News

ଲ୍ୟାଣ୍ଡର ‘ବିକ୍ରମ’ ସହ ଯୋଗାଯୋଗ କରିବାକୁ ଆଗେଇ ଆସିଲା ନାସା

70197878 497804991045071 509138574457700352 N

 ଲ୍ୟାଣ୍ଡର ‘ବିକ୍ରମ’ ସହ ଯୋଗାଯୋଗ କରିବାକୁ ପଠାଇଲା ହ୍ୟାଲୋ ମେସେଜ

ଲ୍ୟାଣ୍ଡର ବିକ୍ରମ  ସହ ଇସ୍ରୋର ସେପ୍ଟେମ୍ବର ୭ ରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ବିକ୍ରମ ବର୍ତ୍ତମାନ ଚନ୍ଦ୍ରରେ ଏକ ସ୍ଥାନରେ ପଡିଥିବା ସୂଚନା ରହିଛି। ତେବେ ଲ୍ୟାଣ୍ଡର ସହ ପୁନଃ ସମ୍ପର୍କ ସ୍ଥାପନ ପାଇଁ ଇସ୍ରୋ  ଅହରହ ପ୍ରୟାସ କରିଚାଲିଛି। ତେବେ ଇସ୍ରୋର ଏହି ସଂଘର୍ଷମୟ ସମୟ ମଧ୍ୟରେ ନାସା ଇସ୍ରୋକୁ ବନ୍ଧୁତ୍ଵର ହାତ ବଢେଇଛି। ଗୋଟିଏ ପଟେ ଇସ୍ରୋ ଉଦ୍ୟମ ଜାରି ରଖିଥିବା ବେଳେ ନାସା ମଧ୍ୟ ବିକ୍ରମ ସହ ସମ୍ପର୍କ ସ୍ଥାପନ ପାଇଁ ହ୍ୟାଲୋ ମେସେଜ ପଠାଇଛି । ‘ବିକ୍ରମ’କୁ ନାସା ପଠାଉଛି ହ୍ୟାଲୋ ବାର୍ତ୍ତା  ଚନ୍ଦ୍ରରେ ଗତିହୀନ ହୋଇ ପଡିଥିବା ବିକ୍ରମ ଲ୍ୟାଣ୍ଡର ସହ ସଂପର୍କ ସ୍ଥାପିତ କରିବା ଲାଗି ନାସା ପଠାଇଛି ଏହି ସନ୍ଦେଶ ।

 

Zghfsdjhgjkgklgjkjhilhkhyfj 624x430

ନିଜର ଅନ୍ତରୀକ୍ଷ ଗ୍ରାଉଣ୍ଡ ନେଟୱର୍କ ଜରିଆରେ ନାସାର ଜେଟ୍ ପ୍ରୋପଲସନ ଲାବୋରଟେରୀ, ଜେପିଏଲ ଲ୍ୟାଣ୍ଡର ସହିତ ସମ୍ପର୍କ ସ୍ଥାପନ ପାଇଁ ବିକ୍ରମକୁ ଏକ ରେଡିଓ ଫ୍ରିକ୍ୱେନସି ପଠାଇଛି । ମିଳିଥିବା ଖବର ଅନୁସାରେ, ଡିପ ସ୍ପେଶ ନେଟୱର୍କ ଜରିଆରେ ଏହି ସମ୍ପର୍କ ସ୍ଥାପିତ କରିବା ପାଇଁ ଉଦ୍ୟମ ହେଉଛିି । ଏଥିପାଇଁ ଇସ୍ରୋ ମଧ୍ୟ ସହମତି ପ୍ରକାଶ କରିଛି । ଯଦି ବିକ୍ରମ ସହ ନାସାର ସମ୍ପର୍କ ସ୍ଥାପିତ ହୋଇଯାଉଛି , ତାହାହେଲେ ଲ୍ୟାଣ୍ଡର ଓ ରୋବର  କାମ ଆରମ୍ଭ କରିଦେବ । ଏହାଦ୍ୱାରା ଭାରତର ଅନ୍ତରୀକ୍ଷ ଅଭିଯାନକୁ ଶହେ ପ୍ରତିଶତ ସଫଳତା ମିଳିପାରିବ ।

‘ବିକ୍ରମ’ ସହ ଇସ୍ରୋର ଯୋଗାଯୋଗ ହୋଇଗଲେ ଭାରତର ଚନ୍ଦ୍ର ଅଭିଯାନ ୧୦୦ ପ୍ରତିଶତ ସଫଳ ହେବାର ସମ୍ଭାବନା ରହିଛି । ଏବେ ପର୍ଯ୍ୟନ୍ତ ୯୫ ପ୍ରତିଶତ ସଫଳ ହୋଇଛି  ଭାରତର ଚନ୍ଦ୍ରଯାନ ମିଶନ୍  । ଗତକାଲି ଇସ୍ରୋ କହିଥିଲା ଚନ୍ଦ୍ର ସହ ବିକ୍ରମର ସମ୍ପର୍କ ୨.୧ କିଲୋମିଟର ଉଚ୍ଚରେ ନୁହଁ , ବରଂ ୩୩୫ ମିଟରରେ ଛିନ୍ନ ହୋଇଥିଲା

ପଢନ୍ତୁ: ପ୍ରଥମ ଓଡ଼ିଆ ଭାବେ ଅଲମ୍ପିକ୍ସରେ ଚମକିବେ ବିଭୂ କଲ୍ୟାଣ

Related posts

ଲୋକସଭାରେ ତିନି ତଲାକ୍ ବିଲ୍ ପାସ୍

ENO Beuro

ହିମେଶଙ୍କ ପରେ ସଲମାନ : ରାନୁଙ୍କୁ ଆଉ ଏକ ବଡ଼ ଅଫର୍

Ratnamani Moharana

ଗଣ୍ଡା ପାଇଁ ପ୍ରସିଦ୍ଧ ଆସାମର କାଜିରଂଗା ଜାତୀୟ ଉଦ୍ୟାନ ପୁଣିଥରେ ଖୋଲିଲା

ENO Beuro

1 comment

ଇରାକର ଆଇଏସ କ୍ୟାମ୍ପ ଉପରେ ଆମେରିକାର ଏୟାରଷ୍ଟ୍ରାଇକ September 12, 2019 at 3:14 pm

[…] ଲ୍ୟାଣ୍ଡର ‘ବିକ୍ରମ’ ସହ ଯୋଗାଯୋଗ କରିବାକୁ… […]

Leave a Comment