News

ଚନ୍ଦ୍ରଯାନ-୨ ର ସଫଳତାକୁ ନେଇ ଟ୍ୱିଟ କରି ଇସ୍ରୋକୁ ନିଚ୍ଚ ଦେଖାଇଲା ନାସା

67201667 471131327049808 1835909166816821248 N

ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ) ସୋମବାର ଇତିହାସ ରଚିବାରେ ସଫଳ ହୋଇଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ୍ ଧୱନ ସ୍ପେଶ୍ ସେଣ୍ଟରରେ ଦ୍ୱିପ୍ରହର ୨.୪୩ ମିନିଟ୍ ରେ ନିଜର ମହତ୍ତ୍ୱାକାଂକ୍ଷୀ ମିଶନ୍ ଚନ୍ଦ୍ରଯାନ-୨ ର ସଫଳ ପ୍ରକ୍ଷେପଣ କରିଛି ଇସ୍ରୋ । ୪୮ ଦିନ ପରେ ଚନ୍ଦ୍ରର ଅନ୍ଧାର ଦୁନିଆ କୁହାଯାଉଥିବା ସାଉଥ୍ ପୋଲ୍  ରେ ଚନ୍ଦ୍ରଯାନ-୨ ଲ୍ୟାଣ୍ଡ କରିବ । ଯେଉଁଠାରେ ଆଜି ପର୍ଯ୍ୟନ୍ତ କୌଣସି ଦେଶ ପହଁଚି ପାରିନାହିଁ ସେଠାରେ ପହଁଚିବା ଲକ୍ଷ୍ୟରେ ଭାରତ ।

Capture
Capture

ଇସ୍ରୋର ଏଭଳି କାମକୁ ସାରା ଦୁନିଆରେ ଖୁବ୍ ପ୍ରଶଂସା କରାଯାଉଛି । କିନ୍ତୁ “ଆମେରିକା ସ୍ପେଶ୍ ଏଜେନ୍ସୀ ନାସା” ଏବେ ଚନ୍ଦ୍ରଯାନ-୨ କୁ ନେଇ ଇସ୍ରୋକୁ ଏକ ଟ୍ୱିଟ୍ କରିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ନାସା ଟ୍ୱିଟ୍ କରିଥିଲା – ଚନ୍ଦ୍ର ଅଧ୍ୟୟନ ପାଇଁ ଚନ୍ଦ୍ରୟାନ୍ -୨ କୁ ଲଞ୍ଚ୍ କରିବା ପାଇଁ ଇସ୍ରୋକୁ ବହୁତ ବହୁତ ଶୁଭେଚ୍ଛା । ନିଜ ଡିପ୍ ସ୍ପେଶ୍ ନେଟୱର୍କ ଜରିଆରେ ମିଶନ୍ କୁ ନେଇ ସଂପର୍କ ରଖିବା ଏବଂ ସହଯୋଗ କରିବାକୁ ନେଇ ଆମେ ଗର୍ବ ଅନୁଭବ କରୁଛୁ । ଯେଉଁଠାରେ ଆମେ ଅର୍ଟେମିସ୍ ମିଶନ୍  ଜରିଆରେ ଆଗାମୀ କିଛି ବର୍ଷ ମଧ୍ୟରେ ଆମ ଅନ୍ତରୀକ୍ଷ ଯାତ୍ରୀଙ୍କୁ ପଠାଇବାକୁ ଚେଷ୍ଟା କରୁଛୁ ସେଠାରୁ (ଚନ୍ଦ୍ରର ସାଉଥ୍ ପୋଲ୍ ) ଆପଣଙ୍କୁ ମିଳୁଥିବା ସୂଚନାକୁ ନେଇ ଆମେ ଆଶାନ୍ୱିତ ଅଛୁ ।

ନାସାର ଏଭଳି ଅହଂକାର ତଥା ନିଚ୍ଚ ଦେଖାଇଲା ଭଳି ଟ୍ୱିଟ୍ କୁ ନେଇ ଏବେ ଖୁବ୍ ଟ୍ରୋଲ୍ କରାଯାଉଛି । କେତନ ରାମଟେକ୍ ନାମକ ଜଣେ ୟୁଜର କହିଛନ୍ତି ଯେ କ’ଣ ନାସା ଇସ୍ରୋକୁ ଶୁଭେଚ୍ଛା ଜଣାଉଛି ନା ନିଚ୍ଚ ଦେଖାଉଛି !  ଏଭଳି ସ୍ଥିତିରେ ନାଶାକୁ ହିଁ ଏଥିପାଇଁ ସଫେଇ ଦେବାକୁ ପଡିଛି । ୩ ଘଣ୍ଟା ପରେ ଆଉ ଏକ ଟ୍ୱିଟ୍ କରି ନାଶା ନିଜ ଭୁଲକୁ ଘୋଡାଇବାକୁ ଚେଷ୍ଟା କରିଛି ।

ପଢନ୍ତୁ: ଜଳଭଣ୍ଡାରରେ ସାଂଘାତିକ ଜଳ ସଂକଟ, ହୀରାକୁଦଠୁ ସଂଗିନ ରେଙ୍ଗାଳି

Related posts

ରାଜକୀୟ ଢଙ୍ଗରେ ଶ୍ରୀଦେବୀଙ୍କ ଅନ୍ତିମ ସଂସ୍କାର କରିବା ପଛରେ ହାତ କାହାର ଥିଲା? ଜାଣନ୍ତୁ!

ENO Beuro

ପଦ୍ମଭୂଷଣ ତଥା ସଙ୍ଗୀତକାର ଅନ୍ନପୂର୍ଣ୍ଣା ଦେବୀଙ୍କ ପରଲୋକ

ENO Beuro

ପ୍ରଚଣ୍ଡ ତାତି! ରାଜ୍ୟରେ ତାପମାତ୍ରା ୪୨ ଡିଗ୍ରୀ ଡେଇଁଲା

ENO Beuro

Leave a Comment