ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା୨୬ ତାରିଖରେ ସେ ଓଡିଶା ଆସିବେ। କେନ୍ଦ୍ରରେ ବିଜେପି ସରକାରର ୪ବର୍ଷର ପୂର୍ତ୍ତ ଅବସରରେ ଓଡ଼ିଶାରେ ହେବାକୁ ଥିବା ଏକ ବିଶାଳ ଜନସଭାରେ ମୋଦି ଯୋଗଦେଇ ଓଡ଼ିଶାବାସୀଙ୍କୁ ଉଦ୍ବୋଧନ ଦେବେ। ମୋଦିଙ୍କ ଓଡ଼ିଶା ଗସ୍ତକୁ ନେଇ ବିଜେପିର ଓଡ଼ିଶା ପ୍ରଭାରୀ ଅରୁଣ ସିଂ ସୂଚନା ଦେଇଛନ୍ତି। ଓଡ଼ିଶା ଗସ୍ତ ଅବସରରେ ମୋଦି ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ।
ଆଜି ଦଳର ରାଜ୍ୟ ପଦାଧିକାରୀ ତଥା କାର୍ଯ୍ୟକାରିଣୀ ବୈଠକରେ ମୋଦିଙ୍କ ପ୍ରସ୍ତାବିତ ଗସ୍ତ ସଂପର୍କରେ ମାନସ ମନ୍ଥନ କରିଛନ୍ତି ବିଜେପିର ହେଭିୱେଟ୍। ମେ ୨୬ରେ ମୋଦି ସରକାର ପାଳିବେ ଚତୁର୍ଥ ବର୍ଷ ପୂର୍ତ୍ତି ଉତ୍ସବ। ଏହା ପୂର୍ବରୁ ସାରା ଦେଶରେ ଏପ୍ରିଲ ୧୪ରୁ ମେ୫ ପର୍ଯ୍ୟନ୍ତ ଗ୍ରାମ ସ୍ୱରାଜ ଅଭିଯାନ କରି ଦଳ ଗାଁ ଗାଁରେ ଲୋକଙ୍କ ପାଖରେ ସରକାରଙ୍କ ଯୋଜନା ଓ ସଫଳତା କଥା ପହଁଞ୍ଚାଇଥିଲା। ଦଳ ଦାବି କରୁଛି, ଦେଶର ୨୧ ହଜାର ଗାଁରେ କେନ୍ଦ୍ର ୭ ଟି ପ୍ରମୁଖ ଜନ କଲ୍ୟାଣ ଯୋଜନା ପହଁଞ୍ଚାଇପାରିଛି। ଯେଉଁଥିରେ ଓଡିଶାର ରହିଛି ୪୦୦ ଗାଁ ତେବେ ଏହା ଭିତରେ କେନ୍ଦ୍ର ସହ ରାଜ୍ୟର ସଂପର୍କ ଅଧିକ ତିକ୍ତ ହୋଇଛି ମହାନଦୀ, ପୋଲଭାରମ,ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଓ ରାଜ୍ୟକୁ ଅନୁଦାନ ପ୍ରସଙ୍ଗରେ ତୁ- ତୁ ମେ-ମେ ହୋଇଛନ୍ତି ବିଜେଡି ଓ ବିଜେପିର ନେତା।
ସୂଚନାଯୋଗ୍ୟ,୨୬ ତାରିଖ ଅପରାହଣ ୩ଟା ୨୫ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ ମୋଦି। ଏହାପରେ ଏମଆଇ ୮/୧୭ ହେଲିକେପ୍ଟରଯୋଗେ କଟକ ବାଲିଯାତ୍ରା ପଡିଆକୁ ଯିବେ । ହେଲିପ୍ୟାଡରୁ ବାହାରି ସଂଧ୍ୟା ୪ଟା ୧୫ ମିନିଟରେ ସଭାସ୍ଥଳରେ ପହଂଚିବେ। ପ୍ରାୟ ୧ ଘଂଟା ୧୫ ମିନିଟ ଧରି ବାଲିଯାତ୍ରା ପଡିଆର ସଭା ମଂଚରେ ରହିବେ ପ୍ରଧାନମନ୍ତ୍ରୀ । ସଭାକାର୍ଯ୍ୟପରେ ଭୁବନେଶ୍ୱର ଆସି ସଂଧ୍ୟା ୫ଟା ୫୦ ମିନିଟରେ ଦିଲ୍ଲୀ ଫେରିଯିବେ ନରେନ୍ଦ୍ର ମୋଦି।
ପଢନ୍ତୁ; ଆଜି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କୁମାରସ୍ୱାମୀ!