News

୨୦୧୯ ମାର୍ଚ୍ଚ ସୁଧା ସବୁ ଘରକୁ ବିଜୁଳି – ମୋଦୀଙ୍କ ସୌଭାଗ୍ୟ ଯୋଜନା

ଦେଶର ସମସ୍ତ ଗରିବ ପରିବାରକୁ ବିଜୁଳି ଯୋଗାଇବା ଉଦେଶ୍ୟରେ ସରକାର ସୋମବାର(୨୫ ସେପ୍ଟେମ୍ବର) ଦିନ ସୌଭାଗ୍ୟ ଯୋଜନା ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘୋଷଣା କରିଛନ୍ତି ।

୨୦୧୯ ମାର୍ଚ୍ଚ ସୁଦ୍ଧ୍ହା ପ୍ରତ୍ୟେକ ଗାଁ ଓ ସହରରେ ସମସ୍ତଙ୍କୁ ୨୪ ଘଣ୍ଟିଆ ବିଜୁଳି ଯୋଗାଇବା ପାଇଁ ଏଥିରେ ଲକ୍ଷ ରଖାଯାଇଛି ।

ସୌଭାଗ୍ୟ ଯୋଜନା ମୁତାବକ ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ସମସ୍ତ ଗ୍ରାମାଞ୍ଚଳକୁ ବିଦ୍ୟୁତିକରଣ କରାଯିବ । ଏହାପରେ ସମସ୍ତ ଗ୍ରାମୀଣ ଓ ସହରାଞ୍ଚଳ ପରିବାରକୁ ବିଜୁଳି ଯୋଗାଇ ଦିଆଯିବ । ଏହି ସ୍କିମ ପାଇଁ ସରକାର ୧୬,୩୨୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ତନ୍ମଧ୍ୟରୁ ଗ୍ରାମୀଣ ପରିବାର ପାଇଁ ୧୪,୦୨୫ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ସହରାଞ୍ଚଳ ପରିବାର ନିମନ୍ତେ ୨,୨୯୫ କୋଟି ଟଙ୍କା ବ୍ୟୟ ହେବ ।

ସରକାରଙ୍କ ସୂଚନା ମୁତାବକ ଏହି ସ୍କିମ ପାଇଁ ଆବଶ୍ୟକ ହେବାକୁ ଥିବା ମୋଟ ଅର୍ଥର ୬୦% କେନ୍ଦ୍ର ବହନ କରିବା । ସେହିପରି ରାଜ୍ୟଗୁଡିକ ୧୦% ପାଣ୍ଠି ଦେବାକୁ ଥିବା ବେଳେ ଅବଶିଷ୍ଟ ଋଣ ଦ୍ଵାରା ହାସଲ କରାଯିବ । ଅପରପକ୍ଷରେ ସ୍ଵତନ୍ତ୍ର ପାହ୍ୟା ବର୍ଗର ରାଜ୍ୟଗୁଡିକ କ୍ଷେତ୍ରରେ କେନ୍ଦ୍ର ସରକାର ଏହି ସ୍କିମକୁ ୮୫% ପାଣ୍ଠି ଯୋଗାଇଦେବେ । ରାଜ୍ୟଗୁଡିକ ଏଥିଲାଗି ୫% ଆର୍ଥିକ ସହାୟତା ଦେବେ । ସ୍କିମ ନିମନ୍ତେ ମୋଟ କେନ୍ଦ୍ର ବଜେଟ ବ୍ୟୟବରାଦ ୧୨,୩୨୦ କୋଟି ଟଙ୍କା ହେବ ।

ରିପୋର୍ଟ ମୁତାବକ, ୨୦୧୧ ର ସାମାଜିକ ଅର୍ଥନୈତିକ ଓ ଜାତିଭିତ୍ତିକ ଜନଗଣନା ତଥ୍ୟକୁ ଆଧାର କରି ମାଗଣା ବିଜୁଳି ସ୍କିମର ହିତାଧିକାରୀଙ୍କୁ ଚୟନ କରାଯିବ ।

ଦାରିଦ୍ର୍ୟ ସୀମାରେଖା ଉର୍ଦ୍ଵରେ ଥିବା (ଏପିଏଲ) ପରିବାରଙ୍କୁ ୫୦୦ ଟଙ୍କାରେ ବିଜୁଳି ସଂଯୋଗ ଦିଆଯିବ । କମ୍ପାନୀ ଗୁଡିକ ବିଜୁଳି ବିଲ ସହିତ ଏହି କିସ୍ତି ଟଙ୍କା ଆଦାଯ କରିବେ । ଉକ୍ତ ପରିବାର ୧୦ଟି ସମାନ ମାସିକ କିସ୍ତିରେ ଏହି ଟଙ୍କା ଦେଇପାରିବେ । ଅନ୍ୟପକ୍ଷରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା (ବିପିଏଲ) ପରିବାରଙ୍କୁ ମାଗଣାରେ ବିଜୁଳି ସଂଯୋଗ ଦିଆଯିବ ।

ରିପୋର୍ଟ ଅନୁସାରେ ଓଡିଶା ସମେତ ବିହାର, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଝାଡଖଣ୍ଡ, ଜମ୍ମୁ-କାଶ୍ମୀର, ରାଜସ୍ଥାନ ଓ ପୂର୍ବାଞ୍ଚଳ ରାଜ୍ୟ ଗୁଡିକ ଅଧିକ ଗୁରୁତ୍ଵ ଦିଆଯିବ ।

୨୦୧୯ ମାର୍ଚ୍ଚ ସୁଧା ସବୁ ଘରକୁ ବିଜୁଳି – ମୋଦୀଙ୍କ ସୌଭାଗ୍ୟ ଯୋଜନା.  ୨୦୧୯ ମାର୍ଚ୍ଚ ସୁଧା ସବୁ ଘରକୁ ବିଜୁଳି – ମୋଦୀଙ୍କ ସୌଭାଗ୍ୟ ଯୋଜନା

ଅଧିକ ପଢନ୍ତୁ, ନନ୍ଦନକାନନରେ ପୁରୁଷ ଜେବ୍ରାର ମୃତ୍ୟୁ ।

Related posts

ଭବାନିପାଟଣାରେ ପୋଲ ତଳକୁ ଓଲଟିଲା ଯାତ୍ରୀବାହୀ ବସ : ୨ ମୃତ,୨୫ ଆହାତ

ENO Beuro

କାର୍ଯ୍ୟଦିବସରେ ଛୁଟି ନେଇପାରିବେନି ବିଚାରପତି

ENO Beuro

ଜେସିବିକୁ ଧକ୍କା ଦେଲା ଏର୍ଣ୍ଣାକୁଲମ-ହାଓ୍ବଡ଼ା ଏକ୍ସପ୍ରେସ୍ ଟ୍ରେନ୍‌

ENO Beuro

3 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More