News

ବିଶ୍ବର ସବୁଠୁ ଶକ୍ତିଶାଳୀ ବ୍ୟକ୍ତିର ଆଖ୍ୟା ପାଇଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Untitled 1

ପୁଣିଥରେ ବିଶ୍ବରେ ଭାରତ ପାଇଲା ଏକ ନମ୍ବର ସ୍ଥାନ। ବିଶ୍ଵର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିର ଆଖ୍ୟା ପାଇଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବ୍ରିଟିଶ୍ ହେରାଲ୍ଡର ଏକ ପୋଲରେ ପାଠକମାନେ ମୋଦିଙ୍କୁ ୨୦୧୯ରେ ବିଶ୍ବର ଶକ୍ତିଶାଳୀ ଭାବେ ବାଛିଛନ୍ତି । ବ୍ରିଟିଶ୍ ହେରାଲ୍ଡର ଏହି ପୋଲରେ ବିଶ୍ବର ୨୫ରୁ ଅଧିକ ପ୍ରଭାବଶାଳୀ ବ୍ୟକ୍ତିତ୍ବଙ୍କୁ ସାମିଲ୍ କରାଯାଇଥିଲା । ତେବେ ଭ୍ଲାଦିମିର୍ ପୁତିନ୍, ଡୋନାଲ୍ଡ ଟ୍ରମ୍ପ ଏବଂ ଜିନପିଙ୍ଗ୍ ଭଳି ବଡ଼ ବଡ଼ ନେତାଙ୍କୁ ପଛରେ ପକାଇ ନମ୍ବର ୱାନ୍ ସ୍ଥାନ ଅକ୍ତିଆର୍ କରିଛନ୍ତି ନରେନ୍ଦ୍ର ମୋଦି ।

ଏହି ଭୋଟିଂ ପାଇଁ ବ୍ରିଟିଶ୍ ହେରାଲ୍ଡର ରିଡର୍ ମାନଙ୍କୁ ୱାନ୍ ଟାଇମ୍ ପାସୱାର୍ଡ (ଓଟିପି) ମାଧ୍ୟମରେ ଭୋଟ୍ କରାଯାଇଥିଲା ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଭୋଟିଂ ସମୟରେ ସାଇଟ୍ କ୍ରାଶ୍ ମଧ୍ୟ ହୋଇଯାଇଥିଲା । ଏହି ପୋଲରେ ମୋଦିଙ୍କୁ ସର୍ବାଧିକ ୩୦.୯ ପ୍ରତିଶତ ଭୋଟ୍ ମିଳିଥିଲା । ମୋଦିଙ୍କ ପରେ ଦ୍ବିତୀୟ ସବୁଠାରୁ ଶକ୍ତିଶାଳି ନେତା ଭାବରେ ପୁତିନଙ୍କୁ ୨୯.୯ ପ୍ରତିଶତ ଭୋଟ୍ ମିଳିଥିଲା । ସେହିପରି ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କୁ ୨୧.୭ ପ୍ରତିଶତ ଭୋଟ୍ ମିଳିଥିବା ବେଳେ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ମିଳିଛି ୧୮.୧ ପ୍ରତିଶତ ଭୋଟ୍ ।
ପଢନ୍ତୁ: ୯୮ ପ୍ରତିରକ୍ଷା କର୍ମଚାରୀଙ୍କ କମ୍ପୁଟର ହ୍ୟାକ କଲା ଜଣେ ଆଇଏସଆଇ ଏଜେଣ୍ଟ

Related posts

ଆସନ୍ତାକାଲି ରାଜ୍ୟର ସମସ୍ତ ଘରୋଇ ହସ୍ପିଟାଲ ଓ ନର୍ସିଂହୋମ୍ ବନ୍ଦ !

ENO Beuro

ସାଇକେଲ୍‌ରୁ ପଡ଼ିଗଲେ ତେଜ୍‌ ପ୍ରତାପ,ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ENO Beuro

ଇସ୍ତଫା ଦେଲେ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅଜୟ ମାକେନ୍‌

ENO Beuro

1 comment

ସହିଦଙ୍କ ମରଶରୀରରେ ବିଜେଡି ପତାକା ଢଙ୍କାଯିବା ଘଟଣାରେ ନୂଆ ମୋଡ June 21, 2019 at 3:27 pm

[…] ବିଶ୍ବର ସବୁଠୁ ଶକ୍ତିଶାଳୀ ବ୍ୟକ୍ତିର ଆଖ୍ୟ… […]

Leave a Comment