News

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

Untitled 1

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି   ଆଜି ୪୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି   ଟ୍ୱିଟ୍ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟ୍ୱିଟରେ ମୋଦି କହିଛନ୍ତି, ରାହୁଲ ଗାନ୍ଧୀଙ୍କୁ ତାଙ୍କ ଜନ୍ମଦିନ ପାଇଁ ଅନେକ ଶୁଭକାମନା, ତାଙ୍କର ସ୍ୱାସ୍ଥ୍ୟ ଭଲ ରହୁ ଏବଂ ସେ ଦୀର୍ଘାୟୁ ହୁଅନ୍ତୁ। ମୋଦିଙ୍କ ବ୍ୟତୀତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ   ବି ରାହୁଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ରାହୁଲଙ୍କ ଜନ୍ମଦିନରେ ବୁଧବାର ସକାଳୁ ଟ୍ବିଟରରେ ‘ହାପି ବର୍ଥ ଡେ ରାହୁଲ ଗାନ୍ଧୀ’ ଟ୍ରେଣ୍ଡ କରୁଛି। ରାହୁଲଙ୍କୁ ହରାଇ ଆମେଠିର ସାଂସଦ ହୋଇଥିବା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ   ତାଙ୍କ ଟ୍ୱିଟର ହ୍ୟାଣ୍ଡଲରୁ ରାହୁଲଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇନହାନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ରାହୁଲଙ୍କ ପାଇଁ କରିଥିବା ଟ୍ୱିଟକୁ ରିଟ୍ୱିଟ୍ କରି ସ୍ମୃତି ଇରାନୀ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

Capture

Rahul Happy Bday Wishes Xx
Rahul Happy Bday Wishes Xx

ସେପଟେ ରାହୁଲ ତାଙ୍କ ଜନ୍ମଦିନକୁ ବଡ଼ ଧରଣରେ ପାଳନ କରିବେ ନାହିଁ ବୋଲି କହିଛନ୍ତି । ବିହାରରେ ମସ୍ତିଷ୍କ ଜ୍ୱରରେ ଶିଶୁ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଜନ୍ମ ଦିନକୁ ସେଭଳି ଯାକଜମକରେ ପାଳନ ନକରିବାକୁ କହିଛନ୍ତି । ରାହୁଲ କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚି ପାର୍ଟି କର୍ମକର୍ତ୍ତାଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହାପରେ ରାହୁଲ ଶିଶୁଙ୍କୁ ଭେଟିବାକୁ ଯିବେ ।
ପଢନ୍ତୁ: ୨୦୫୦ ସୁଦ୍ଧା ଜନସଂଖ୍ୟାରେ ଚୀନକୁ ଟପିବ ଭାରତ: ଜାତିସଂଘ

Related posts

ଆଜିଠୁ ପ୍ରବଳ ବର୍ଷା,୨୧ରେ ସାରା ଓଡିଶାରେ ଭୀଷଣ ବର୍ଷା ସମ୍ଭାବନା

ENO Beuro

ଏଥର ବଜେଟରେ ଅଲୋଡା ପ୍ରତିରକ୍ଷା ବିଭାଗ

Ratnamani Moharana

ଆସୁଛି ବାତ୍ୟା ତିତ୍‌ଲି,୭୦-୯୦ କିମି ବେଗରେ ବହିବ ପବନ

ENO Beuro

Leave a Comment