February 18, 2019

ପ୍ରଥମ ଥର ନାସା କୁ ନକ୍ଷତ୍ରମାନଙ୍କ ମଧ୍ୟରେ ଏକ ରହସ୍ୟମୟୀ ବସ୍ତୁର ସନ୍ଧାନ ମିଳିଛି

ପ୍ରଥମ ଥର ନାସା କୁ ନକ୍ଷତ୍ରମାନଙ୍କ ମଧ୍ୟରେ ଏକ ରହସ୍ୟମୟୀ ବସ୍ତୁର ସନ୍ଧାନ ମିଳିଛି

ନାସା ରେ ବୈଜ୍ଞାନିକମାନଙ୍କୁ ପ୍ରଥମ ଥର ନକ୍ଷତ୍ରମାନଙ୍କ ମଧ୍ୟରେ ଗତିକରୁଥିବା ଏକ ଅମିତି ବସ୍ତୁର ସନ୍ଧାନ ମିଳିଛି ଯାହା ସୌରମଣ୍ଡଳ ବାହାରେ ଉତ୍ପନ୍ନ ହୋଇଛି । ଏହି ବସ୍ତୁ କୌଣସି ଅନ୍ୟସ୍ଥାନରୁ ଆକାଶଗଙ୍ଗାରେ ପ୍ରବେଶ କରିଛି ।

ମିଳିଥିବା ସୂତ୍ର ଅନୁସାରେ , ଏହି ବସ୍ତୁ ଛୋଟ କ୍ଷୁଦ୍ରଗ୍ରହ କିମ୍ବା ଧୂମକେତୁ ଭଳି ଜଣାପଡୁଛି । ଏହି ବସ୍ତୁର ନାମ ଏ/୨୦୧୭ ଇଉ ୧  ବୋଲି ରଖାଯାଇଛି । ଏହାର ବ୍ୟାସ ୪୦୦ ମିଟରରୁ କମ ଓ ଏହାର ଗତି କ୍ଷିପ୍ର ୧୫ ମାଇଲ ପ୍ରତି ସେକେଣ୍ଡ ଅଟେ । ବୈଜ୍ଞାନିକମାନେ ଦୂରବୀକ୍ଷଣ ମାଧ୍ୟମରେ ଅନ୍ତରୀକ୍ଷରେ ଏହି ବସ୍ତୁ ଉପରେ ନଜର ରଖିଛନ୍ତି ।

ବୈଜ୍ଞାନିକମାନେ ଥରେ ଏ ବସ୍ତୁ ବିଷୟରେ ତଥ୍ୟ ପାଇ ଏହାର ବିଶ୍ଳେଷଣ କଲେ , ଏହାର  ଉତ୍ପତି ଓ ପ୍ରଭାବ ବିଷୟରେ ଜାଣିପାରିବେ । ଇଉନିଭେର୍ସିଟି ଅଫ ହାୱାଇ ର ପେୟନ ଷ୍ଟାର୍ସ ୧ ଦୂରବୀକ୍ଷଣ ରାତିରେ ପୃଥିବୀ ଆଖ ପାଖରେ ଥିବା ବସ୍ତୁମାନଙ୍କ ଅନୁଧ୍ୟାନ ସମୟରେ ଏହି ଏ/୨୦୧୭ ଇଉ ୧ ର ସନ୍ଧାନ ମିଳିଛି ।

ପ୍ରଥମ ଥର ନାସା କୁ ନକ୍ଷତ୍ରମାନଙ୍କ ମଧ୍ୟରେ ଏକ ରହସ୍ୟମୟୀ ବସ୍ତୁର ସନ୍ଧାନ ମିଳିଛି

ପଢନ୍ତୁ, ଗଂଜାମ ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More