News

ରାୟଗଡ଼ା: ଅଳ୍ପକେ ବର୍ତ୍ତିଲା ହୀରାଖଣ୍ଡ ଏକ୍ସପ୍ରେସ୍‌

track

ଟ୍ରାକରେ ଫାଟ ଥିବାରୁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ଭୁବନେଶ୍ବର-ଜଗଦଲପୁର 18447 ହୀରାଖଣ୍ଡ ଏକ୍ସପ୍ରେସ ।ରାୟଗଡ଼ା ସିଙ୍ଗାପୁର ରୋଡ୍‌ ଷ୍ଟେସନର ୪ ନମ୍ବର ରେଲ ଲାଇନ୍‌ରେ ଫାଟ ସୃଷ୍ଟି ହୋଇଛି ।  ଟ୍ରାକ୍ ପାଖରେ ଥିବା ସିଗନାଲ ମ୍ୟାନ୍‌ ଏହା ଦେଖି ଷ୍ଟେସନ ମାଷ୍ଟରକୁ ସୂଚନା ଦେଇଥିଲେ। ଏହାପରେ ଷ୍ଟେସନ ମାଷ୍ଟର ଟ୍ରେନ୍‌ଟିକୁ ଅଟକାଇଥିଲେ।

track

ରେଳ ଧାରଣାକୁ ସଂଯୋଗ କରୁଥିବା ଗ୍ରୀଡରେ ଫାଟ ଯୋଗୁ ହୀରାଖଣ୍ଡ ଏକ୍ସପ୍ରେସ୍‌ ଦୀର୍ଘ ଏକ ଘଣ୍ଟା ଧରି ଅଟକି ରହିଥିଲା । ପରେ ଟ୍ରାକ୍‌ ମରାମତି ପରେ ଘଣ୍ଟାଏ ବିଳମ୍ବରେ ହୀରାଖଣ୍ଡ ଏକ୍ସପ୍ରେସ୍‌ ଜଗଦଲପୁର ଅଭିମୁଖେ ଯାତ୍ରା କରିଛି । ବହୁ ଜନଜୀବନ ହାନି ହେବାରୁ ରକ୍ଷା ପାଇଯାଇଛି।

ଏହା ମଣିଷ କୃତ କି ନୁହେଁ ଜଣାପଡ଼ିନାହିଁ। ତେବେ ଶୀତ ଦିନରେ ରେଳ ଧାରଣାରେ ଫାଟ ସୃଷ୍ଟି ହୋଇଥାଏ ବୋଲି ଷ୍ଟେସନ ମାଷ୍ଟର କହିଛନ୍ତି।

ପଢନ୍ତୁ; ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଗୁଳିମାଡ଼,ଯୁବକ ଆହତ

Related posts

ବମିଖାଲ ଓଭରବ୍ରିଜ୍‌ ଭୁଶୁଡିବା ଘଟଣା : ବମିଖାଲ ଫ୍ଲାଏ ଓଭର କାର୍ଯ୍ୟରୁ ହଟିଲା ପଣ୍ଡା ଇନ୍‌ଫ୍ରା

ENO Beuro

ନବ ନିଯୁକ୍ତ ଡାକ୍ତରଙ୍କ ଧମକ: ଚାକିରିରେ ଯୋଗ ଦେବୁନି

Ratnamani Moharana

କଟକ ସହରରେ ଘଟିଛି ଭୟାବହ ଅଗ୍ନିକାଣ୍ଡ

ENO Beuro

Leave a Comment