• Home
  • News
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ ପ୍ରତି ବଡ ବିପଦ
News Uncategorized

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ ପ୍ରତି ବଡ ବିପଦ

ମୋଦୀଙ୍କୁ ବଡ ଝଟକ୍କା

ସମସ୍ତ ରାଜ୍ୟ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦୀଙ୍କ ଗସ୍ତ ସମୟରେ ସତର୍କତାକୁ ଅଧିକ ମାତ୍ରାରେ ବଢାଇବାକୁ ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। କିଛି ଦିନ ତଳେ ମାଓବାଦୀମାନେ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବାପାଇଁ ଏକ ବଡଧରଣର ଯୋଜନା ପ୍ରସ୍ତୁତ କରାଯାଇଥିଲା । ଯାହାକି ପୁନେ ପୁଲିସ କୋର୍ଟରେ ଏକ ଚିଠି ପ୍ରକାଶ କରିବା ପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ମାମଲାକୁ ଗମ୍ଭୀରତାର ସହ ନେଇଛି। ଗୃହ ମନ୍ତ୍ରାଳୟ ଦ୍ୱାରା ନୂତନ ସୁରକ୍ଷା ନିୟମାବଳୀ ଅନୁଯାୟୀ କୌଣସି ମନ୍ତ୍ରୀ ଏବଂ ଉଚ୍ଚ ପଦସ୍ଥ ଅଧିକାରୀ ମଧ୍ୟ ବିନା ଯାଞ୍ଚରେ ମୋଦୀଙ୍କ ନିକଟକୁ ଆସିପାରିବେ ନାହିଁ। ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ସବୁଠାରୁ ଅଧିକ ଟାର୍ଗେଟ୍‌ରେ ଥିବାରୁ ତାଙ୍କୁ ରୋଡ୍‌ ସୋ ନ କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।

ମୋଦୀଙ୍କୁ ର‍୍ୟାଲିରେ ମଧ୍ୟ ଟାର୍ଗେଟ୍‌ କରାଯାଇପାରେ ବୋଲି ଗୁଇନ୍ଦା ରିପୋର୍ଟ ମିଳିଥିବାରୁ ତାଙ୍କର ର‍୍ୟାଲି ସଂଖ୍ୟା ମଧ୍ୟ କମାଇ ଦିଆଯିବ ବୋଲି ଜଣାପଡ଼ିଛି। ମାଓ ପ୍ରବଣ ରାଜ୍ୟ ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମୋଦୀଙ୍କ ପାଇଁ ସବୁଠୁ ସମ୍ବେଦନଶୀଳ ବୋଲି କୁହାଯାଇଛି ଏବଂ ଏହିସବୁ ରାଜ୍ୟକୁ ମୋଦୀଙ୍କ ଗସ୍ତ ସମୟରେ ରାଜ୍ୟଗୁଡ଼ିକ ଅଧିକ ସତର୍କ ରହିବାକୁ କୁହାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ ପ୍ରତି ବଡ ବିପଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ ପ୍ରତି ବଡ ବିପଦ narendra modi during road show 4cd252d0 0219 11e7 b1f1 d4c6cd13dfb1

ପଢନ୍ତୁ : କପାଳ ଦେଖି ଭବିଷ୍ୟବାଣୀ – ଜାଣନ୍ତୁ କଣ ଲେଖାଯାଇଛି ଆପଣଙ୍କ କପାଳରେ

Related posts

ନିଶା ଖାଇଥିବା ଡ୍ରାଇଭରଙ୍କ ଲାଇସେନ୍‌ସ୍‌ ରଦ୍ଦ ସହ ଅପରାଧିକ ମାମଲା ଦାଏର୍‌ କରାଯିବ

Krishna Kumar Manoj

ଦକ୍ଷିଣ ଆଫ୍ରିକା ଗସ୍ତରେ ମୋଦି,ବ୍ରିକ୍ସ ସମ୍ମିଳନୀକୁ ସମ୍ବୋଧିତ କରି ଭାରତର ପକ୍ଷ ରଖିବେ ପ୍ରଧାନମନ୍ତ୍ରୀ

Krishna Kumar Manoj

ବଲିଉଡ ଅଭିନେତ୍ରୀ ରିଚା ଚଢାଙ୍କୁ ଟ୍ୱିଟର ଆକାଉଣ୍ଟ ଜରିଆରେ ଦୁଷ୍କର୍ମ ଏବଂ ହତ୍ୟା ଧମକ!

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More