EnewsOdia.Com

୧୦୪ ତମ ଜୟନ୍ତୀରେ ପ୍ରବାଦ ପୁରୁଷଙ୍କୁ ମନେପକାଇଲେ ପ୍ରଧାନମନ୍ତ୍ରୀ

କିଏ କହେ ତାଙ୍କୁ ପ୍ରବାଦ ପୁରୁଷ, ବିରୋଧୀ ବି ମାନନ୍ତି ସେ ଝଡ଼ର ଇଗଲ୍‌। ଇଣ୍ଡୋନେସିଆର ସେ ଭୂମିପୁତ୍ର। ଆଧୁନିକ ଓଡ଼ିଶା ନିର୍ମାଣରେ ସେ ପ୍ରମୁଖ ବିନ୍ଧାଣୀ। ଆକାଶଛୁଆଁ ପରିକଳ୍ପନାମନସ୍କ ବିଶିଷ୍ଟ ଶିଳ୍ପପତି। ମୁକ୍ତ ଉଡ଼ନ୍ତା ବିହଙ୍ଗସମ ଉଚ୍ଚାଙ୍ଗ ବ୍ୟକ୍ତିତ୍ବ। ଏକ ଦଶନ୍ଧିର ମୁଖ୍ୟମନ୍ତ୍ରିତ୍ବରେ ସମଗ୍ର ରାଜ୍ୟବାସୀଙ୍କ ମନରେ ଛାଇଗଲେ ଜଣେ ପ୍ରିୟ ଜନନାୟକ ହୋଇ। ଏମିତି ଜଣେ ବ୍ୟକ୍ତିଙ୍କ ସଂପର୍କରେ ଅଧିକ ଅବତାରଣାର ଆବଶ୍ୟକତା ନିଷ୍ପୟୋଜନ; କେବଳ ‘ବିଜୁ’ ନାମ ହିଁ ଯଥେଷ୍ଟ। ଏହି ଦିବସରେ ତାଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ବିଜୁବାବୁ ଭାରତର ଉନ୍ନତି ପାଇଁ ଅବିରତ ଉଦ୍ୟମ କରିଥିବା ବେଳେ ଓଡ଼ିଶାର ପ୍ରଗତି ପାଇଁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ ବୋଲି ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ମୋଦି। ଏଥିସହିତ ସେ ବିଜୁବାବୁଙ୍କ ସାହସିକତାକୁ ମଧ୍ୟ ପ୍ରଶଂସା କରିଛନ୍ତି। ୧୯୪୫ ମସିହାର ଏକ ପ୍ରଶସ୍ତିପତ୍ରକୁ ଆଟାଚ କରି ବିଜୁବାବୁଙ୍କ ସାହସିକତାକୁ ଦର୍ଶାଇଛନ୍ତି ମୋଦି। ଅଣ୍ଡରଗ୍ରାଉଣ୍ଡରେ ଥିବା ରାମ ମନୋହର ଲୋହିଆଙ୍କୁ ସେ ଅତ୍ୟନ୍ତ ଗୋପନୀୟ ଭାବେ ଦିଲ୍ଲୀରୁ କୋଲକତା ବିମାନରେ ନେଇଯାଇଥିଲେ। ଏପରି ସାହସିକ ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ବିଜୁବାବୁଙ୍କୁ ଟ୍ୱିଟର୍‌ରେ ପ୍ରଶଂସା କରିଛନ୍ତି।।

ପଢନ୍ତୁ: ଆଜି ବି ଏହି ସବୁ ଜିଲ୍ଲାରେ ବର୍ଷା

 

ସମ୍ବନ୍ଧିତ ଖବର

ମାର୍ଚ୍ଚ ୨୨ରୁ ୨୯ ପର୍ଯ୍ୟନ୍ତ ଭାରତରେ ମନା ଅନ୍ତରାଷ୍ଟ୍ରୀୟ ବିମାନ

Ratnamani Maharana

ଓଡିଶାରେ ଆଉଜଣେ କରୋନା ରୋଗୀ ଚିହ୍ନଟ

Ratnamani Maharana

ଆଜି ଅଯୋଧ୍ୟାରେ ହେବ ଦୀପୋତ୍ସବ, ୫ ଲକ୍ଷ ୫୧ ହଜାର ଦୀପ ଲଗାଯାଇ କରାଯିବ ବିଶ୍ୱରେକର୍ଡ

Ratnamani Maharana

ରାନୀ ପଣ୍ଡାଙ୍କୁ ମନା ଖଣ୍ଡଗିରି ଯାତ୍ରା

Ratnamani Maharana

କରୋନା ପାଇଁ ଚୀନରେ ବଢିଚାଲିଛି ଛାଡପତ୍ର ମାମଲା

Ratnamani Maharana

ଭାରତବାସୀଙ୍କ ସୁଖସମୃଦ୍ଧି କାମନା କରି ମହାପ୍ରଭୁଙ୍କ ଦର୍ଶନ କଲେ ମମତା

Ratnamani Maharana