News

୧୪,୫୨୩ କୋଟିର ବିକାଶ ଯୋଜନା ନେଇ ଓଡିଶା ଆସୁଛନ୍ତି ମୋଦି

pm

ଆସନ୍ତା ୨୪ ତାରିଖରେ ମୋଦି ଦିନିକିଆ ଓଡ଼ିଶା ଗସ୍ତରେ ଆସି ୧୪,୫୨୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ସଂସ୍କୃତି ମହେଶ ଶର୍ମା ଏନେଇ ସୂଚନା ଦେଇଛନ୍ତି ।

pm

ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫୋକସ୍‌ରେ ଓଡ଼ିଶା ରହିଛି। ସାଢ଼େ ଚାରି ବର୍ଷ ଶାସନରେ ବହୁ କେନ୍ଦ୍ରୀୟ ପ୍ରକଳ୍ପ ଓଡ଼ିଶାରେ ପ୍ରତିଷ୍ଠା ହୋଇପାରିଛି। ଆସନ୍ତା ଡିସେମ୍ବର ୨୪ ତାରିଖରେ ପ୍ରଧାନମନ୍ତ୍ରୀ ତାଙ୍କର ଏହି ଗସ୍ତ ସମୟରେ ଭୁବନେଶ୍ବର ଆଇଆଇଟି ପୂର୍ଣ୍ଣାଙ୍ଗ କ୍ୟାମ୍ପସ୍‌କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏଥି ସହ ବ୍ରହ୍ମପୁରରେ ବିଶ୍ବସ୍ତରୀୟ ଆଇଜର୍‌ର ଶିଳାନ୍ୟାସ କରିବେ। ପେଟ୍ରୋଲିୟମ୍ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଊର୍ଜ୍ଜା ଗଙ୍ଗା ଯୋଜନା ମାଧ୍ୟମରେ ପାରାଦୀପ-ହାଇଦ୍ରାବାଦ ମଧ୍ୟରେ ପାଇପ୍‌ଲାଇନ୍ କାମର ଶୁଭାରମ୍ଭ ହେବ।

କେନ୍ଦ୍ର ସରକାରଙ୍କର ଏପରି କାମ ଓଡିଶାର ପର୍ଯ୍ୟଟନ, ମର୍ଯ୍ୟାଦା, ସ୍ୱାଭିମାନ ଓ ଅର୍ଥନୀତିରେ ନୂଆ ପରିଚୟ ସୃଷ୍ଟି ହେବ । ସେଥିପାଇଁ ଓଡିଶା ତରଫରୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ସେ କୃତଜ୍ଞତା ପ୍ରକାଶ କରିବା ସହ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ପଢନ୍ତୁ; ଆଜି ବ୍ୟାଙ୍କ ଧର୍ମଘଟ,୫ ଦିନ ବ୍ୟାଙ୍କ ବନ୍ଦ

Related posts

ସି-ସୋର ଚିଟଫଣ୍ଡ ମାମଲାରେ ଗିରଫ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ ଙ୍କୁ ସିବିଆଇ ଜେରା

ENO Beuro

ଫନି କ୍ଷୟକ୍ଷତି ଆକଳନ କରୁଛନ୍ତି ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍

Ratnamani Moharana

ଦକ୍ଷିଣ ଆଫ୍ରିକା : ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଜାକୋବ ଜୁମା

ENO Beuro

Leave a Comment