ ପ୍ରତି ତାଙ୍କର ସମର୍ପଣ ଭାବକୁ ଦର୍ଶାଉଥିଲା ବୋଲି ମୋଦି ତାଙ୍କ ଟ୍ୱିଟରେ ଉଲ୍ଲେଖ କରିଛନ୍ତି।

Capture

ପ୍ରଧାନମନ୍ତ୍ରୀ ଆହୁରି ଲେଖିଛନ୍ତି, ସେ ଜଣେ ଦକ୍ଷ ପ୍ରଶାସକ ଥିଲେ। ତାଙ୍କୁ ଯେତେବେଳେ ଯେଉଁ ମନ୍ତ୍ରଣାଳୟ ମିଳିଥିଲା, ତା’ର କାର୍ଯ୍ୟ ସେ ସୁଚାରୁ ରୂପେ ତୁଲାଇଥିଲେ। ଭାରତ ସହିତ ଅନେକ ଦେଶର ସଂପର୍କକୁ ଆହୁରି ଭଲ କରିବାରେ ସେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଜଣେ ମନ୍ତ୍ରୀ ଭାବରେ ସମସ୍ତଙ୍କ ପ୍ରତି ସେ ଦରଦୀ ଥିଲେ। ବିଶ୍ୱର ଯେକୌଣସି ସ୍ଥାନରେ ଜଣେ ଭାରତୀୟ ସମସ୍ୟାରେ ଥିଲେ ସେ ସାହାଯ୍ୟ କରୁଥିଲେ।

Capture

ପଢନ୍ତୁ: ଭାରତର ଶ୍ରେଷ୍ଠ ଆଦରଣୀୟ ରାଜନେତ୍ରୀ ସୁଷମା ସ୍ୱରାଜଙ୍କ ପରଲୋକ

Related posts

ମାୟାବତୀ- ଅଖିଳେଶ ମହାମେଂଟକୁ ବଡ ଝଟକା: ୧୦ଟି ସିଟରୁ ବିଜେପି ହାତେଇ ନେଇଛି ୯ଟି ସିଟ୍

ENO Beuro

ବିଜେଡି ଛାଡ଼ିଲେ ଦାମଙ୍କ ଝିଅ ପ୍ରୀତିନନ୍ଦା

ENO Beuro

ବିଜେଡିରୁ ବହିଷ୍କାର ପରେ ବିଧାନସଭାରେ କେଉଁଠି ବସିବେ ଦାମ?

ENO Beuro

Leave a Comment